ରାଜ୍ୟ

ରଥଖଳା ଖବର : ୪୨ ତୁମ୍ବର ବିନ୍ଧ କାମ ଶେଷ

ପୁରୀ: ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଜି ଅଷ୍ଟମ ଦିନରେ ପହଞ୍ଚିଛି। ଅଷ୍ଟମ ଦିନ ଶେଷ ସୁଦ୍ଧା ୪୨ଟି ତୁମ୍ବର ୧୬ ଯୋଡ଼ା ଲେଖାଏଁ ବିନ୍ଧ କାର୍ଯ୍ୟ ଶେଷ ହୋଇଛି। ଆସନ୍ତାକାଲି ତିନି ରଥର ତୁମ୍ବଗୁଡିକରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବ।

ଏଥିସହ ତୁମ୍ବରେ ଅର ସଂଯୋଗ ପାଇଁ ହୋଇଥିବା ବିନ୍ଧଗୁଡ଼ିକର ଆବଶ୍ୟକତାକୁ ପରଖାଯାଇ ନିହାଣ ମରା ସଂଶୋଧନ କାର୍ଯ୍ୟ କରାଯିବ। ସେପଟେ ଦୋଳବେଦି ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ତିନି ରଥ ପାଇଁ ୧୦ଟି ଲେଖାଁଏ ଚକ ପାଇଁ ଆବଶ୍ୟକ ଅର କଣ୍ଟା(ପ୍ରାୟ ୬/୭ ଇଞ୍ଚ ଲମ୍ବା) ପ୍ରସ୍ତୁତି କାର୍ଯ୍ୟ ଶେଷ କରିଛନ୍ତି। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ଦୁଇଟି ଲେଖାଁଏ ଚକ ପାଇଁ ଆବଶ୍ୟକ ପନ୍ଧାରି ବଳା ନିର୍ମାଣ ହୋଇଛି। ରଥ ନିର୍ମାଣରେ ଆଜି ୧୪୦ଜଣ ସେବକ ନିୟୋଜିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।