ରାଜ୍ୟ ସ୍ପେଶାଲ ରିପୋର୍ଟ

ରତ୍ନଭଣ୍ଡାର ରିପୋର୍ଟ ସଂପର୍କିତ ମାମଲା: ରାଜ୍ୟ ସୂଚନା ଆୟୁକ୍ତଙ୍କ ଶୁଣାଣି

ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର, ରଘୁବୀର ଦାଶ କମିସନଙ୍କ ରିପୋର୍ଟ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ ସୂଚନା ପ୍ରଦାନ କରୁନଥିବା ଅଭିଯୋଗରେ ଦାୟର ମାମଲାର ଆଜି ଶୁଣାଣି କରିଛନ୍ତି ରାଜ୍ୟ ସୂଚନା ଆୟୁକ୍ତ। ରଘୁବୀର ଦାଶ କମିସନ ତଦନ୍ତ ବେଳେ ଶ୍ରୀମନ୍ଦିର ପ୍ରଶାସନ କେଉଁ କେଉଁ କାଗଜପତ୍ର, ଚିଠି ପ୍ରଦାନ କରିଛନ୍ତି, ତାର ଠିକ୍‌ ଜବାବ ଶ୍ରୀମନ୍ଦିର ପ୍ରଶାସନ ରଖି ନପାରିବାରୁ ସୂଚନା ଆୟୁକ୍ତ ଅସନ୍ତୋଷ ବ୍ୟକ୍ତ କରିବା ସହ ଜଣେ ବରିଷ୍ଠ ଅଧିକାରୀଙ୍କ ଜରିଆରେ ଏହି ଘଟଣାର ତଦନ୍ତ ହେବ ବୋଲି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଏହି ମାମଲା ସହ ରତ୍ନଭଣ୍ଡାର ସଂପର୍କିତ ଅନ୍ୟ ତିନି ମାମଲାର ଏକକାଳୀନ ଶୁଣାଣି ହେବ ବୋଲି କହିଛନ୍ତି।

ସୂଚନା ମୁତାବକ, ରଘୁବୀର ଦାଶ କମିସନ ତଦନ୍ତ ବେଳେ ଶ୍ରୀମନ୍ଦିର ପ୍ରଶାସନ କେଉଁ କେଉଁ କାଗଜପତ୍ର, ଚିଠି ପ୍ରଦାନ କରିଛନ୍ତି(କେସ୍‌ ନଂ-୪୨୪/୨୦୨୨), ୨୦୧୮ ଏପ୍ରିଲ ୪ରେ ଭୁବନେଶ୍ବରରେ ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକର ବିବରଣୀ(କେସ୍‌ ନଂ-୭୦୨/୨୦୨୨), ୧୯୮୨ ମସିହାଡିସେମ୍ବର ୨୬ ତାରିଖ ରତ୍ନଭଣ୍ଡାର ଯାଞ୍ଚର ବିବରଣୀ(କେସ୍‌ ନଂ-୭୨୯/୨୦୨୨) ଓ ୧୯୮୫ ମସିହା ଜୁଲାଇ ୧୪ ତାରିଖର ରତ୍ନଭଣ୍ଡାର ରେଜିଷ୍ଟରର ବିବରଣୀ(୭୩୦/୨୦୨୨)ର ନକଲ ଦେବାକୁ ପୁରୀର ଦିଲୀପ କୁମାର ବରାଳ ସୂଚନା ଅଧିକାର ବଳରେ ଶ୍ରୀମନ୍ଦିର ପ୍ରଶାସନକୁ ତଥ୍ୟ ମାଗିଥିଲେ। କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ କୌଣସି ସ୍ପଷ୍ଟ ଉତ୍ତର ରଖିନଥିଲା କି କୌଣସି ସୂଚନା ପ୍ରଦାନ କରିନଥିଲା। ଶ୍ରୀ ବରାଳ ଏ ଉପରେ ସୂଚନା ଆୟୁକ୍ତଙ୍କ ନିକଟରେ ଅଭିଯୋଗ କରିଥିଲେ। ଶେଷ ଶୁଣାଣିରେ ଉପର ଲିଖିତ ୪ ମାମଲାର ଏକତ୍ର ଶୁଣାଣି କରି ଶ୍ରୀମନ୍ଦିର ପିଆଇଓଙ୍କୁ ବ୍ୟକ୍ତିଗତ ସୂଚନା ଆୟୁକ୍ତଙ୍କ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ପିଆଇଓଙ୍କ ଉପସ୍ଥିତିରେ ଚାରି ମାମଲାର ଶୁଣାଣି ହୋଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।