ଦେଶ ବିଦେଶ ମନୋରଞ୍ଜନ

ରଣବୀର କପୁରଙ୍କ କେଉଁ ଗର୍ଲଫ୍ରେଣ୍ଡ୍, ରାଗିଲେ ଭାଙ୍ଗି ଦିଅନ୍ତି ତାଙ୍କର ସବୁ ଆୱାର୍ଡ! ନିଜେ କଲେ ଖୁଲାସା

ମୁମ୍ବାଇ ୧୧/୦୧ : ରଣବୀର କପୁର ଆଜିକାଲି ନିଜ ଫିଲ୍ମ ସହ ଆଲିଆ ଭଟ୍ଟଙ୍କ ସହ ରିଲେସନସିପକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ୩ବର୍ଷ ହେବ ସେ ଆଲିଆଙ୍କୁ ଡେଟ୍ କରୁଛନ୍ତି। ଆଉ ଦୁହେଁ ନିଜ ପ୍ରେମକୁ ସାର୍ବଜନୀନ ବି କରି ଦେଇଛନ୍ତି। ଆଲିଆଙ୍କ ପୂର୍ବରୁ ରଣବୀର ଅନେକଙ୍କ ସହ ରିଲେସନସିପରେ ଥିଲେ। କିନ୍ତୁ ଅଧିକ ଚର୍ଚ୍ଚା ଦୀପିକା ପାଦୁକୋନ୍ ଓ କ୍ୟାଟ୍ରିନା କୈଫଙ୍କୁ ନେଇ ହୁଏ।

ରଣବୀର ସାକ୍ଷାତକାର କିମ୍ବା ଚାର୍ଟ ଶୋ’ରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ କମ୍ ହୋଇଥାନ୍ତି। କିନ୍ତୁ ଏକ ସାକ୍ଷାତକାରରେ ସେ ନିଜ ଗର୍ଲପ୍ରେଣ୍ଡକୁ ନେଇ ଏକ ବଡ ଖୁଲାସା କରିଛନ୍ତି। ଯାହାକି ଏବେ ଭାଇରାଲ୍ ହେଉଛି। ଏହି ସାକ୍ଷାତକାରଟି ଖୁବ୍ ପୁରୁଣା। ଯେଉଁଠି ରଣବୀରଙ୍କୁ ପଚରାଯାଇଥିଲା ଯେ, ତାଙ୍କ ପାଖରେ ଏତେ ଆୱାର୍ଡ କିନ୍ତୁ ତାଙ୍କ ପାଖରେ କାହିଁକି କିଛି ନାହିଁ। ଏହାର ଉତ୍ତରରେ ରଣବୀର କହିଥିଲେ। ତାଙ୍କର ଜଣେ ଗର୍ଲଫ୍ରେଣ୍ଡ୍ ତାଙ୍କ ସହ ଯେତେବେଳେ ଝଗଡା କରନ୍ତି ସେ ରଣବୀରଙ୍କ ଆୱାର୍ଡ ବା ସମ୍ମାନ ଗୁଡିକୁ ଭାଙ୍ଗି ଦିଅନ୍ତି।

ଆଉ ରଣବୀର ସେ ସମୟରେ ମୋ ଫିଲ୍ମଫେୟାରରେ ହାତ ଲଗାଅନି ବୋଲି କୁହନ୍ତି। ତେବେ ରଣବୀରଙ୍କ କେଉଁ ଗର୍ଲଫ୍ରେଣ୍ଡ୍ ଏମିତି କରନ୍ତି ସେ ବିଷୟରେ କିଛି ଜଣେଇ ନାହାନ୍ତି। ଆଗକୁ ରଣବୀର ଓ ଆଲିଆଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ଆସିବାକୁ ଯାଉଛି। ଯେଉଁଥିରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବ। ଏକାଠି ଦୁହେଁ ପ୍ରଥମ କରି ଏହି ଫିଲ୍ମରେ ନଜର ଆସିବେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ