ଦେଶ ବିଦେଶ ମନୋରଞ୍ଜନ

ରଣବୀରଙ୍କ ପରେ ଏହି ଅଭିନେତା ଆଲିଶାନ୍‌ ଅନ୍ଦାଜ୍‌ରେ କଲେ ବିବାହ, ସାମ୍ନାକୁ ଆସିଲା ଦମ୍ପତ୍ତିଙ୍କ ପ୍ରଥମ ଫଟୋ

ମୁମ୍ବାଇ ୦୧।୦୬: ବର୍ତ୍ତମାନ ବି-ଟାଉନ୍‌ରେ ବିବାହ ନାଁ ଥମିବାରେ ଧରୁନି । ଜଣକ ପରେ ଜଣେ ବିବାହରେ କରିବାରେ ଲାଗିଛନ୍ତି। ଗୋଟିଏ ପରେ ଗୋଟିଏ, କଳାକାର ସାତ ଫେରା ନେଉଛନ୍ତି। ନିକଟରେ ଜଣେ ଟେଲି ଷ୍ଟାର ବିବାହ କରିଛନ୍ତି। ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡର ହାତ ଧରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନବ ବିବାହିତ ଦମ୍ପତିଙ୍କର ଫଟୋ ସାମ୍ନାକୁ ଆସିଛି।

ଜଣାଶୁଣା ଟେଲି ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ପପି ଜବଲଙ୍କୁ ବିବାହ କରିଛନ୍ତି। ୧୦ ବର୍ଷ ପରସ୍ପରକୁ ଡେଟ୍ କରିବା ପରେ କରଣ ଏବଂ ପପି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଦୁହିଁଙ୍କ ବିବାହ ହିମାଚଳ ପ୍ରଦେଶରେ ହୋଇଥିଲା। ଏଥିରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ବନ୍ଧୁ ସାମିଲ୍‌ ଥିଲେ। ପ୍ରଶଂସକମାନେ ଉତ୍ସାହର ସହିତ ଉଭୟଙ୍କ ବିବାହକୁ ଅପେକ୍ଷା କରିଥିଲେ।

କରଣ ନିଜ ସୋସିଆଲ ମିଡିଆରେ ଆକାଉଣ୍ଟରେ ବିବାହର ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଦୁହିଁଙ୍କୁ ରାଜକୀୟ ଲୁକରେ ଦେଖିବାକୁ ମିଳିଛି। ଏହି ସମୟରେ ତାଙ୍କ ପତ୍ନୀ ପପି ଏବଂ କରଣ ଉଭୟ ଏକା ରଙ୍ଗର ଡ୍ରେସ୍‌ ପିନ୍ଧିଛନ୍ତି। କହିବାକୁ ଗଲେ କରଣ ଏବଂ ପପିଙ୍କ ପ୍ରେମ କାହାଣୀ ପ୍ରଥମେ ପାର୍କିଂ ସ୍ଥାନରୁ ଆରମ୍ଭ ହୋଇଥିଲା। ଉଭୟ ବନ୍ଧୁରୁ ପରସ୍ପରର ନିକଟତର ହୋଇଥିଲେ। ଉଭୟ ନିଜ ସମ୍ପର୍କକୁ ୧୦ ବର୍ଷ ସମୟ ଦେବାପରେ ଏବେ ବିବାହ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ