ରାଜ୍ୟ ସ୍ପେଶାଲ ରିପୋର୍ଟ

ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ: ଶହଶହ ସଂଖ୍ୟାରେ ପୋଢ଼, ବୋଦା, କୁକୁଡ଼ା ବଳି

ଦେଓଗାଁ: ଆଦିବାସୀଙ୍କ ପରମ୍ପରା ଆଗରେ ହାର୍‌ ମାନିଛି ଆଧୁନିକତା। ଧାର୍ମିକ ଭାବନା ସହ ଜଡ଼ିତ ଶୁଲିଆ ଯାତ୍ରାରେ ପଶୁରକ୍ତରେ ଲାଲ୍‌ ହୋଇଛି ଶୁଲିଆପୀଠ। ବଳି ଚଢ଼ାଛନ୍ତି ମାନସିକଧାରୀ। ଦେଖଣାହାରୀ ସାଜିଛନ୍ତି ପ୍ରଶାସନ। ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ୍‌ କୁଲୁତାପଡ଼ା ପଞ୍ଚାୟତର ଖଇରଗୁରା ଓ କୁମୁରିଆ ଦୁଇଟି ଖଳାରେ ଅନୁଷ୍ଠିତ ହୋଇଥିଲା ପ୍ରସିଦ୍ଧ ଶୁଲିଆଯାତ୍ରା। ସୋମବାର ରାତିରେ ନିଶି ପୂଜା ଆରମ୍ଭ ହୋଇଥିଲା। ମଧ୍ୟରାତ୍ରିରୁ ମୁଖ୍ୟ ପୂଜକ ସୋମନାଥ ଦେହେରୀ ପୂଜା ସାମଗ୍ରୀ ଓ ପାଟଖଣ୍ଡା ଧରି ଖଳାକୁ ଯାଇଥିଲେ। ଭୋର୍‌ରେ ସହଯୋଗୀ ଦେହେରୀମାନେ ବଜାଧରି ପୂଜାସ୍ଥଳକୁ ପହଞ୍ଚିବା ପରେ ମୁଖ୍ୟ ଦେହେରୀଙ୍କୁ ପାରମ୍ପରିକ ରୀତିନୀତି ଅନୁସାରେ ପତ୍ରରେ ତିଆରି କରାଯାଇଥିବା ଖଲିକୁ ପିନ୍ଧିବାକୁ ଦିଆଯାଇଥିଲା। ଏହାପରେ ପୂଜାସ୍ଥଳକୁ ନିଆଯାଇଥିବା ସହିତ ପାଟବୋଦାକୁ ବଳି ଦିଆଯାଇଥିଲା।

ଏହାପରେ ଗୋଟିଏପରେ ଗୋଟିଏ ପୋଢ଼, ବୋଦା, କୁକୁଡ଼ାକୁ ବଳି ଦିଆଯାଇଥିଲା। ଶୁଲିଆ ଖଳାର ଚାରିପଟରୁ ଅର୍ଥାତ୍‌ ବଲାଙ୍ଗୀର ଜିଲ୍ଲା ସମେତ ସୁବର୍ଣ୍ଣପୁର, ବୌଦ୍ଧ ଜିଲ୍ଲାର ବିଭିନ୍ନ ଗାଁର ବାଜା ବଜାଇ ପୋଢ଼ ନେଉଥିବା ଦେଖିବାକୁ ମିଳିଥିଲା। ଯାତ୍ରାସ୍ଥଳରେ ପୁଲିସ ଫୋର୍ସ ସହ ଏସ୍‌ଡିପିଓ ତୋଫାନ ବାଗ ଡେରା ପକାଇଥିଲେ। ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଳ, ତୁଷୁରା ଓ ପୁଇନ୍ତଲା ତହସିଲଦାର ମାଜିଷ୍ଟ୍ରେଟ୍‌ ଭାବେ ନିୟୋଜିତ ହୋଇଥିଲେ। କେବଳ ଖଇରଗୁରା ନୁହେଁ, ଦେଓଗାଁ ବ୍ଲକ୍‌ ଜରାସିଂହା ପଞ୍ଚାୟତ ଚନ୍ଦ୍ରପୁର, ଗାଈବାହାଲ ପଞ୍ଚାୟତର ସାଗରପାଲି, ସିଂହାମୁଣ୍ଡା ପଞ୍ଚାୟତର ଘାଟୁଲ ଗାଁରେ ମଧ୍ୟ ଶୁଲିଆଯାତ୍ରା ଅନୁଷ୍ଠିତ ହେଇଯାଇଛି। ଉଲ୍ଲେଖଯୋଗ୍ୟ ଯେ କିଛିବର୍ଷ ତଳେ ଯାତ୍ରାରେ ହେଉଥିବା ବଳିକୁ ନେଇ ବିବାଦ ହେଉଥିବା ବେଳେ ସୁପ୍ରିମକୋର୍ଟଙ୍କ ରାୟ ପରେ ବର୍ତ୍ତମାନ ବଳି ଅନାୟାସରେ ହେଉଛି। ଭକ୍ତମାନଙ୍କ ଇଚ୍ଛା ଅନୁସାରେ ବଳି ଦେଉଥିବାରୁ କେହି ମଧ୍ୟ ବାରଣ କରୁନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।