ଅନୁଗୁଳ ୦୪।୦୬: ଶାଶୂ ଘରୁ ମିଳିଲା ନବବଧୂଙ୍କ ଝୁଲନ୍ତା ମୃତଦେହ । ଯୌତୁକ ବାବଦରେ ମାନସିକ ସହ ଶାରୀରିକ ନିର୍ଯ୍ୟାତନା ପରେ ହତ୍ୟା କରିଥିବା ଅଭିଯୋଗ ଆଣିଲେ ଝିଅଙ୍କ ପରିବାର । ଅନୁଗୁଳ ବେନ୍ତର ଗାଁରେ ଏଭଳି ଅଘଟଣ ଘଟିଛି ।
ସେପଟେ ନବବଧୂଙ୍କ ମୃତ୍ୟୁ ନେଇ ଉତ୍ତେଜନା ଦେଖାଦେଇଛି। ସସ୍ମିତାଙ୍କୁ ତାଙ୍କ ଶାଶୂଘର ଲୋକ ମାରି ଦେଇଥିବା ଅନଗୁଳ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ସସ୍ମିତାଙ୍କ ବାପା। ଆଗରୁ ସସ୍ମିତାଙ୍କୁ ଯୌତୁକ ବାବଦରେ ମାନସିକ ସହ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ ବୋଲି ଅଭିଯୋଗ ଆଣିଛନ୍ତି। ଏଥିରେ ସସ୍ମିତାଙ୍କ ସ୍ବାମୀ ଚିତ୍ତରଂଜନ ପରିଡା,ଶାଶୁ ଏବଂ ଶଶୁର ରହିଥିବା ଅଭିଯୋଗ କରିଛନ୍ତି। ଅନଗୁଳ ସଦର ଥାନା ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଜାରି କରିଛି।