ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୋ‌ଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭିଡିଓ ବାର୍ତ୍ତା

ନ୍ୟୁୟର୍କ/ନୂଆଦିଲ୍ଲୀ: ଯୋଗ ବୈଶ୍ବିକ ଆନ୍ଦୋଳନ ହୋଇଯାଇଛି ବୋଲି ଆଜି ଆନ୍ତର୍ଜାତିକ ଯୋଗ ଦିବସ ପାଳନ ଅବସରରେ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମ‌ୋଦୀ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତୀୟ ସମୟ ଅପରାହ୍ଣ ୫.୩୦ରେ ଜାତିସଂଘ ମୁଖ୍ୟାଳୟରେ ଆୟୋଜନ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ଯୋଗ ଦେବି। ଭାରତର ଆହ୍ବାନରେ ୧୮୦ରୁ ଅଧିକ ଦେଶ ଏକତ୍ର ହେବା ସ୍ମରଣୀୟ ଘଟଣା। ୨୦୧୪ରେ ଜାତିସଂଘ ସଂଯୁକ୍ତ ରାଷ୍ଟ୍ର ମହାସଭାରେ ‘ଯୋଗ ଦିବସ’ ପ୍ରସ୍ତାବ ପଡ଼ିଥିଲା, ଏହାକୁ ରେକର୍ଡ ସଂଖ୍ୟକ ଦେଶ ସମର୍ଥନ କରିଥିଲେ।

ଉଲ୍ଲେଖଯୋଗ୍ୟ, ୯ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘ ମୁଖ୍ୟାଳୟରେ ହେବାକୁ ଥିବା ଯୋଗ କାର୍ଯ୍ୟକ୍ରମରେ ନେତୃତ୍ବ ନେବେ। ଏଥିରେ ଜାତିସଂଘର ବହୁ ପଦସ୍ଥ ଅଧିକାରୀ ଏବଂ ସମଗ୍ର ବିଶ୍ବର ରାଷ୍ଟ୍ରଦୂତ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷମାନେ ଅଂଶ ଗ୍ରହଣ କରିବେ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ବସୁଧୈବ କୁଟୁମ୍ବକମ୍‌’ ଭାବଧାରାରେ ଆଜି ସମଗ୍ର ବିଶ୍ବରେ କୋଟି କୋଟି ଜନତା ଯୋଗ କରୁଛନ୍ତି। ତେଣୁ, ଆନ୍ତର୍ଜାତିକ ଯୋଗ ଦିବସ ମାଧ୍ୟମରେ ଯୋଗ ବୈଶ୍ବିକ ଆନ୍ଦୋଳନରେ ପରିଣତ ହୋଇଛି।

Image Courtesy of India Today

ଏପଟେ, ଭାରତର ବିଭିନ୍ନ ପ୍ରାନ୍ତରେ ମଧ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଯୋଗ କରୁଛନ୍ତି। ମହାରାଷ୍ଟ୍ରର ସାବିତ୍ରୀବାଈ ଫୁଲେ ବିଶ୍ବବିଦ୍ୟାଳୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ କରିଥିବା ବ‌େଳେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନାଗପୁରେ ଯୋଗ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନଇଡ଼ାରେ ଓ ପୀୟୁଷ ଗୋଏଲ୍‌ ମୁମ୍ବାଇରେ ଯୋଗ କରିଛନ୍ତି।

ଏହାଛଡ଼ା, କୋଚିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  ଯୁଦ୍ଧଜାହାଜ ‘ଆଇଏନ୍‌ଏସ୍‌ ବିକ୍ରାନ୍ତ’ରେ ଯୋଗ କରିଥିବା ବ‌େଳେ ‘ବିଜେପି’ ସାଂଦସ ମନୋଜ ତିୱାରୀ ଯମୁନା ନଦୀରେ ଏକ ଡଙ୍ଗାରେ ଯୋଗ  କରିଛନ୍ତି। ପ୍ରବଳ ବର୍ଷା ସତ୍ତ୍ବେ ‘ବିଜେପି’ ମୁଖ୍ୟ ଜେ. ପି. ନଡ୍ଡା ହରିୟାଣାର ଗୁରୁଗ୍ରାମରେ ଏକ ଷ୍ଟାଡିୟମ୍‌ରେ ଯୋଗ କରିଛନ୍ତି।

ଉତ୍ତର ପ୍ରଦେଶର ଗୋରଖପୁରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଯୋଗ ଆମ ଐତିହ୍ୟର ଅଂଶବିଶେଷ ‌ହୋଇଥିବାରୁ ଗର୍ବବୋଧ କରିବା ଉଚିତ।

‌ସେହିପରି ଯୋଗଗୁରୁ ବାବା ରାମଦେବ ଏବଂ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ହରିଦ୍ବାରରେ ଯୋଗ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ