ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଯୋଡ଼ାମୁଣ୍ଡ ଶିଶୁ ବଳିଆର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଦୀର୍ଘ ୧୨ମାସର ସଂଘର୍ଷ ପରେ ଶେଷରେ ଏସ୍‌ସିବିରେ ବୁଧବାର ରାତି ୯ଟା ୧୦ରେ ଆଖିବୁଜିଥିଲା ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡ଼ାମୁଣ୍ଡ ଶିଶୁ ବଳିଆ। ଏବେ ବଳିଆର ରୀତିନୀତି ଅନୁସାରେ ଅନ୍ତମ ସଂସ୍କାର ଶେଷ ହୋଇଛି। ବଳିଆର ଗାଁ ମିଲୁପଡ଼ାରେ ତାର ଅନ୍ତମ ସଂସ୍କାର କରାଯାଇଛି। ତେବେ ବଳିଆର ମୃତ୍ୟୁ ଖବର ଆସିବା ପରେ ଟୁଇଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଟୁଇଟରେ, ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ ଚିକିତ୍ସା ସତ୍ତ୍ୱେ ବଳିଆର ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭଗବାନ ଧୈର୍ଯ୍ୟ ଦିଅନ୍ତୁ। ଅସମୟରେ ଝଡି ପଡିଥିବା ବଳିଆର ଅମର ଆତ୍ମାର ସଦଗତି କାମନା ସହ ଏହି କଠିନ ସମୟରେ ଜଗାର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ଲେଖିଛନ୍ତି ନବୀନ ପଟ୍ଟନାୟକ।

(ଫାଇଲ ଫଟୋ)
ଏହା ସହ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରି ଲେଖିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଦୁଇ ଭାଇଙ୍କ ମଧ୍ୟରୁ ବଳିଆର ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହେବା ଖବର ଶୁଣି ମୁଁ ଦୁଃଖିତ । ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ବଳିଆର ଜୀବନ ବଞ୍ଚାଯାଇ ପାରିଲା ନାହିଁ । ଏପରି ଦୁଃଖଦ ସମୟରେ ବଳିଆର ବାପା, ମା’ ଏବଂ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ଅନ୍ୟ ପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ବଳିଆର ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିବା ସହ ଜଗାର ଚିକିତ୍ସା ପାଇଁ ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିବେ। ଆବଶ୍ୟକ ପଡିଲେ ଜଗାର ଚିକିତ୍ସା ପାଇଁ ପ୍ରଫେସର ଅଶୋକ ମହାପାତ୍ରଙ୍କୁ ପରାମର୍ଶ ଦିଆଯିବ ବୋଲି କହିଛନ୍ତି।

ସୂଚନା ମୁତାବକ, ଦୁଇଦିନ ହେଲା ବଳିଆକୁ ଭେଣ୍ଟିଲେଟରରେ ରଖାଯାଇଥିବା ବେଳେ ତାର ହାତ, ଗୋଡ଼ ସବୁ ଫୁଲି ଯାଇଥିଲା। ନିଶ୍ବାସ, ପ୍ରଶ୍ବାସ ଠିକ୍‌ରେ ଯାଉନଥିବା ବେଳେ ଅବସ୍ଥା‌ ବିଗିଡ଼ିବାରେ ଲାଗିଥିଲା। ଫଳରେ ତା’ର ଚିକିତ୍ସା ପାଇଁ ସ୍ବତନ୍ତ୍ର ବିଶେଷଜ୍ଞ ଡାକ୍ତରୀଦଳ ଲାଗିଥିଲେ ସୁଦ୍ଧା ତାକୁ ବଂଚାଇ ପାରି ନଥିଲେ। ସେପ୍ଟିସିମିଆ ଓ କାର୍ଡିଆକ୍‌ ଆରେଷ୍ଟ ଯୋଗୁଁ ବଳିଆର ମୃତ୍ୟୁ ଘଟିଥିବା ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ଲୁସି ଦାସ ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର