ଦେଶ ବିଦେଶ ସ୍ୱାସ୍ଥ୍ୟ

ଯୋଗ୍ୟତାଭିିତ୍ତିରେ ଏଏନ୍‌ଏମ୍‌ଙ୍କୁ ମିଳିବ ନିଯୁକ୍ତି: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର୨୬/୨: ଆନ୍ଦୋଳନରତ ଏଏନ୍‌ଏମ୍‌ ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ। ରାଜ୍ୟରେ ୧୦୯୯ ଖାଲି ଥିବା ଏଏନ୍‌ଏମ୍‌ ପଦବୀରେ ନିଯୁକ୍ତ ଦିଆଯିବ। ଯୋଗ୍ୟତାଭିତ୍ତିରେ ଏହି ନିଯୁକ୍ତ ଦିଆଯିବ। କୋଭିଡ୍ ସମୟରେ କାର୍ଯ୍ୟ କରିଥିବା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ପ୍ରାଥମିକତା ଦିଆଯିବ। କୋଭିଡ୍‌ ସମୟରେ ଏଏନ୍‌ଏମ୍‌ଙ୍କୁ ସର୍ତ୍ତ ମୂଳକ ନିଯୁକ୍ତି ଦିଆଯାଇଥିଲା। ୧୦୯୯ ଖାଲି ପଡିଥିବା ପଦବୀ​‌ରେ ଏଏନ୍‌ଏମ୍‌ଙ୍କୁ ନିଯୁକ୍ତି ଦିଆଯିବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନିଜ ବିବୃତ୍ତିରେ କହିଛନ୍ତି।

ଆଜି ଗୃହରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଦୀର୍ଘଦିନ ହେଲା ମଣ୍ଡିରେ ଧାନ ପଡି ରହିଛି। ତୁରନ୍ତ ଧାନ ଉଠାଇବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି ବିରୋଧୀ ଦଳର ବିଧାୟକ ସୁବା​‌ଷ ପାଣିଗ୍ରାହୀ। ଏ ପ୍ରସ୍ତାବରେ ସରକାର ରାଜି ନହେଲେ, ଗୃହରେ ଆତ୍ମହତ୍ୟା କରିବେ ବୋଲି ସୁବାଷ ପାଣିଗ୍ରାହୀ ଧମକ ଦେଇଛନ୍ତି। ସେହିପରି କଂଗ୍ରେସର ବିଧାୟକ ଦଳର ନେତା ନରସିଂହ ମିଶ୍ର ମଧ୍ୟ ସମାନ ପ୍ରସଙ୍ଗ ଉଠାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ