ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ, ପ୍ରେମ ନିବେଦନକୁ କରିଥିଲେ ପ୍ରତ୍ୟାଖ୍ୟାନ

ଖୋର୍ଦ୍ଧା ୨୯।୦୬ : ପ୍ରେମ ନିବେଦନକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବତୀଙ୍କ ଦୁଇ ଗୋଡ଼ ହାଣିଲେ ଯୁବକ । ଗୁରୁତର ଅବସ୍ଥାରେ ଯୁବତୀ ଜଣଙ୍କ ପ୍ରଥମେ ବାଙ୍କୀ ମେଡିକାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା , କିନ୍ତୁ ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ବାଘମାରି ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମରେ ଘଟିଛି ଏପରି ଘଟଣା ।

ଖବର ଅନୁଯାୟୀ, ତୁଳସୀପୁର ଗ୍ରାମର ଲଯ୍ମୀପ୍ରିୟା ନାୟକ (୩୦)ଙ୍କୁ ସେହି ଗ୍ରାମର ଦାଶରଥି ବେହେରା ଗତ ମାସରେ ଅସଦାଚରଣ କରି ଗିରଫ ହୋଇ ଜେଲ ଯାଇଥିଲା । କିନ୍ତୁ ସେ ଏବେ ଜେଲରୁ ଆସିବା ପରେ ପୁର୍ନବାର ପ୍ରେମ ନିବେଦନ କରିଥିଲା କିନ୍ତୁ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିବାରୁ ଯୁବକ ଜଣକ ଯୁବତୀ ର ଦୁଇଗୋଡକୁ ଭୂଜାଲିରେ ହାଣି ଦେଇଥିବା ବାଘମାରି ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ବାଘମାରି ପୋଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି । ଅଭିଯୁକ୍ତ ଯୁବକ ଜଣକ ଫେରାର ଥିବା ବେଳେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ