ଅପରାଧ ରାଜ୍ୟ

ଯୁବତୀଙ୍କୁ ଅପହରଣ ଉଦ୍ୟମ: ଯୁବକକୁ ପିଟିପିଟି ମାରିଦେଲେ ଗ୍ରାମବାସୀ

ପୁରୀ : ଏକତରଫା ଭାବେ ପ୍ରେମ କରୁଥିବା ଜଣେ ଯୁବତୀଙ୍କୁ ଅପହରଣ କରିବାକୁ ନିଜ ସହଯୋଗୀଙ୍କ ସହ ଯାଇଥିବା ଜଣେ ଯୁବକଙ୍କର ସୋମବାର ଦିନ ଗାଁ’ଲୋକଙ୍କ ମାଡ଼ରେ ମୃତ୍ୟୁଘଟିଛି। ଗ୍ରାମବାସୀଙ୍କ ସଂଘବଦ୍ଧ ଆକ୍ରମଣରେ ସମଙ୍ଗରା ଗାଁର ଏହି ଯୁବକ ମୁନା ପ୍ରଧାନ(୨୮) ଗୁରୁତର ଆହତ ହୋଇଥିବା ବେଳେ ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁନାକୁ ଗୁରୁତର ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ମାତ୍ର ସେଠାରେ ତାର ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାକୁ କଟକକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ମୁନାର ମୃତ୍ୟୁ ଘଟିଥିବା ସଦର ଥାନା ଇନିସପେକ୍ଟର ସୁଶାନ୍ତ ବେହେରା କହିଛନ୍ତି।। ଅପରପକ୍ଷେ ଗ୍ରାମବାସୀଙ୍କ ଆକ୍ରମଣକୁ ଦେଖି ମୁନାର ଦୁଇ ସହଯୋଗୀ ଘଟଣାସ୍ଥଳରୁ ଜୀବନ ବଞ୍ଚାଇ ଖସିଯାଇଥିବା ବେଳେ ପୁଲିସ ସେଠାରୁ ତିନିଟି ଅଫୁଟା ବୋମା ଜବତ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ ମୁନା ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ବେଳେ ସେ ସଦର ଥାନା ଅନ୍ତର୍ଗତ ବାଟଗାଁ ନୂଆଗାଁର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରୁଥିଲା। ଏହି ଘଟଣାକୁ ନେଇ ଗତ ୪ ଦିନ ପୂର୍ବେ ବିବାଦ ମଧ୍ୟ ଦେଖାଯାଇଥିଲା। ତେଣୁ ଆଜି ମୁନା ଏହି ଯୁବତୀଙ୍କୁ ଅପହରଣ କରିନେବା ଯୋଜନା କରି ତା’ର ଦୁଇ ଜଣ ସାଙ୍ଗକୁ ସାଥିରେ ନେଇ ସନ୍ଧ୍ୟା ୬ଟା ବେଳେ ନୂଆଗାଁରେ ପହଞ୍ଚିଇଥିଲା। ମାତ୍ର ମୁନା ଓ ତା’ର ସାଙ୍ଗମାନଙ୍କୁ ଦେଖି ଏହି ଗାଁର ଲୋକେ ତାକୁ ଘେରିଯାଇଥିଲେ। ତାକୁ ଯାଞ୍ଚ କରିବାରୁ ତା ନିକଟରୁ ଏକ ବ୍ୟାଗ‌୍‌ରୁ ତିନିଟି ବୋମା ମିଳିଥିଲା। ତେଣୁ ଗ୍ରାମବାସୀମାନେ ତାକୁ ଧରି ନିସ୍ତୁକ ମାଡ଼ମାରିଥିଲେ। ଖବର ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୁନାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ମୁନାର ବାଇକ୍‌ଟିକୁ ମଧ୍ୟ ଗ୍ରାମବାସୀମାନେ ପାଡ଼େଇ ଭାଙ୍ଗି ଦେଇଛନ୍ତି। ପୁଲିସ ସଙ୍ଗେ ସଙ୍ଗେ ମୁନାକୁ ଭ୍ୟାନ୍‌ରେ ସଦର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲା। ସେଠାରେ ଡାକ୍ତରଖାନା ଫାଣ୍ଡି ଅଧିକାରୀ ଏଏସ୍ଆଇ ମନୋଜ କୁମାର ଦାସଙ୍କ ସହାୟତାରେ ତାକୁ ଆଶୁ ଚିକିତ୍ସା ସେବା ଯୋଗାଇଥିଲେ। ମାତ୍ର ତା’ର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଡାକ୍ତରଙ୍କ ପରାମର୍ଶକ୍ରମେ ମୁନାକୁ କଟକ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ମୁନାର ମୃତ୍ୟୁ ଘଟିଛି। ମୁନା ର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ାାନ୍ତିଶୃଙ୍ଖଳା ବ୍ୟାହତ ହେବା ଆାଭ୍କା କରି ନୂଆଗାଁରେ ପୁଲିସ ମୁତୟନ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।