ଖେଳ ଦେଶ ବିଦେଶ

ଯୁବକଙ୍କ ଟ୍ୟାଲେଣ୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସଚିନ: ନିଜେ ଭିଡିଓ ସେୟାର କରି କଲେ ପ୍ରଶଂସା

ମୁମ୍ବାଇ ୦୨/୦୩ : ବେଳେ ବେଳେ ଏମିତି କିଛି କୌଶଳ ବା ଟ୍ୟାଲେଣ୍ଟ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା ମୁସ୍କିଲ ହୋଇଥାଏ। ଏମିତି ଏକ ଟ୍ୟାଲେଣ୍ଟ ସାମ୍ନାକୁ ଆସିଛି ଯାହା ଦେଖି ଆପଣ ବି ବିଶ୍ୱାସ କରିବେନି। ରୁବିକ୍ କ୍ୟୁବ୍ ସଲ୍ଭ କଲାବେଳେ ଅଧିକାଂଶ ଲୋକ ନୟାନ୍ତ ହୋଇଯାନ୍ତି। ବହୁତ ଚେଷ୍ଟା ପରେ ଏହାକୁ ସଲ୍ଭ କରିପାରନ୍ତି। କିନ୍ତୁ ଜଣେ ଯୁବକ ଏହାକୁ ଚୁଟକିରେ ସଲ୍ଭ କରିଦେଇଛନ୍ତି ସେ ପୁଣି ଆଖି ବନ୍ଦ କରି। ଏହି ଭିଡିଓକୁ ସଚିନ ତେନ୍ଦୁଲକର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓ ଖୁବ ଭାଇରାଲ୍ ହେଉଛି।

ଭିଡିଓରେ ଆପଣ ଦେଖିପାରିବେ, ଜଣେ ଯୁବକ ଆଖି ବନ୍ଦ କରି କିଛି ସେକେଣ୍ଡରେ ରୁବିକ୍ କ୍ୟୁବ୍ ସଲ୍ଭ କରିଦେଇଛନ୍ତି। ଭିଡିଓରେ ସଚିନ କହିଛନ୍ତି, “ମୁଁ ମହମ୍ମଦ ଅଇମାନ କୋଲିଙ୍କ ସହ ଅଛି। ଆପଣ ଜାଣିଛନ୍ତି ଇଏ କଣ ? ରୁବିକ୍ କ୍ୟୁବ୍।” ସଚିନ ଏହି କ୍ୟୁବକୁ ମିକ୍ସ କରି କୋଲିଙ୍କୁ ଦେଇଛନ୍ତି। ମାତ୍ର କିଛି ସେକେଣ୍ଡରେ କୋଲି ଫର୍ମୁଲା ମନେପକାଇ ଆଖି ବନ୍ଦ କରି କ୍ୟୁବ୍ ସଲ୍ଭ କରିଦେଇଛନ୍ତି।

ସଚିନ ଆଗକୁ କହିଛନ୍ତି, “ଅଇମାନ କୋଲିଙ୍କ ନାଁ ଗିନିଜ୍ ୱାର୍ଲଡ ରେକର୍ଡରେ ସାମିଲ ହୋଇଛି। ଏହି ଭାରତୀୟ ଯୁବକଙ୍କ ପାଇଁ ଆମେ ଗର୍ବ ଅନୁଭବ କରୁଛି “

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି ସଚିନ କୋଲିଙ୍କର ଖୁବ ପ୍ରଶଂସା କରିଛନ୍ତି। ଭିଡିଓ ସେୟାର କରି ସଚିନ ଲେଖିଛନ୍ତି, ଦେଖନ୍ତୁ ଏହି ଯୁବକଙ୍କୁ, ତାଙ୍କୁ ଦେଖି ମୁଁ ବି ଆଶ୍ଚର୍ଯ୍ୟଚକିତ। ଆମେ ଯେଉଁ କାମ ଦେଖିକି ବି କରିପାରୁନାହୁଁ ସେହି କାମ ଇଏ ନ ଦେଖି କରୁଛନ୍ତି। ମୋତେ ଏହି କୌଶଳ ଶିଖାଇବା କୋଲିଙ୍କର ଚ୍ୟାଲେଞ୍ଜ। ମାତ୍ର ୧୭ ସେକେଣ୍ଡରେ କୋଲି କ୍ୟୁବ୍ ସଲ୍ଭ କରିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ