ଦେଶ ବିଦେଶ ମନୋରଞ୍ଜନ

ଯୁଦ୍ଧକୁ ନେଇ ଚିନ୍ତାରେ ଦେଶୀଗାର୍ଲ; ଜତେଇଲେ ସହାନଭୂତି, ବିଶ୍ୱନେତାଙ୍କୁ କଲେ ଅପିଲ୍‌

ମୁମ୍ବାଇ ୧୦/୦୪ : ଦେଢ଼ମାସ ପାଖାପାଖି ଋଷ୍‌ ୟୁକ୍ରେନ ଯୁଦ୍ଧ। ବିଗିଡୁଛି ୟୁକ୍ରେନ୍‌ର ସ୍ଥିତି । ପ୍ରଭାବିତ ଅନେକ ଦେଶ। ପୂରା ବିଶ୍ୱ ଅସ୍ତବ୍ୟସ୍ତ। ଯୁଦ୍ଧ ରୋକିବାକୁ ଓ ୟୁକ୍ରେନ୍‌ ବାସୀଙ୍କୁ ସାହାଯ୍ୟ ପାଇଁ ସମସ୍ତେ କରୁଛନ୍ତି ନିବେଦନ। ଏଥିରୁ ବାଦ୍ ପଡ଼ି ନାହାନ୍ତି ବଲିଉଡ୍‌ ଦେଶୀ ଗାର୍ଲ। ଚିନ୍ତା ପ୍ରକଟ କରି ଖୋଲିଛନ୍ତି ମୁହଁ । ପୂର୍ବରୁ ପ୍ରିୟଙ୍କା ଅନେକ ଗୁରୁତ୍ୱ ପ୍ରସଙ୍ଗ ଉପରେ ନିଜ ରାୟ ଦେଇଛନ୍ତି । ଏବେ ପୁଣି ଋଷ-ୟୁକ୍ରେନ୍‌ ଯୁଦ୍ଧକୁ ନେଇ ଜାହିର୍‌ କରିଛନ୍ତି ଦୁଃଖ । ୟୁକ୍ରେନର ନୀରିହ ଲୋକମାନଙ୍କ ପ୍ରତି ଜତେଇଛନ୍ତି ସହାନଭୂତି। ୟୁକ୍ରେନ ଶରଣାର୍ଥୀ ମାନଙ୍କୁ ସାହାଯ୍ୟ କରିବାକୁ ବିଶ୍ୱ ନେତାମାନଙ୍କୁ ଅପିଲ୍‌ କରି ଜାରି କରିଛନ୍ତି ଏକ ଭିଡିଓ।

ସେ କହିଛନ୍ତି, ‘ବିଶ୍ୱ ନେତା ମାନଙ୍କୁ ସିଧା ସଳଖ ଅପିଲ୍‌। ପୂର୍ବ ୟୁରୋପରେ ଖାସ୍‌ କରି ୟୁକ୍ରେନର ଶରଣାର୍ଥୀ ଓ ପିଲାମାନଙ୍କୁ ସାହାଯ୍ୟ କରନ୍ତୁ। ପୂର୍ବ ୟୁରୋପରେ ମାନବିକ ସଙ୍କଟ ଉପରେ କାର୍ଯ୍ୟ କରୁଥବା ସମାଜସେବି ଓ ଲୟର ଉତ୍ତର ଦିଅନ୍ତୁ। ‘

ସେ ଆହୁରି କହିଛନ୍ତି , ବିଶ୍ୱର ନେତାମାନେ, ଆମକୁ ୟୁକ୍ରେନର ଶରଣାର୍ଥୀମାନଙ୍କ ପାଇଁ ଠିଆ ହେବା ଆବଶ୍ୟକ। ସେମାନଙ୍କୁ ସହଯୋଗର ଆବଶ୍ୟକତା ରହିଛି। ଆମେ କେବଳ ଏସବୁ ଦେଖି ଅପେକ୍ଷା କରିବା ଉଚିତ୍‌ ନୁହେଁ। ଖୁବ୍‌ ବିଳମ୍ବ ହୋଇଗଲାଣି। ଯୁଦ୍ଧ ଆରମ୍ଭ ହେବା ପରଠୁ ୟୁକ୍ରେନ୍‌ ଛାଡ଼ି ପଳେଇଲେନି ପାଖାପାଖି ୨ ମିଲିୟନରୁ ଅଧିକ ପିଲା। ଦ୍ୱିତୀୟ ଯୁଦ୍ଧ ପରଠୁ ଏହା ସର୍ବାଧିକ ।

ଏହି ସଂଖ୍ୟା ଆଶ୍ଚର୍ଯ୍ୟଜନକ ଅଟେ। ଏତେ ସଂଖ୍ୟକ ଜୀବନ ଆଘାତ ପାଇଛନ୍ତି। ସେ ସ୍ମୃତି ମନରେ ଛାପ ହୋଇ ସବୁବେଳେ ରହଯିବ। ପିଲାମାନେ ଯାହା ଦେଖିଛନ୍ତି ଓ ଯେତେ ଅସୁବିଦା ଭୋଗିଲେଣି ସେ ସବୁରୁ ବହାରିବା ସେମାନଙ୍କ ପାଇଁ ଖୁବ୍‌ କଷ୍ଟକର ହେବ। ତେଣୁ ବ୍ରିଟେନ, ଜର୍ମାନୀ, ଜାପାନ, ନରୱେ ଏବଂ ଅଷ୍ଟ୍ରେଲିଆର ନେତା ମାନଙ୍କୁ ଅନୁରୋଧ। ମନାବିକତା ଦେଖନ୍ତୁ। ସେହି ପିଲାମାନଙ୍କୁ ସାହାଯ୍ୟ କରନ୍ତୁ। ୟୁକ୍ରେନ ଶରଣାର୍ଥୀଙ୍କୁ ସହାୟତାର ହାତ ବଢ଼ାଇବେ ତ?

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ