ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଯୁକ୍ତ ୨ ପରୀକ୍ଷା ବାତିଲ ଦାବି, ରାସ୍ତା ଉପରେ ବସି ବିକ୍ଷୋଭ ପ୍ରଦର୍ଶନ କଲେ ଛାତ୍ରଛାତ୍ରୀ

ଆନନ୍ଦପୁର ୩।୨: ଯୁକ୍ତ ୨ ଅଫଲାଇନ୍ ପରୀକ୍ଷା ବାତିଲ ଦାବିରେ ଆନନ୍ଦପୁର ଉପଖଣ୍ଡ ବିଭିନ୍ନ ଯୁକ୍ତ ୨ କଲେଜ ଛାତ୍ରଛାତ୍ରୀମାନେ ମିଳିତ ହୋଇ ରାସ୍ତାରୋକ କରିଛନ୍ତି । ଗତ ତିନୋଟି କ୍ବାଟର ପରୀକ୍ଷାରେ ମାର୍କକୁ ଭିତ୍ତି କରି ଆନୁଆଲ୍ ପରୀକ୍ଷାର ମାର୍କ ଦେବାକୁ ଦାବି ସହ ଅଫଲାଇନ୍ ଆନୁଆଲ୍ ପରୀକ୍ଷାକୁ ବାତିଲ ଜିଦ୍ ରେ ଆନନ୍ଦପୁର ସହରର କେନ୍ଦ୍ରସ୍ଥଳୀ ବ୍ରିଜ୍ ଛକଠାରେ ରାସ୍ତା ରାସ୍ତା ଉପରେ ବସି ରହିଥିଲେ ଛାତ୍ରଛାତ୍ରୀ । ଫଳରେ ଗୋଟିଏ ପଟେ ଯାଜପୁର, କେନ୍ଦୁଝର ଓ ଅନ୍ୟପଟେ ମୟୂରଭଞ୍ଜ ଓ ଭଦ୍ରକ ପଟୁ ଆସୁଥିବା ଗାଡିଗୁଡିକ ଚଳାଚଳ କରିବାରେ ବାଧା ଉପୁଜିଥିଲା । ପରେ ଆନନ୍ଦପୁର ପୋଲିସ ପହଞ୍ଚି ବୁଝାସୁଝା କରିବାରୁ ରାସ୍ତାରୋକରୁ ହଟିଥିଲେ ଛାତ୍ରଛାତ୍ରୀ ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି