ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ପରୀକ୍ଷା: ୪୬୧ କଲେଜ ସିସିଟିଭି ଲଗାଇନାହାନ୍ତି

ଭୁବନେଶ୍ବର : ଫେବ୍ରୁଆରି ପହିଲାରୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା। ତାକୁ ନଜରରେ ରଖି ଡିସେମ୍ବର ୩୦ ସୁଦ୍ଧା ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ୨ କଲେଜ କର୍ତ୍ତୃପକ୍ଷ ସିସିଟିଭି କ୍ୟାମେରା ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ପକ୍ଷରୁ କୁହାଯାଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏବେ ସୁଦ୍ଧା ରାଜ୍ୟର ୪୬୧ଟି କଲେଜରେ ସିସିଟିଭି କ୍ୟାମେରା ଲାଗିନାହିଁ। କେଉଁଠି ଅଧା ଅଚଳ ତ ଆଉ କେଉଁଠି ଗୋଟିଏ ବି କ୍ୟାମେରା ନାହିଁ। ଆଉ କିଏ କ୍ୟାମେରା ଲଗାଇଥିଲେ ମଧ୍ୟ ଏବେ ସୁଦ୍ଧା ସିସିଟିଭି ଲିଙ୍କ୍‌ ପରିଷଦ ନିକଟରେ ଦାଖଲ କରିନାହାନ୍ତି। ଯେଉଁଥିପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ଏଥର କଡ଼ା ଅଭିମୁଖ୍ୟ ଗ୍ରହଣ କରାଯାଇଛି। କେଉଁ କଲେଜଗୁ୍‌ଡ଼ିକ ସିସିଟିଭି ଲଗାଇ ନାହାନ୍ତି ତା’ର ତାଲିକା ପ୍ରକାଶ କରିବା ସହ ଆସନ୍ତା ୧୩ ତାରିଖ ସୁଦ୍ଧା ପରିଷଦ ଲିଙ୍କ୍‌ରେ ତଥ୍ୟ ଦାଖଲ କରିବାକୁ କୁହାଯାଇଛି।

ପରିଷଦର ଜଣେ ଅଧିକାରୀ କହିଛନ୍ତି ଯେ ପୂର୍ବ ବର୍ଷଗୁଡ଼ିକରେ ଅଧିକାଂଶ କଲେଜରେ ସିସିଟିଭି ଲାଗିଥିଲେ ମଧ୍ୟ ତାହା ଅଚଳ ହୋଇଯାଇଥିବା ନଜରକୁ ଆସିବା ପରେ ୨୦୨୨ ଡିସେମ୍ବର ୯ରେ ଚିଠି ଲେଖାଯାଇ ସିସିଟିଭି ଲଗାଇବା ଏବଂ ପରୀକ୍ଷା ପୂର୍ବରୁ ସିସିଟିଭି ସଜାଡ଼ିବାକୁ ପରାମର୍ଶ ଦିଆଯାଇଥିଲା। ପରୀକ୍ଷା କେନ୍ଦ୍ର ହେଉଥିବା ଯେଉଁ କଲେଜ ସିସିଟିଭି ଲଗାଇ ନ ଥିଲେ ସେମାନେ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ପରୀକ୍ଷା କେନ୍ଦ୍ରର ରୁମ୍‌, ହଲ୍‌ ଓ ଲାବ‌ରୋଟାରିରେ ସିସିଟିଭି ଲଗାଇବା ବାଧ୍ୟତାମୂଳକ ହୋଇଥିଲା। ପରୀକ୍ଷାର ସୁପରିଚାଳନା ଲାଗି ରାଜ୍ୟରେ ପ୍ରତିଷ୍ଠା ହେବାକୁ ଥିବା ୨୦୦ରୁ ଅଧିକ ପରୀକ୍ଷା ପରିଚାଳନା ହବ୍‌(ଇଏମ୍‌ଏଚ୍‌)ରେ ସିସିଟିଭି ସଜାଡ଼ିବା, ସେଲ୍ଫ ଫାଇନାନ୍ସିଂ କଲେଜଗୁଡ଼ିକ ଯେତେଶୀଘ୍ର ସମ୍ଭବ ସିସିଟିଭି ଲଗାଇବା ନେଇ ସୁନିଶ୍ଚିତ କରିବା ସହ ସାମ୍‌ସ ଇ-ସ୍ପେସ୍‌ରେ ସିସିଟିଭି କ୍ୟାମେରା ଲିଙ୍କ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତା’ପରେ ବି କଲେଜଗୁଡ଼ିକ ସିସିଟିଭି ଲଗାଇ ନାହାନ୍ତି କି ତଥ୍ୟ ଦେଇନାହାନ୍ତି। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୪୩ଟି କଲେଜ ରହିଥିବା ବେଳେ ଅନୁଗୁଳର ୧୧, ବାଲେଶ୍ବରର ୨୩, ବରଗଡ଼ର ୧୪, ବଲାଙ୍ଗୀରର ୨୭, କଟକର ୨୨, ଗଞ୍ଜାମର ୨୮, ଯାଜପୁରର ୧୮ କଲେଜ ରହିଛି।

ଯଦି କୌଣସି କଲେଜ ସିସିଟିଭି ଲଗାଇବାରେ ବିଫଳ ହୁଅନ୍ତି, ସେଠାକାର ପରୀକ୍ଷାର୍ଥୀଙ୍କ ଆଡମିଟ୍‌ କାର୍ଡ ନପଠାଇବାକୁ ପରିଷଦ ନିଷ୍ପତ୍ତି ନେଇଛି। ଯେଉଁ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକରେ ଇଏମ୍‌ଏଚ୍‌ କରାଯାଉଛି, ସେଠାରେ ତୁରନ୍ତ ସିସିଟିଭି ଲଗାଇବାକୁ ନିର୍ଦେଶ ଦିଆଯାଇଛି। ଯୁକ୍ତ୨ ଥିଓରି ପରୀକ୍ଷା କେନ୍ଦ୍ର ସଂଖ୍ୟା ଏଥର ବୃଦ୍ଧି କରିବାକୁ ପରିଷଦ କର୍ତ୍ତୃପକ୍ଷ ଯୋଜନା ହେଉଛି। ପିଲାଙ୍କ ସଂଖ୍ୟା ବର୍ଷକୁ ବର୍ଷ ବଢ଼ୁଥିବାରୁ ଭିତ୍ତିଭୂମି ଅଭାବ ଦେଖିବାକୁ ମିଳୁଛି। ତେଣୁ ୪ରୁ ୫ଟି ସେଲ୍ଫ ଫାଇନାନ୍ସିଂ ଯୁକ୍ତ୨ କଲେଜ ଭିତ୍ତିଭୂମିକୁ ବ୍ୟବହାର କରାଯାଇ ସବ୍‌-ସେଣ୍ଟର ଭାବେ ସେଠାରେ ପରୀକ୍ଷା କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।