ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆଜି: ୩୨ କେନ୍ଦ୍ରରେ ହଜ‌ାରେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪ ତାରିଖରେ ଅନୁଷ୍ଠିତ ହେବ। ୧୩ ତାରିଖ(ଗୁରୁବାର) ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ଗୋଟିଏ ସିଟିଂରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେଗୁଲାର ଓ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଥିଓରି ପରୀକ୍ଷା କରାଯିବ। ମାତ୍ର ଜୀବ ବିଜ୍ଞାନ-୧(ଉଦ୍ଭିଦ ବିଜ୍ଞାନ) ବିଷୟ ପରୀକ୍ଷା ସେହିଦିନ ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ଏବଂ ଜୀବ ବିଜ୍ଞାନ-୨(ପ୍ରାଣୀ ବିଜ୍ଞାନ) ବିଷୟ ପରୀକ୍ଷା ପୂର୍ବାହ୍ନ ୧୧ଟା ୫୦ରୁ ଅପରାହ୍ଣ ୧ଟା ୨୦ ମଧ୍ୟରେ ହେବ। ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଧନ୍ଦାମୂଳକ ବିଭାଗର ସମସ୍ତ ଥିଓରି ବିଷୟ ପରୀକ୍ଷା କରାଯିବ। ଏବର୍ଷ ପାଖାପାଖି ଏକ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନାମ ପଞ୍ଜୀକରଣ କରିଛନ୍ତି। ଖଲ୍ଲିକୋଟ ପରୀକ୍ଷା କେନ୍ଦ୍ରରେ ସର୍ବାଧିକ ୯୦ରୁ ଅଧିକ ପରୀକ୍ଷାର୍ଥୀ ଥିବା ବେଳେ ରାୟଗଡ଼ାରେ ୪ଜଣ ରହିଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଥିଓରି ପରୀକ୍ଷା ପାଇଁ ରାଜ୍ୟରେ ୩୨ଟି ପରୀକ୍ଷା କେନ୍ଦ୍ର ହୋଇଛି। ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏ କେନ୍ଦ୍ର ହୋଇଥିବା ବେଳେ ଖୋର୍ଦ୍ଧା ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ଲେଖାଏ କେନ୍ଦ୍ର କରାଯାଇଛି। ପରୀକ୍ଷାର ସୁପରିଚାଳନା ଲାଗି ସମସ୍ତ କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ପରୀକ୍ଷା ଦାୟିତ୍ବରେ ନ ଥିବା କୌଣସି ବ୍ୟକ୍ତିଙ୍କୁ କେନ୍ଦ୍ର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ। ୨୦୨୦ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପରୀକ୍ଷାର୍ଥୀ ଏକ୍ସ-ରେଗୁଲାର ଓ ୨୦୨୧ରେ ପଞ୍ଚୀକୃତ ଛାତ୍ରଛାତ୍ରୀ ରେଗୁଲାର ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ସମ୍ପୃକ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସାମ୍‌ସ ଇ-ସ୍ପେସ୍‌ରେ ଇନ୍‌ଷ୍ଟାଣ୍ଟ ପରୀକ୍ଷା ପାଇଁ ଆଡମିଟ୍‌ କାର୍ଡ ଉପଲବ୍ଧ କରାଯାଇଛି। ଜୁନ୍‌ ୧୪ ତାରିଖରେ ଗୋଟିଏ ସିଟିଂରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ସମସ୍ତ ବିଭାଗର ପ୍ରାକ୍ଟିକାଲ ପରୀକ୍ଷା ହେବ। ଶିକ୍ଷାନୁଷ୍ଠାନ ସ୍ତରରେ ଏଥିପାଇଁ ବ୍ୟବସ୍ଥା ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।