କଳା ଓ ସଂସ୍କୃତି ଦେଶ ବିଦେଶ

ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ, ଭଗବାନ ଜାଣିଛନ୍ତି କିଏ କ’ଣ: ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜନୀତି ସରଗରମ ହୋଇ ଉଠିଛି । ରାଜନୈତିକ ବୟାନବାଜି ଭିତରେ ଉଠୁଛି ପଡୁଛି ଉତ୍ତରପ୍ରଦେଶ । ଶାସକ-ବିରୋଧୀଙ୍କ ବାକ୍ୟ ବାଣ ସଂକେତ ଦେଉଛି ଯେ, ଏଥର ଆଉ ଏକପାଖିଆ ହେବନି ଉତ୍ତରପ୍ରଦେଶ ନିର୍ବାଚନ । ଘମାଘୋଟ ଲଢେଇ ହେବ, କିଏ ବାଜି ଜିତିବ ତାହାର ଅନ୍ଦାଜ ଲଗାଇବା ମୁସ୍କିଲ ହେବ । ଆଉ ଏସବୁ ଭିତରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବିରୋଧୀଙ୍କୁ ଟାର୍ଗେଟ କରିବା ସହ କହିଛନ୍ତି, ଯାହାର ଦମ ଥିବ ସିଏ ମଥୁରାରେ ମନ୍ଦିର ଗଢିବ । ବିଜେପି ସରକାର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କଲା, କାଶୀ ବିଶ୍ୱନାଥ ପୀଠର ନବକଳେବର ହେଲା, ମଥୁରାରେ ବ୍ରଜ ତୀର୍ଥ ବିକାଶ କ୍ଷେତ୍ରର ଗଠନ କରାଗଲା ।

ଏହାସହ ଯୋଗୀ ଆଦିତ୍ୟନାଥ କହିଛନ୍ତି, ବିଜେପି ସରକାର ସମୟରେ ଗୋଟିଏ ଦଙ୍ଗା ଦେଖିବାକୁ ମିଳିନାହିଁ । ଉତ୍ତରପ୍ରଦେଶରେ ସମସ୍ତେ ସୁରକ୍ଷିତ । ଏହାଛଡା ହିନ୍ଦୁତ୍ୱ କେବେ କଠୋରବାଦୀ ନୁହଁନ୍ତି । ଏହା ଆମ ପାଇଁ ଗୌରବର ବିଷୟ । ଆମେ ସବୁବେଳେ ବିକାଶର ପ୍ରତିଶ୍ରୁତି ଦେଉଛୁ ଏବଂ ଏହାକୁ ପାଳନ ମଧ୍ୟ କରୁଛୁ । ଉତ୍ତରପ୍ରଦେଶରେ ଆମ ସରକାର ଗୁଣ୍ଡାରାଜ ଶେଷ କରିଛି । ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରୋଡ ରୋମିଓଙ୍କୁ ସାବାଡ କରିବା ସହ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି ।

କେବଳ ଏତିକି ନୁହେଁ ଅଖିଳେଶ ଯାଦବଙ୍କୁ ଟାର୍ଗେଟ କରିବା ସହ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଖିଳେଶ ୪୦୦ରୁ ଅଧିକ ଆସନରେ ଜିତିବା ଦାବି କରି ସ୍ୱପ୍ନ ଦେଖୁଛନ୍ତି । ଆଉ ସ୍ୱପ୍ନ ଦେଖିବା କିଛି ଖରାପ କଥା ନୁହେଁ । କିନ୍ତୁ ଯେତେବେଳେ ତାଙ୍କୁ ସୁଯୋଗ ମିଳିଥିଲା ସେତେବେଳେ ସିଏ କଣ କରିଥିଲେ ତାହା ସମସ୍ତଙ୍କୁ ଜଣା । ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଓ କଂଗ୍ରେସ କ୍ଷମତାର ଦୁରୁପଯୋଗ କରିଛନ୍ତି । ଉତ୍ତରପ୍ରଦେଶର ବିକାଶ ପାଇଁ ଏମାନେ କୌଣସି କାମ କରିନାହାନ୍ତି । ଏବେ ଏମାନେ ରାମ ଓ କୃଷ୍ଣଙ୍କ ଶରଣରେ ପଶୁଛନ୍ତି । କିନ୍ତୁ ଭଗବାନ ବି ଜାଣିଛନ୍ତି କିଏ କେଉଁଭଳି ଚରିତ୍ରର? କିଛି ଏଭଳି କହି ବିରୋଧୀଙ୍କୁ ବାଣ ମାରିବା ସହ ଭୋଟରଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ଯୋଗୀ ଆଦିତ୍ୟନାଥ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,