ଖୋର୍ଦ୍ଧା ୨୦।୦୫ : ପ୍ରେମ ପୁଣି ନେଲା ଏକ ଜୀବନ । ପ୍ରେମରେ ହତାଶ ହୋଇ ଆଉ ଜଣେ ସୌମ୍ୟ ନିଜ ଜୀବନ ହରାଇଛନ୍ତି । ନିଜ ହାତକୁ ବ୍ଲେଡ୍ରେ କାଟି ଫଟୋ ସୋସିଆଲ୍ ମିଡିଆରେ ଅପଲୋଡ଼ କରିଛନ୍ତି । ଆଉ ଟ୍ରେନ୍କୁ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡାଲ୍ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି ।
ଆଉ ସେହି ଭିଡିଓରେ କହିଛନ୍ତି ଯେ, ବାବା ଆଉ ମାମି ମୋତେ କ୍ଷମା କରିଦେବ । ମୁଁ ଜାଣିନି ମୁଁ ଏଇଟା ଠିକ୍ କରୁଛି କି ଭୁଲ୍ କରୁଛି । ଭାଇ ମୋ ବାବା-ମାମିଙ୍କ ଯତ୍ନ ନେବୁ, ସେମାନଙ୍କ ଧ୍ୟାନ ରଖୁବି । ମୁଁ ଭାଇଟେ ହୋଇ ତୋପାଇଁ କିଛି କରିନି , କିନ୍ତୁ ତୁ ମୋ ବାବା-ମାମିଙ୍କ ଧ୍ୟାନ ରଖିବୁ । ମୁଁ ଗୋଟେ ଝିଅକୁ ଭଲ ପାଉଥିଲି, ସେ ମୋତେ ଧୋକ୍କା ଦେଲା । ତେଣୁ ମୁଁ ଆଉ ବଞ୍ଚିବାକୁ ଚାହୁଁନି । ଏମିକି କିଛି କହି ନିଜ ଫଟୋ ଓ ଭିଡିଓ ସୋସିଆଲ୍ ମିଡିଆରେ ଅପଲୋଡ କରି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।
ସେପଟେ ଖୋର୍ଦ୍ଧା ଧଉଳିମୁହଁ ରେଳ ଷ୍ଟେସନ ନିକଟ ଟ୍ରେନ୍ ଲାଇନ୍କୁ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଠାବ ହୋଇଛି । ମୃତ ଯୁବକ ସ୍ଥାନୀୟ ଅଞ୍ଚଳର ସୌମ୍ୟ ରଞ୍ଜନ ପରିଡା ବୋଲି ଜଣାପଡିଛି । ପ୍ରେମ ବିବାଦକୁ ନେଇ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଖୋର୍ଦ୍ଧା ସଦର ଥାନା ପୋଲିସ ଓ ଖୋର୍ଦ୍ଧାରୋଡ ଜିଆର୍ପି ତଦନ୍ତ ଆରମ୍ଭ କରିଛି ।