ଅପରାଧ ରାଜ୍ୟ

ଯାତ୍ରା ପାର୍ଟି ମ୍ୟାନେଜରଙ୍କ ନାଁରେ ଟଙ୍କା ହଡ଼ପ ଓ ଅସଦାଚରଣ ମାମଲା: ଅଭିଯୋଗକୁ ଖଣ୍ଡନ କଲେ ମଧୁସୂଦନ, କହିଲେ-ସବୁ ମିଛ, ମୁଁ ଆଇନର ଆଶ୍ରୟ ନେବି

ଯାଜପୁର ୨୪।୦୫ : ପୂର୍ବତନ ଯାତ୍ରା ପାର୍ଟି ମ୍ୟାନେଜରଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଓ କଳାକାରଙ୍କୁ ଅସଦାଚରଣ ଘଟଣା। ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଯାତ୍ରା ପାର୍ଟି ମ୍ୟାନେଜର ମଧୁସୂଦନ ପ୍ରଧାନ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରାଯାଇ ମିଥ୍ୟା ଆରୋପ ଲଗାଯାଇଥିବା ଗଣମାଧ୍ୟମ ସମ୍ମୁଖରେ ସେ ସଫେଇ ଦେଇଛନ୍ତି। ସମସ୍ତ ଅଭିଯୋଗ ମିଥ୍ୟା ଓ ଏସବୁ ଅଭିଯୋଗର ପ୍ରମାଣ ଥିଲେ ଅଭିଯୋଗକାରୀ ତାହା ଦିଅନ୍ତୁ ବୋଲି ସେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଖବର ଅନୁଯାୟୀ, ପୂର୍ବରୁ ପାର୍ବତୀ ଓ ରାଜଧାନୀ ଅପେରାରେ ପରିଚାଳକ ବା ମ୍ୟାନେଜର ଭାବେ କାର୍ଯ୍ୟ କରୁଥିବା ମଧୁସୂଦନ ପ୍ରଧାନ ଉକ୍ତ ସଂସ୍ଥାରୁ‌ ଲକ୍ଷାଧିକ ଟଙ୍କା ହଡ଼ପ କରିବା ସହ ଲୋକ ଲଗାଇ ଯାତ୍ରା କଳାକାରମାନଙ୍କୁ ମାରପିଟ୍ ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ସୋମବାର ଭୁବନେଶ୍ୱର ଠାରେ ଏହି ଦୁଇ ଯାତ୍ରା ପାର୍ଟିର ବର୍ତ୍ତମାନର ମ୍ୟାନେଜର ଓ କଳାକାରମାନେ ଏକ ସାମ୍ବାଦିକ ସମ୍ମିଳନୀରେ ଏପରି ଅଭିଯୋଗ କରିଥିଲେ। ତେବେ ଏଭଳି ଅଭିଯୋଗକୁ ଅସ୍ବୀକାର କରିବା ସହ ତାଙ୍କ ବିରୋଧରେ ସମ୍ପୃକ୍ତ ଯାତ୍ରା ପାର୍ଟି ମାଲିକ ଷଡ଼ଯନ୍ତ୍ର କରିଥିବା ସେ ଆଜି ଯାଜପୁର ଜିଲ୍ଲା ଦାନଗଦି ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ପାର୍ବତୀ ଓ ରାଜଧାନୀ ଅପେରାର ମାଲିକଙ୍କ କଥାରେ ରାଜି ନହେବାରୁ ସେ ଆକ୍ରୋଶମୂଳକ ଭାବେ ତାଙ୍କ ବିରୋଧରେ ଏପରି ଅଭିଯୋଗ ଆଣିଥିବା କହିଛନ୍ତି। ଏଥିସହିତ ତାଙ୍କ ଉପରେ ଏପରି ମିଥ୍ୟା ଆରୋପ ଲଗାଯାଇଥିବାରୁ ତାଙ୍କ ମାନ ହାନି ଘଟିଛି। ତେଣୁ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।