ଅପରାଧ ରାଜ୍ୟ

ଯାଜପୁର: ନରବଳି ମାମଲାରେ ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ

ଯାଜପୁର: ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅନ୍ତର୍ଗତ ରାଜେନ୍ଦ୍ରପୁର ଗାଁରେ ଘଟିଥିବା ଏକ ନରବଳି ମାମଲାର ଶୁଣାଣି କରି ଗୁଣିଆକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ। ଦୋଷୀ ଦୀପକ ବାରିକକୁ ଦଣ୍ଡାଦେଶ ମିଳିଛି।

୨୦୧୫ ମସିହା ଫେବ୍ରୁଆରି ମାସ ୨୬ ତାରିଖରେ ଏକ ନରବଳି ଘଟଣା ଘଟିଥିଲା। ଏହି ଘଟଣାରେ ଯାଜପୁର କୁଆଖିଆ ଥାନାରେ ୨୯/୨୦୧୫ ରେ ଏକ ମାମଲା ରୁଜୁ ହୋଇ ବିଚାରାଧୀନ ଥିଲା। ଆଜି ଏହି ଘଟଣାରେ ଯାଜପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆସାମୀ ଦୀପକ ବାରିକକୁ ଆଜୀବନ କାରାଦଣ୍ଡାଦେଶ ସହ ୩୫ ହଜାର ଟଙ୍କା ଜରିମାନା ସହ ଅନାଦେୟ ଅତିରିକ୍ତ ୬ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି।

ସେହି ଗାଁର ଅଭିଷେକ ନାୟକକୁ ବଳି ଦେବାପାଇଁ ଦୀପକ ଡାକିନେଇଥିଲା ଓ ପରଦିନ ସକାଳେ ତାର ମୃତଦେହ ରାଜେନ୍ଦ୍ରପୁର ଗାଁର ମଙ୍ଗଳା ମନ୍ଦିର ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା। ପୁଲିସ ଘଟଣାର ତଦନ୍ତ କରି ଦୀପକ ବାରିକକୁ ଗୁଣିଗାରେଡି ସନ୍ଦେହରେ ଗିରଫ କରିଥିଲା। ସମସ୍ତ ୨୪ ଜଣ ସାକ୍ଷୀଙ୍କ ଆଧାରରେ ଆଜି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।