ରାଜ୍ୟ

ଯାଜପୁର ଆସନରେ ନୂଆ-ପୁରୁଣା ଲଢ଼େଇ: ବବିଙ୍କ ଅନୁପସ୍ଥିତିରେ ମଙ୍ଗ ଧରିଲେ ଭବ

ଯାଜପୁରସଦର: ଯାଜପୁର ନିର୍ବାଚନମଣ୍ଡଳୀରେ ଏବେ ରାଜନୈତିକ ବାତାବରଣ ରୋଚକ ମୋଡ଼ରେ ପହଞ୍ଚିଛି। ଏଠାରୁ ବିଜେଡିର ନୂଆ ବନାମ ବିଜେପିର ପୁରୁଣା ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ହେବାକୁ ଯାଉଛି। ଜିଲ୍ଲା ବିଜେପି ସଭାପତି ତଥା ଯାଜପୁର ବିଧାନସଭା କ୍ଷେତ୍ରର ବିଜେପି ପ୍ରାର୍ଥୀ ଗୌତମ ରାୟ ମା’ ବିରଜାଙ୍କ ଦର୍ଶନ ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଗୌତମ ଲଗାତାର ୩ ଥର ଏହି ଆସନରୁ ହାରିଥିଲେ ମଧ୍ୟ ଜଣେ ପୁରୁଖା ଓ ଅନୁଭବୀ ନେତା ଭାବେ ତାଙ୍କର ଭାବମୂର୍ତ୍ତି ରହିଛି। ଅନ୍ୟପକ୍ଷରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି ଆସନରୁ ତିନିଥର ଜିତିଛନ୍ତି। ହେଲେ, ବିଜେଡି ଏଥର ବବିଙ୍କ ସ୍ଥାନରେ ସୁଜାତା ସାହୁଙ୍କୁ ଦଳ ପ୍ରାର୍ଥୀ କରିଛି। ସୁଜାତା ମିସନ ଶକ୍ତି ସହ ଦଶରଥପୁର ବ୍ଲକ୍‌ର ଅଧ୍ୟକ୍ଷା ଭାବେ କାର୍ଯ୍ୟ କରିଥିବା ବେଳେ ପ୍ରଥମଥର ପାଇଁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ନୂଆ-ପୁରୁଣା ଲଢ଼େଇରେ ବବିଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ) ସୁଜାତାଙ୍କ ସାରଥି ପାଲଟିଛନ୍ତି। ଅସୁସ୍ଥତା କାରଣରୁ ବହୁଦିନ ଧରି ନିର୍ବାଚନମଣ୍ଡଳୀରୁ ଦୂରେଇ ରହିଥିବା ଭବପ୍ରସାଦ ସୁସ୍ଥ ହୋଇ ଫେରିବା ପରେ ଏବେ ବିଜେଡିର ମଙ୍ଗ ଧରିଛନ୍ତି।

ବିଭିନ୍ନ ପ୍ରଚାର କାର୍ଯ୍ୟକ୍ରମରେ ସେ ସୁଜାତାଙ୍କ ଆଗେ ଆଗେ ରହୁଥିବା ତାଙ୍କୁ ଦେଖିବାକୁ ମିଳୁଛି। ଅନ୍ୟପକ୍ଷରେ, ଭବପ୍ରସାଦଙ୍କୁ କୋରେଇରୁ ପ୍ରାର୍ଥୀ କରିବା ପାଇଁ ବିଜେଡିର ଗୋଟିଏ ଗୋଷ୍ଠୀ ଦାବି କରି ଆସୁଛନ୍ତି। ଯଦି ତାଙ୍କୁ କୋରେଇରୁ ପ୍ରାର୍ଥୀ କରାଯାଏ, ତା’ହେଲେ ସୁଜାତାଙ୍କ ପାଇଁ କିଏ ପ୍ରଚାର ମଙ୍ଗ ଧରିବେ ବୋଲି ପ୍ରଶ୍ନ ଉଠୁଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ବର୍ତ୍ତମାନ ବବି ସମ୍ବଲପୁର ଲୋକସଭା ଆସନର ବିଜେଡି ପ୍ରାର୍ଥୀ ହୋଇଛନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିପକ୍ଷରେ ପ୍ରତିଦ୍ବନ୍ଦ୍ବିତାରେ ଅବତୀର୍ଣ୍ଣ ହୋଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।