ଅପରାଧ ରାଜ୍ୟ

ଯଶୀପୁର BDOଙ୍କ ମନମାନି, ଆର୍‌ଟିଆଇ ତଥ୍ୟ ଆଧାରରେ ଅଭିଯୋଗ ଆଣିଲେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା

କରଞ୍ଜିଆ, ୧୬/୧୧: ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକରେ ଦୁର୍ନୀତି ପିଛା ଛାଡ଼ୁନି । ବିଗତ ଦିନରେ ମହାଦୁର୍ନୀତି ପାଇଁ ସାରା ଓଡ଼ିଶାରେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ବ୍ଲକ ଚର୍ଚ୍ଚାର ବିଷୟ ପାଲଟିଥିଲା । ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଶିମିଳିପାଳର ପାଞ୍ଚଟି ପଞ୍ଚାୟତରେ ୩ କୋଟି ୨୧ ଲକ୍ଷ ଟଙ୍କାର ମହାଦୁର୍ନୀତିରେ ୨୫ ଜଣଙ୍କ ନାମରେ ଯଶୀପୁର ଥାନାର ମାମଲା ରୁଜ୍ଜୁ ହୋଇଥିଲା । ଏହି ଦୁର୍ନୀତିରେ ୨ ସରପଞ୍ଚ, ୩ ପଞ୍ଚାୟତ ନିର୍ବାହୀ ଅଧିକାରୀ ଜେଲ ମଧ୍ୟ ଯାଇଥିଲେ । ଅନ୍ୟପଟେ ଏହି ଘଟଣାରେ ବ୍ଲକର ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଏ.ପି.ଓ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ସରପଞ୍ଚ, ଜି.ଆର.ଏସ, କର୍ମଚାରୀଙ୍କ ସମେତ ୨୦ ଜଣ ଓଡିଶା ହାଇକୋର୍ଟରୁ ଆଗୁଆ ଜାମିନ ଆଣି ପୋଲିସ ଗିରଫଦାରୀରୁ ବର୍ତ୍ତିଥିଲେ ।

ତଥାପି ଦୁର୍ନୀତି ଓ ବାଟ ମାରଣା ଯଶୀପୁର ବ୍ଲକର ପିଛା ଛାଡ଼ୁନାହିଁ । ଏହି ଦୁର୍ନୀତି ଚରମସୀମାରେ ପହଞ୍ଚି ଥିବାର ସାଙ୍ଘାତିକ ଅଭିଯୋଗ କରିଛନ୍ତି ବ୍ଲକ ଅଧ୍ୟକ୍ଷା କୁମୁଦିନୀ ଦଳେଇ ଏବଂ ଉପାଧ୍ୟକ୍ଷା କନକ ଲତା ଦାସ । ଯଶିପୁର ବ୍ଲକର ଯଶୀପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଗଡତଳସାହି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଅଙ୍ଗାରପଦା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ, ଶିଙ୍ଗାରପୁର ଆବାସିକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରମୁଖ ୪ଟି ବିଦ୍ୟାଳୟରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ନିର୍ବାଚିତ ଜନପ୍ରତିନିଧିଙ୍କୁ ଅନ୍ଧାରରେ ରଖି ମନମାନି କରି ଯଶୀପୁର ବ୍ଲକ ବିଡ଼ିଓ ସ୍ମୃତିରଞ୍ଜନ ସାହୁ ବେନିୟମ ଭାବେ କାର୍ଯ୍ୟ କରାଉଥିବା ନେଇ ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ।

ଚାଲୁଥିବା କାର୍ଯ୍ୟ ଗୁଡିକର ଏଷ୍ଟିମେଟ ଜିଲ୍ଲାପାଳଙ୍କ ଦ୍ୱାରା ଅନୁମୋଦିତ ହୋଇନାହିଁ କିମ୍ବା ବି.ଡି.ଓ ଙ୍କ ଦ୍ୱାରା କାର୍ଯ୍ୟାଦେଶ ଦିଆଯାଇନାହିଁ ବୋଲି ସୂଚନା ଅଧିକାର ତଥ୍ୟରୁ ଜଣାପଡିଛି । କିନ୍ତୁ ଉକ୍ତ ଚାରୋଟି ହାଇସ୍କୁଲର ଉନ୍ନତିକରଣ କାର୍ଯ୍ୟ ବିନା ବିଭାଗୀୟ ଅନୁମୋଦନରେ କିମ୍ବା କୌଣସି କାର୍ଯ୍ୟାଦେଶ ବିନା ପଚାଶ ଭାଗରୁ ଅଧିକ କାମ ଶେଷ ହୋଇ ଯାଇଥିବା ଦେଖିବାକୁ ମିଳିଛି । ପଞ୍ଚାୟତ ସମିତି ବୈଠକରେ କୌଣସି ଆଲୋଚନା ନକରି ନିର୍ବାଚିତ ଜନପ୍ରତିନିଧି ଯଥା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷାଙ୍କ ଅଜାଣତରେ ବିଡ଼ିଓ କାର୍ଯ୍ୟ ଗୁଡିକୁ କରିବାକୁ ବିଭାଗୀୟ ଭାବେ କିଭଳି ନିର୍ଦ୍ଦେଶ ଦେଲେ ଏହା ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ ଏବଂ ଏହି ୪ଟି ବିଦ୍ୟାଳୟରେ ଯେଉଁ କାର୍ଯ୍ୟ ଚାଲିଛି ସେଥିରେ କୌଣସି ଭେଣ୍ଡର ନିଯୁକ୍ତି ନକରି କିପରି କନିଷ୍ଠ ଯନ୍ତ୍ରୀମାନେ ସିଧା ସଳଖ କାମ କରୁଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ । ସେପଟେ ଯଶୀପୁର ବ୍ଲକ ବିଡ଼ିଓ ଏହି ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ପୂର୍ବରୁ ଅନୁମୋଦନ ହେଇଥିବା ନେଇ ତରବରିଆ ଭାବେ ପ୍ରତିକ୍ରିୟା ରଖିଥିବା ବେଳେ ଆର୍‌ଟିଆଇ ତଥ୍ୟ ଅନୁସାରେ ତାହା କେଉଁଠି ନା କେଉଁଠି ଦୁର୍ନୀତିର ଗନ୍ଧ ବାରିହେଇ ପଡୁଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।