ରାଜ୍ୟ ସ୍ପେଶାଲ ରିପୋର୍ଟ

ଯନ୍ତ୍ରଣାବିହୀନ ଜଣ୍ଡିସ୍ ହୋଇପାରେ ଅଗ୍ନାଶୟ କର୍କଟର କାରଣ

ଭୁବନେଶ୍ବର: ପାକସ୍ଥଳୀର ତଳ ଆଡ଼କୁ ରହିଛି ପାନକ୍ରିଆଜ୍ ବା ଅଗ୍ନାଶୟ। ଏହାର ମୁଖ୍ୟ କାର୍ଯ୍ୟ ହେଉଛି ହଜମ ପାଇଁ ଆବଶ୍ୟକ ରସ ଓ ରକ୍ତ ଶର୍କରା ନିୟନ୍ତ୍ରଣ ପାଇଁ ଇନ୍‌ସୁଲିନ୍‌ କ୍ଷରଣ କରିବା। ଅଗ୍ନାଶୟ କର୍କଟ ବେଶ୍‌ ଘାତକ ଥିବା ବେଳେ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି କର୍କଟ ଦେଖାଯିବାର ୧.୬% ଆଶଙ୍କା ରହିଛି। ଏହାର ଅସ୍ପଷ୍ଟ ଲକ୍ଷଣ ସହିତ ଯନ୍ତ୍ରଣା ଦେଖିବାକୁ ମିଳି ନ ଥାଏ।

ଚେନ୍ନାଇସ୍ଥିତ ଆପୋଲୋ ମେନ୍ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟୋଲୋଜିର ବିଭାଗର ମୁଖ୍ୟ ଡା.ସୁଦୀପ୍ତ କୁମାର ସ୍ବାଇଁଙ୍କ ମତରେ ଜଣ୍ଡିସ୍, ଭୋକ ମରିଯିବା କିମ୍ବା ମାତ୍ରାଧିକ ମଧୁମେହ ଏହାର ପ୍ରମୁଖ ଲକ୍ଷଣ। ମାତ୍ର କିଛି ଡାକ୍ତର ଯନ୍ତ୍ରଣାବିହୀନ ଜଣ୍ଡିସକୁ ମେଡିକାଲ ଜଣ୍ଡିସ୍ ସହ ଭୁଲ୍‌ରେ ଡାଏଗ୍ନୋସିସ୍ କରିଥାନ୍ତି ଓ ସେହି ଅନୁଯାୟୀ ଚିକିତ୍ସା କରିଥାନ୍ତି। ଯାହାଫଳରେ ରୋଗୀଟିଏ ଶେଷ ପର୍ଯ୍ୟାୟରେ କର୍କଟ ଚିହ୍ନଟ ହୋଇଥାଏ ଓ ଚିକିତ୍ସା ସମୟ ମିଳି ନ ଥାଏ। ଧୂମ୍ରପାନ, ମଦ୍ୟପାନ, ମେହ ବହୁଳତା, ଦୀର୍ଘଦିନ ଧରି ଅଗ୍ନାଶୟ ସମସ୍ୟା କିମ୍ବା ପରିବାର କୌଣସି ସଦସ୍ୟଙ୍କ ଜେନେଟିକ୍ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ଯେଉଁ ବ୍ୟକ୍ତିମାନଙ୍କ ଦୀର୍ଘଦିନ ଧରି ଅଗ୍ନାଶୟ ସମସ୍ୟା ରହିଛି ସେମାନେ ବର୍ଷକୁ ଥରେ ନିଜର ଚିକିତ୍ସା କରିନେବା ଜରୁରୀ।

ଅଗ୍ନାଶୟ କର୍କଟର ଡାଏଗ୍ନୋସିସ୍ ପାଇଁ ସିଟି-ପେଟ୍‌ସିଟି ସ୍କାନ୍ ସହିତ ରକ୍ତରେ ଟ୍ୟୁମର ମାର୍କର ଦେଖିବାକୁ ମିଳିଥାଏ। ଅଲଟ୍ରାସାଉଣ୍ଡ ଜରିଆରେ ଏହା ଠିକ୍ ଭାବେ ଚିହ୍ନଟ ହୋଇପାରି ନ ଥାଏ। ଆଗୁଆ ଚିହ୍ନଟ ସହିତ ଜଣେ ପାନକ୍ରିଏଟିକ୍ ସର୍ଜନ୍‌ଙ୍କ ଦ୍ବାରା ଚିକିତ୍ସା ଫଳରେ ଜଣେ ଅଗ୍ନାଶୟ କର୍କଟରୁ ସୁସ୍ଥ ହୋଇପାରିବ। ଅତ୍ୟାଧୁନିକ ଯନ୍ତ୍ରପାତି ଥିବା ସ୍ବାସ୍ଥ୍ୟାନୁଷ୍ଠାନରେ ଏହାର ଚିକିତ୍ସା କରାଯିବା ଉଚିତ୍। ସମସ୍ତ ରୋଗୀଙ୍କ ପାଇଁ ଏଣ୍ଡୋସ୍କୋପି କିମ୍ବା ଷ୍ଟେଣ୍ଟିଂର ଆବଶ୍ୟକତା ପଡ଼େନାହିଁ। ମାତ୍ର ଯେଉଁମାନଙ୍କ ହାର୍ଟ ରୋଗ କିମ୍ବା ଫୁସ୍‌ଫୁସ୍ ସମସ୍ୟା ଓ କମ୍ ପ୍ରୋଟିନ୍ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହାର ଆବଶ୍ୟକତା ପଡ଼ିଥାଏ। ରେଡିଏସନ୍ କିମ୍ବା ପ୍ରୋଟେନ୍ ଥେରାପି କିଛି ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥାଏ। ମାତ୍ର ବିଳମ୍ବରେ ଚିହ୍ନଟ ହୋଇଥିବା ରୋଗୀଙ୍କ ପାଇଁ ପୂର୍ବରୁ କିମ୍ବା ପରବର୍ତ୍ତୀ ସମୟରେ କେମୋଥେରାପିର ଆବଶ୍ୟକତା ପଡ଼ିଥାଏ। ସେହିପରି ଅସ୍ତ୍ରୋପଚାର ବା ସର୍ଜରି ଆବଶ୍ୟକତା ପଡ଼ୁଥିବା ରୋଗୀଙ୍କ ପାଇଁ କି-ହୋଲ୍‌ ସର୍ଜରି(ଲାପାରୋସ୍କୋପି କିମ୍ବା ରୋବୋଟିକ୍ସ) କରାଯାଇଥାଏ। ଆଜିର ଆଧୁନିକ ସମୟରେ ରୋବୋଟିକ୍ ସର୍ଜରି ମଧ୍ୟ ଫଳପ୍ରଦ ହୋଇଥାଏ। ଅସ୍ତ୍ରୋପଚାର ପରେ ଅଧିକାଂଶ ରୋଗୀ ସାଧାରଣ ଜୀବନ ଯାପନ କରିଥାନ୍ତି। ମାତ୍ର ଏହି ରୋଗୀମାନେ ନିୟମିତ ବ୍ୟବଧାନରେ ଡାକ୍ତରଙ୍କ ସହ ପରାମର୍ଶ କରାଯିବାର ଆବଶ୍ୟକତା ରହିଥିବା ଡା.ସ୍ବାଇଁ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।