ଧର୍ମ

ଯଦି ମଣିବନ୍ଧରେ ରହିଛି ଏହି ରେଖା ତେବେ ଆପଣଙ୍କ ପ୍ରଥମ ସନ୍ତାନ ହେବ ଝିଅ, ଜାଣନ୍ତୁ ରହସ୍ୟ

ଲୋକଙ୍କ ହାତରେ ଅନେକ ରେଖା ଥାଏ। ପାପୁଲିରେ ଥିବା ରେଖାଙ୍କୁ ଦେଖି ସାମୁଦ୍ରିକ ଶାସ୍ତ୍ରର ଜ୍ଞାନ ଥିବା ଲୋକେ ଜୀବନର ବର୍ଣ୍ଣନା କରିଦେଇପାରନ୍ତି। ତେବେ ଏଥିରେ ଆସନ୍ତୁ ଜାଣିବା ମଣିବନ୍ଧ ରେଖାରୁ କଣ କହନ୍ତି ସାମୁଦ୍ରିକ ଶାସ୍ତ୍ରୀ। ଏହି ରେଖାରୁ ସାଧାରଣତଃ ସେମାନେ ପ୍ରଥମେ ଆୟୁ ଆକଳନ କରିଥାନ୍ତି। ମଣିବନ୍ଧରେ ଗୋଟିଏ ରେଖା ଥିଲେ ବ୍ୟକ୍ତିର ଆୟୁ ୨୫ ବର୍ଷ ପର୍ଯ୍ୟନ୍ତ ଆକଳନ କରାଯାଇଥାଏ। ହେଲେ କେବଳ ଆୟୁ ନୁହେଁ ଅନେକ ରହସ୍ୟ ଲୁଚି ରହିଛି ଏହି ରେଖାରେ ।

ମଣିବନ୍ଧରେ ୪ଟି ରେଖା ଥିଲେ ବ୍ୟକ୍ତିଙ୍କୁ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ। ବ୍ୟକ୍ତି ଦୀର୍ଘାୟୁ ମଧ୍ୟ ହୋଇଥାନ୍ତି। କୁହାଯାଏ ମଣିବନ୍ଧରୁ ରେଖା ବାହାରି ଚନ୍ଦ୍ର ପର୍ବତ ଆଡୁ ଅଗ୍ରସର ହେଉଥିଲେ ବ୍ୟକ୍ତିଙ୍କ ଜୀବନରେ ବିଦେଶ ଯାତ୍ରାର ଯୋଗ ସୃଷ୍ଟି ହୁଏ। ସେହିପରି ହାତର ମଣିବନ୍ଧରେ ଯଦି ୨ ବା ୪ଟି ରେଖା ଥାଏ ତେବେ ବ୍ୟକ୍ତିଙ୍କର ପ୍ରଥମ ସନ୍ତାନଟି କନ୍ୟା ହେବାର ସଙ୍କେତ ଦେଇଥାଏ। ସେହିପରି ମଣିବନ୍ଧରେ ଯଦି ବିଷମ ବୋଲି ରେଖା ଥାଏ ତେବେ ବ୍ୟକ୍ତିଙ୍କ ପ୍ରଥମ ସନ୍ତାନଟି ପୁତ୍ର ହୋଇଥାଏ।

ସାମୁଦ୍ରିକ ଶାସ୍ତ୍ରାନୁସାରେ ଯଦି ବ୍ୟକ୍ତିଙ୍କ ମଣିବନ୍ଧ ରେଖା ନିର୍ଦ୍ଦୋଷ ଓ ସ୍ପଷ୍ଟ ଥାଏ ତେବେ ତେବେ ତାଙ୍କର ଭାଗ୍ୟ ପ୍ରବଳ ବୋଲି କୁହାଯାଏ। ସେହି ପରି ରେଖା ଯଦି ଶିକୁଳି ଭଳି ହୋଇଥାଏ ବ୍ୟକ୍ତିଙ୍କ ଜୀବନ ସଂଘର୍ଷପୂର୍ଣ୍ଣ ହୋଇଥାଏ। ବାରମ୍ବାର ବାଧା ଓ ପ୍ରତିବନ୍ଧକ ଦେଇ ଜୀବନ ଗତି କରିଥାଏ। ସେହିପରି ରେଖା ଉପରେ ବିନ୍ଦୁ ଚିହ୍ନ ଥିଲେ ଜୀବନଜାକ ବ୍ୟକ୍ତି ପେଟ ରୋଗ ଭୋଗିଥାନ୍ତି। ସେହିପରି ମଣିବନ୍ଧରେ ଶ୍ୱସ୍ତିକ ଅଥବା ଦ୍ୱୀପ ଚିହ୍ନ ଥିଲେ ବ୍ୟକ୍ତିଙ୍କୁ ବାରମ୍ବାର ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କୁହାଯାଏ।

ରେଖା ଯଦି ଗଭୀର ଓ ଲାଲ ରଙ୍ଗର ହୋଇଥାଏ ତେବେ ବ୍ୟକ୍ତି ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତି ଯାଇଥାନ୍ତି। ରେଖା ଯଦି ନିଳ ରଙ୍ଗର ହୋଇଥାଏ ତେବେ ବ୍ୟକ୍ତି ରୁଗ୍ଣ ରହନ୍ତି। ଯଦି ଦୁଇ ମଣିବନ୍ଧ ରେଖା ଯୋଡି ହୋଇଯାଇଥାଏ ତେବେ ଦୁର୍ଘଟଣାରେ ବ୍ୟକ୍ତିଙ୍ଗ ଅଙ୍ଗଭଙ୍ଗର ଏହା ସୂଚନା ବୋଲି କୁହାଯାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ