ଦେଶ ବିଦେଶ ସ୍ୱାସ୍ଥ୍ୟ

ଯଦି ଡେଲଟା ଓ ଓମିକ୍ରନ୍ ଏକାଥରକେ ଜଣଙ୍କୁ ଆଟାକ୍ କରିବେ, ତେବେ ପରିସ୍ଥିତି କ’ଣ ହେବ ଜାଣନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ଚିନ୍ତା ବୃଦ୍ଧି ପାଇଥିବା ବେଳେ ପୁଣି ଏକ ଭୟଙ୍କର ତଥ୍ୟ ସାମନାକୁ ଆସିଛି । ବିଭିନ୍ନ ଦେଶରେ ମୃତ୍ୟୁର ତାଣ୍ଡବ ରଚିଥିବା ଡେଲଟା ଠାରୁ ଓମିକ୍ରନ ୭୦ ଗୁଣ ଅଧିକ ସଂକ୍ରାମକ ହେବ ବୋଲି କୁହାଯାଇଛି । ତେବେ ଏଭଳି ସ୍ଥିତିରେ ଏକ ‘ସୁପର ଭାରିଆଣ୍ଟ’ ଆସିବା ନେଇ ମତ ଦେଇଛନ୍ତି ବ୍ରିଟେନର ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ । ଆମେରିକାର ଫାର୍ମା କମ୍ପାନୀ ମଡର୍ଣ୍ଣାର ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, କରୋନା ଭୂତାଣୁର ଦୁଇଟି ଘାତକ ଷ୍ଟ୍ରେନ୍ ଡେଲଟା ଓ ଓମିକ୍ରନ ଏକାବେଳକେ ଜଣକୁ ଆକ୍ରାନ୍ତ କଲେ ନୂଆ ସୁପର ଭାରିଆଣ୍ଟ ସୃଷ୍ଟି ହୋଇପାରେ । ଯଦି ଏପରି ପରିସ୍ଥିତି ସୃଷ୍ଟି ହୁଏ, ତେବେ ଏହି ମହାମାରୀ ଅଧିକ ଉଗ୍ରରୂପ ଧାରଣ କରିବ । ଡେଲଟା ଅଧିକ ଘାତକ ହୋଇଥିବା ବେଳେ ଓମିକ୍ରନ ଅଧିକ ସଂକ୍ରାମକ । ତେଣୁ ଏହି ଦୁଇ ଭାରିଆଣ୍ଟ ମିଶ୍ରଣରେ ସୁପର ଭାରିଆଣ୍ଟ ଆସିଲେ ଅନେକ ଲୋକ ପ୍ରାଣ ହରାଇବା ସହ ହସ୍ପିଟାଲଗୁଡ଼ିକରେ ରୋଗୀ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

ଡା. ବର୍ଟନ ପୁଣି କହିଛନ୍ତି ଯେ, ସାଧାରଣତଃ କରୋନାର ଗୋଟିଏ ମ୍ୟୁଟାଣ୍ଟ ଜଣକୁ ଆକ୍ରାନ୍ତ କରିଥାଏ, ମାତ୍ର ବିରଳ ଘଟଣାରେ ଦୁଇଟି ଷ୍ଟ୍ରେନ ଜଣକୁ ଆକ୍ରାନ୍ତ କରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ଯଦି ଡେଲଟା ଓ ଓମିକ୍ରନ ମିଶି ଗୋଟିଏ ସେଲକୁ ସଂକ୍ରମିତ କରନ୍ତି, ତେବେ ସେ କ୍ଷେତ୍ରରେ ଡିଏନଏ ବିନିମୟ କରିବାର ଆଶଙ୍କା ରହିଛି । ଏହି ଡିଏନଏ ଆଦାନପ୍ରଦାନ ଫଳରେ ଏକ ନୂଆ ସୁପର ଷ୍ଟ୍ରେନ ଗଠନ ହୋଇପାରେ, ଯାହାକି ପୂର୍ବ ଭାରିଆଣ୍ଟ ତୁଳନାରେ ଅଧିକ ସଂକ୍ରାମକ ଓ ଘାତ ହୋଇପାରେ ବୋଲି ସେ କହିଛନ୍ତି । ଚଳିତ ମାସରେ ଏ ବିଷୟରେ ନ୍ୟୁ ସାଉଥୱେଲସ ୟନିଭରସିଟିର ଜଣେ ବିଶେଷଜ୍ଞ ମଧ୍ୟ ମତ ଦେଇଥିଲେ । ପୂର୍ବରୁ ଏପରି ମାମଲା ଦେଖିବାକୁ ମିଳିଥିଲେ ହେଁ ତାହା ଅଧିକ ଭୟାନକ ହୋଇନଥିଲା । ତେଣୁ ଆଗକୁ ଯଦି ପୁନର୍ବାର ଏପରି ଘଟେ, ତେବେ ନିଶ୍ଚିତ ଭାବେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିବ ବୋଲି ଆଶଙ୍କା କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ