ରାଜ୍ୟ

ମୟୂରଭଞ୍ଜ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି: ଝୁଲୁଥିବା ଆସନ କାହା ଝୋଲିରେ

ବାରିପଦା: ମୟୂରଭଞ୍ଜ ସଂସଦୀୟ କ୍ଷେତ୍ର ସହିତ ୫ ବିଧାନସଭା ଆସନ ପାଇଁ ଉଭୟ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇସାରିଛି। ବାକି ରହିଛି ବାଙ୍ଗିରିପୋଷି, ସାରସକଣା, ରାଇରଙ୍ଗପୁର ଓ କରଞ୍ଜିଆ ଆସନ। ଏଯାଏ ଟିକେଟ୍‌ ପାଇନଥିବା ଉଭୟ ଦଳର ପ୍ରମୁଖ ନେତାଙ୍କ ନଜର ବର୍ତ୍ତମାନ ଏହି ୪ ଆସନ ଉପ‌ରେ ରହିଛି। କାଳେ ଏହି ଆସନ ମଧ୍ୟରୁ କେଉଁଠୁ ଗୋଟିଏ ମିଳିଯିବ, ସେ ଆଶାରେ ନିରାଶ ନେତାଙ୍କ ସମର୍ଥକମାନେ ମଧ୍ୟ ନିରବ ରହିଛନ୍ତି। ଏଯାଏ ଟିକେଟ୍‌ ପାଇନଥିବା ମୟୂରଭଞ୍ଜ ଜିଲ୍ଲାର ପ୍ରମୁଖ ଚେହେରା ହେଲେ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ଥିବା ବି‌ଜେପିର ବିଶ୍ବେଶ୍ବର ଟୁଡୁ, ବିଜେଡିର ଡାକ୍ତର ଦେବାଶିଷ ମାରାଣ୍ଡି ଓ ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ। ଏହାଛଡ଼ା ଗତ ସପ୍ତାହରେ ପଦ୍ମ ଧରିଥିବା

ଜଣାଶୁଣା ସାନ୍ତାଳୀ ସାହିତ୍ୟିକା ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରା ମଧ୍ୟ ଏହି ତାଲିକାରେ ଅଛନ୍ତି। ଗତ ଲୋକସଭା ନିର୍ବାଚନରେ ବିଜୟୀ ହୋଇଥିବା ବିଶ୍ବେଶ୍ବରଙ୍କୁ ବିଜେପି ଏଥର ଲୋକସଭା ଟିକେଟ୍‌ ଦେଇନାହିଁ। ତାଙ୍କ ବଦଳରେ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କ ଉପରେ ଦଳ ଆସ୍ଥାପ୍ରକଟ କରିଛି। ତେବେ ବିଶ୍ବେଶ୍ବରଙ୍କ ଭଳି ଟାଣୁଆ ଏବଂ ବିରୋଧୀଙ୍କୁ ନିଜ ରୋକଠୋକ୍‌ ମନ୍ତବ୍ୟରେ ଘାଇଲା କରୁଥିବା ଚର୍ଚ୍ଚିତ ନେତାଙ୍କୁ ସଂପୂର୍ଣ୍ଣ ଅଣଦେଖା କରିବା ମଧ୍ୟ ସମ୍ଭବ ନୁହେଁ। ତେଣୁ ତାଙ୍କୁ ଏଥର ବାରିପଦା, ମୋରଡ଼ା କିମ୍ବା ବାଙ୍ଗିରିପୋଷିରୁ ବିଧାୟକ ପ୍ରାର୍ଥୀ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ତେବେ ସେଥିରୁ ଦୁଇଟି ଆସନରେ ପ୍ରାର୍ଥୀ ଘୋଷଣା ସରିଥିବ‌ାରୁ ବାଙ୍ଗିରିପୋଷି ଆସନକୁ ଭରସା କରିଛନ୍ତି ବିଶ୍ବେଶ୍ବର। ପଦ୍ମଶ୍ରୀ ଦମୟନ୍ତୀ ବେଶ୍ରାଙ୍କୁ ସାରସକଣା କିମ୍ବା ରାଇରଙ୍ଗପୁର ମଧ୍ୟରୁ ଗୋଟିଏ ଆସନ ମିଳିବାର ସମ୍ଭାବନା ଥିବା କୁହାଯାଉଛି।

ଅନ୍ୟପକ୍ଷରେ ବିଜେଡି ନେତା ଡାକ୍ତର ଦେବାଶିଷ ମାରାଣ୍ଡି ଏଥର ପୁଣି ଲୋକସଭା ପ୍ରାର୍ଥୀ ହେବେ‌ ବୋଲି ତାଙ୍କ ସମର୍ଥକ ଏକପ୍ରକାର ନିଶ୍ଚିତ ଥିଲେ। ହେଲେ ଥରେ ଜେଏମ୍‌ଏମ୍‌ରୁ ଓ ଥରେ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବାରୁ ଦେବାଶିଷଙ୍କୁ ବୋଧେ ଦଳ ଭରସା କରିପାରିନି। ତାଙ୍କ ବଦଳରେ ବରିଷ୍ଠ ନେତା ସୁଦାମ ମାରାଣ୍ଡି ବିଜେଡିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ତେଣୁ ଦେବାଶିଷ ଏବେ ବିଧାନସଭା ଟିକେଟ୍ ଉପରେ ଦୃଷ୍ଟି କେନ୍ଦ୍ରୀଭୂତ କରିଛନ୍ତି।
ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍‌ଙ୍କର ମଧ୍ୟ ସମାନ ଅବସ୍ଥା। ସେ ଗତଥର ବାରିପଦାରୁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିବାରୁ ଏଥର ତାଙ୍କ ବଦଳରେ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଟିକେଟ୍‌ ହାତେଇଛନ୍ତି। ପୂର୍ବରୁ ସରୋଜିନୀ ବାଙ୍ଗିରିପୋଷି ଆସନରୁ ୨୦୦୯ରେ ନିର୍ବାଚିତ ହୋଇଥିବାରୁ ପୁଣି ଥରେ ଉକ୍ତ ଆସନରୁ ସୁଯୋଗ ମିଳିବ ବୋଲି ଆଶା ରଖିଛନ୍ତି। ତେ‌ବେ ଏ ସମସ୍ତ ପ୍ରତ୍ୟାଶୀଙ୍କ ମଧ୍ୟରୁ ଦୈବାତ୍‌ ଯଦି କାହାକୁ ଟିକେଟ୍‌ ନ ମିଳେ, ସେମାନଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ ହେବ, ତାରି ଉପରେ ସମସ୍ତଙ୍କର ନଜର ରହିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।