ରାଜନୀତି ରାଜ୍ୟ ସ୍ପେଶାଲ ରିପୋର୍ଟ

ମୟୂରଭଞ୍ଜରେ ବିଜେଡି-ବିଜେପି ଛକାପଞ୍ଝା

 

ବାରିପଦା: ରାଜନୈତିକ ଦୃଷ୍ଟିକୋଣରୁ ସବୁ ଦଳ ପାଇଁ ଗୁରୁତ୍ବ ରଖୁଛି ମୟୂରଭଞ୍ଜ ଜିଲ୍ଲା। କାରଣ ଏହି ଜିଲ୍ଲାରେ ୯ଟି ବିଧାନସଭା ଆସନ ରହିଛି, ଯାହାକି ଓଡ଼ିଶାର ମୋଟ ୧୪୭ ବିଧାନସଭା ଆସନର ୬.୧ ପ୍ରତିଶତ। ତେଣୁ ଆଗାମୀ ସାଧାରଣ ନିର୍ବାଚନରେ ଏହି ବଡ଼ ଜିଲ୍ଲାକୁ ନିଜ ଆୟତ୍ତରେ ରଖିବା ପାଇଁ ଆରମ୍ଭ ହୋଇଗଲାଣି ରାଜନୈତିକ ଛକାପଞ୍ଝା। ଯଦିଓ ମୟୂରଭଞ୍ଜରେ କଂଗ୍ରେସ, ଜେଏମ୍‌ଏମ୍‌, କମ୍ୟୁନିଷ୍ଟ ଦଳର ଊଣା ଅଧିକ ଉପସ୍ଥିତି ରହିଛି, ହେଲେ ଏଠାରେ ଦୁଇ ଅସଲ ପ୍ରତିଦ୍ବନ୍ଦ୍ବୀ ହେଉଛନ୍ତି ବିଜେଡି ଓ ବିଜେପି।

୨୦୧୯ ସାଧାରଣ ନିର୍ବାଚନରେ ଲୋକସଭା ଆସନ ସହ ସମୁଦାୟ ୯ରୁ ୬ଟି ବିଧାନସଭା ଆସନରେ ବିଜୟୀ ହୋଇଥିଲା ବିଜେପି। ତେବେ ପରବର୍ତ୍ତୀ ସମୟରେ ପଞ୍ଚାୟତ ଓ ପୌର ନିର୍ବାଚନରେ ସାରା ଜିଲ୍ଲାରେ ବିଜେଡିର ବିପୁଳ ବିଜୟ ଦଳକୁ ଏଠାରେ ନୂଆ ବଳ ଦେଇଛି। ତୃଣମୂଳସ୍ତରରେ ଦୃଢ଼ ସଂଗଠନ ଓ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ସରକାରୀ ଯୋଜନାର ପେଡ଼ି ହିଁ ମୟୂରଭଞ୍ଜରେ ବିଜେଡିର ଭୋଟ୍‌ ବ୍ୟାଙ୍କ ସାଜିବ ବୋଲି ଦଳୀୟ ନେତା ଆଶା ରଖିଛନ୍ତି। ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ଜିଲ୍ଲାକୁ ପ୍ରାଧାନ୍ୟ ଦେଇଥିବା ତାଙ୍କର ବିଭିନ୍ନ ନିଷ୍ପତ୍ତିରୁ ଜଣାପଡ଼ୁଛି। ଦଳରୁ ମାତ୍ର ୩ ଜଣ ବିଧାୟକ ଥିଲେ ବି ସେଥିରୁ ଦୁଇଜଣ; ସୁଦାମ ମାରାଣ୍ଡି ଓ ବାସନ୍ତୀ ହେମ୍ବ୍ରମ୍‌ଙ୍କୁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ। ସେହିପରି କୁଡ଼ୁମୀ ଚେହେରା ଭାବେ ମମତା ମହାନ୍ତଙ୍କୁ ରାଜ୍ୟସଭାକୁ ପଠାଇଛନ୍ତି। ଆସନ୍ତା ନିର୍ବାଚନରେ ଯଦିଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡି ପାଇଁ ମୟୂରଭଞ୍ଜରେ ମୁଖ୍ୟ ଚେହେରା ହେବେ, ତେବେ ଟାଣୁଆ ନେତା ସୁଦାମ ମାରାଣ୍ଡି, ରାଜକିଶୋର ଦାସ, ବାସନ୍ତୀ ହେମ୍ବ୍ରମ୍‌, ସରୋଜିନୀ ହେମ୍ବ୍ରମ୍‌, ସାନନ୍ଦ ମାରାଣ୍ଡି, ଦେବାଶିଷ ମହାନ୍ତି ପ୍ରମୁଖଙ୍କର ନିଜସ୍ବ ସଂଗଠନ ଥିବାରୁ ଏହା ମଧ୍ୟ ଦଳକୁ ସହଜ ସ୍ଥିତିରେ ରଖିବ ବୋଲି ରାଜନୀତି ବିଶେଷଜ୍ଞଙ୍କ ମତ।

ଅନ୍ୟପକ୍ଷରେ ଗତ ନିର୍ବାଚନରେ ସର୍ବାଧିକ ଆସନ ହାତେଇଥିବା ବିଜେପି ପାଇଁ ନେତୃତ୍ବ ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଏଠାରୁ ସାଂସଦ ଥିବା ବିଶ୍ବେଶ୍ବର ଟୁଡ଼ୁ ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀ ଥିଲେ ମଧ୍ୟ ଜିଲ୍ଲା ସଙ୍ଗଠନରେ ପ୍ରଭାବ ବିସ୍ତାର କରିପାରିନାହାନ୍ତି। ଏମିତିକି ଦଳର ସମସ୍ତ ୬ ବିଧାୟକଙ୍କୁ ନିଜ ପକ୍ଷରେ ରଖିବା ସମ୍ଭବ ହୋଇନି। ଏଭଳି ସ୍ଥିତିରେ ଆସନ୍ତା ନିର୍ବାଚନରେ ସେ ଜିଲ୍ଲା ବିଜେପିର ମଙ୍ଗ କେମିତି ସମ୍ଭାଳୁଛନ୍ତି, ତାହା ଦେଖିବା କଥା। ବାରିପଦା ବିଧାୟକ ପ୍ରକାଶ ସୋରେନ୍‌ ଜଣେ ଦକ୍ଷ ସଂଗଠକ। ହେଲେ ଖୁଣ୍ଟା ଓ ବାରିପଦା ବ୍ଲକ୍‌ ବାହାରେ ତାଙ୍କର ଏତେଟା କାଟ୍‌ତି ନାହିଁ। ଉଦଳା ବିଧାୟକ ଭାସ୍କର ମଢ଼େଇ ତ କେବେଠୁ ବିଜେପି ଶିବିରରୁ ଦୂରେଇ ବିଜେଡି ଆଡ଼କୁ ଢଳିଲେଣି। ବିଜେପିର ବାକି ୪ ବିଧାୟକ; ସାରସକଣାର ଡା.ବୁଢ଼ାନ ମୁର୍ମୁ, ଯଶିପୁରର ଗଣେଶରାମ ସିଂ ଖୁଣ୍ଟିଆ, ରାଇରଙ୍ଗପୁରର ନବଚରଣ ମାଝୀ ଓ ବଡ଼ସାହିର ସନାତନ ବିଜୁଳି ସମସ୍ତେ ନିଜ ନିଜ ନିର୍ବାଚନମଣ୍ଡଳୀ ମଧ୍ୟରେ ସୀମିତ। ତେଣୁ ୨୦୧୯ର ସଫଳତାକୁ ଦୋହରାଇବାକୁ ହେଲେ ଏଥର ଜିଲ୍ଲା ବିଜେପିକୁ ଷ୍ଟାର୍‌ କ୍ୟାମ୍ପେନର୍‌ ଓ ଚର୍ଚ୍ଚିତ ଚେହେରାଙ୍କ ଉପରେ ଭରସା କରିବାକୁ ହେବ ବୋଲି ଚର୍ଚ୍ଚା ହେଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର