ଖେଳ ଦେଶ ବିଦେଶ ରାଜ୍ୟ

ମ୍ୟାଚ୍ ଜିତିଲା କିଙ୍ଗ୍ସ: ହୃଦୟ ଜିତିଲେ ସଞ୍ଜୁ ରାହୁଲ-ହୁଦାଙ୍କ ଶତକୀୟ ଭାଗୀଦାରି

ମୁମ୍ବାଇ: ଚଳିତ ଆଇପିଏଲ୍‌ରେ ସୋମବାର ଛକା ଓ ଚୌକା ଭରା ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍ସ ରୋମାଞ୍ଚକ ଭାବେ ୪ ରନ୍‌ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଅଧିନାୟକ ସଞ୍ଜୁ ସାସମନ୍‌ଙ୍କ ସାହସିକ ଶତକ (୧୧୯ ରନ୍‌, ୬୩ ବଲ୍‌, ୧୨ ଚୌକା, ୭ ଛକା) ସତ୍ତ୍ବେ ରାଜସ୍ଥାନ ଅଳ୍ପକେ ଅଟକିଯାଇଥିଲା। ଶେଷ ବଲ୍‌କୁ ଛକା ମାରିବାକୁ ଯାଇ ସଂଜୁ ଆଉଟ୍ ‌ହୋଇଯାଇଥିଲେ। ୨୨୨ ରନ୍‌କୁ ପିଛା କରି ରୟାଲ୍ସ ୨୧୭/୭ରେ ଅଟକିଯାଇଥିଲା।

ନବନାମିତ ପଞ୍ଜାବ କିଙ୍ଗ୍ସର ୨୨୧ ରନ୍‌କୁ ପଶ୍ଚାତଧାବନ କରି ବେନ୍‌ ଷ୍ଟୋକ୍ସ ପ୍ରଥମ ଓଭରରେ ଖାତା ଖୋଲିବା ପୂର୍ବରୁ ଆଉଟ୍ ହେବା ପରେ ମନନ ଭୋରା ନିରାଶ କରିଥିଲେ। ଜୋସ୍ ବଟ୍ଟଲର୍, ଶିଭମ ଦୁବେ, ରିୟାନ ପରାଗ ଛୋଟ ଛୋଟ ବିସ୍ଫୋରକ ପାଳି ଖେଳିଥିଲେ। ଅଧିନାୟକତ୍ବ ପଦାର୍ପଣରେ ଶତକ ହାସଲ କରିବାରେ ସଞ୍ଜୁ ସାମସନ୍ ପ୍ରଥମ ଖେଳାଳି ହୋଇଥିଲେ। ଏହା କିନ୍ତୁ ଥିଲା ତାଙ୍କ ତୃତୀୟ ଆଇପିଏଲ୍‌ ଶତକ। ଝାଏ ରିଚାର୍ଡସନଙ୍କୁ ଲଗାତାର ଭାବେ ୪,୬,୪ ମାରି ମାତ୍ର ୫୪ ବଲ୍‌ରୁ ଶତକ ପୂର୍ଣ୍ଣ କରିଥିଲେ। ଏହି ଶତକ ଅବଶ୍ୟ ଯଥେଷ୍ଟ ହୋଇନଥିଲା। ସଞ୍ଜୁ ହିଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।

ରାହୁଲ-ହୁଦାଙ୍କ ଶତକୀୟ ଭାଗୀଦାରି
ସୋମବାର ପ୍ରଥମ ଦ୍ବିଶତକୀୟ ପାଳି ଦେଖିବାକୁ ମିଳିଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ମ୍ୟାଚ୍‌ରେ କେଏଲ୍ ରାହୁଲ (୯୧, ୫୦ ବଲ୍, ୭ ଚୌକା, ୫ ଛକା), ଦୀପକ ହୁଦା (୬୪, ୨୮ ବଲ୍‌, ୪‌ ଚୌକା, ୬ ଛକା) ଏବଂ କ୍ରିସ୍‌ ଗେଲ୍ (୪୦, ୨୮ ବଲ୍‌, ୪ ଚୌକା, ୨ ଛକା)ଙ୍କ ବଳରେ ପଞ୍ଜାବ କିଙ୍ଗ୍ସ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ବିନିମୟରେ ୨୨୧ ରନ୍‌ କରି ନେଇଥିଲା। ମୟଙ୍କ ଅଗ୍ରୱାଲ୍ (୧୪, ୯ ବଲ୍)ଙ୍କୁ ଶସ୍ତାରେ ହରାଇବା ପରେ ରାହୁଲ ଓ ହୁଦା ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ର ଚତୁଃର୍ଦିଗକୁ ଚୌକା ଓ ଛକା ବର୍ଷା କରିଥିଲେ। ଅଧିନାୟକ ରାହୁଲଙ୍କ ଅପେକ୍ଷା ହୁଦା ଅଧିକ ଭୟଙ୍କର ବ୍ୟାଟିଂ କରି ମାତ୍ର ୨୦ ବଲ୍‌ରୁ ୫୦ ରନ୍‌ ଅତିକ୍ରମ କରିଥିଲେ। ରାହୁଲଙ୍କୁ ଅର୍ଦ୍ଧଶତକ ପୂର୍ଣ୍ଣ କରିବାକୁ ୩୦ ବଲ୍‌ ଖେଳିବାକୁ ପଡ଼ିଥିଲା। ଉଭୟ ତୃତୀୟ ୱିକେଟ୍ ପାଇଁ ମାତ୍ର ୭.୪ ଓଭରରେ ୧୦୫ ରନ୍‌ର ଜବରଦସ୍ତ ଭାଗୀଦାରି କରିଥିଲେ। ରାଜସ୍ଥାନ ପକ୍ଷରୁ ପଦାର୍ପଣ ମ୍ୟାଚ୍‌ ଖେଳିଥିବା ୨୩ ବର୍ଷୀୟ ବାମହାତୀ ଦ୍ରୁତ ବୋଲର୍‌ ଚେତନ ସାକାରିଆ ବେଶ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ। ସେ ୪ ଓଭରରେ ୩୧ ରନ୍‌‌ ନେଇ ୩ ୱିକେଟ୍ ନେଇଥିଲେ। କେଏଲ୍ ରାହୁଲଙ୍କୁ ଶତକରୁ ରୋକିବା ସହ ମୟଙ୍କ ଅଗ୍ରୱାଲଙ୍କ ସହ ଝାଏ ରିଚାର୍ଡସନ୍‌ଙ୍କୁ ମଧ୍ୟ ଆଉଟ୍ କରି ପଦାର୍ପଣକୁ ସ୍ମରଣୀୟ ରଖିଥିଲେ ସାକାରିଆ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ