ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋ ବୟଫ୍ରେଣ୍ଡକୁ ଛାଡିଦିଅ। ମୁଁ ଆଉ କାହାକୁ ବାହାହେବିନି।

ମୋ ବୟଫ୍ରେଣ୍ଡକୁ ଛାଡିଦିଅ। ମୁଁ ଆଉ କାହାକୁ ବାହାହେବିନି। ଯିବି ଯଦି କେବଳ ମଶାଣିକୁ। ଏତିକି କହି ଚିତ୍କାର କରି ଉଠୁଛି ପ୍ରେମିକା। କାନ୍ଦୁଛି… ଧୂଳିରେ ଗଡିପଡୁଛି। ଗାଡି ଆଗକୁ ଯାଉଛି ଏବଂ ପ୍ରେମିକ ବସିଥିବା ଗାଡିକୁ ବାରମ୍ବାର ଅଟକାଇବାକୁ ଚେଷ୍ଟା କରୁଛି। ବିଚ୍ଛେଦ ଯନ୍ତ୍ରଣାର ତୀବ୍ର ପ୍ରତିବାଦ। ଗାଡିରେ ବସିଛି ପ୍ରେମିକ।ପ୍ରେମିକାଠୁ ଦୂରେଇବା କଷ୍ଠରେ ପ୍ରେମିକର ମଧ୍ୟ ସମାନ ଅବସ୍ଥା। ପ୍ରେମିକା ପାଖକୁ ଯିବାକୁ ସେ ବି କାନ୍ଦୁଛି। ଲୋକେ ତାକୁ ଭିଡି ଧରିଛନ୍ତି। କନ୍ତୁ ସେ ପ୍ରେମିକା ପାଖକୁ ଯିବାକୁ ଛଟପଟ ହେଉଛି। ଦୁଇ ପ୍ରେମୀ ଯୁଗଳ ଅଲଗା ହେବାର ଏମିତି ଦୃଷ୍ୟ କେବଳ ଫିଲ୍ମରେ ଦେଖିବାକୁ ମିଳୁଥିଲା। ଏଠାରେ ତାର ବାସ୍ତବ ଦୃଶ୍ୟ। କେନ୍ଦୁଝର ଯୋଡ଼ା ଥାନାରେ ଏହି ଘଟମାକ୍ରମ। ନାବାଳିକାଙ୍କୁ ଅପହରଣ ଅଭିଯୋଗରେ ଅଭିଯୁକ୍ତ ନାବାଳକକୁ ଧରି ନେବାବେଳେ, ଛତିଶଗଡ ପୋଲିସକୁ ହଟହଟା ହେବାକୁ ପଡିଛି।

ପ୍ରେମ ଦେଖେନି ଜାତି ଧର୍ମ। ପ୍ରେମରେ ନଥାଏ ଉଚ୍ଚ ନୀଚର ଭାବନା କିମ୍ବା ବୟସର ତାରତମ୍ୟ। ପ୍ରେମ ଖୋଜେ ଏକ ସୁନ୍ଦର ମନ। କୁହାଯାଏ, ପ୍ରେମ ଅନ୍ଧ। ସେମିତି ବୟସ ହେବା ଆଗରୁ ପ୍ରେମରେ ପଡିଯାଇଛନ୍ତି ଏ ଦୁହେଁ। କିନ୍ତୁ ସେମାନଙ୍କୁ ବିଚ୍ଛେଦର ସାମ୍ନା କରିବାକୁ ପଡିଚି । ପରିବାର ଏବଂ ସମାଜର ନିୟମରେ ଅଲଗା କରାଯାଉଛି ସେମାନଙ୍କୁ।

,ଯୋଡ଼ା ବସ୍ତି ଅଞ୍ଚଳର ଜଣେ ମାଟ୍ରିକ ଛାତ୍ର ଛତିଶଗଡ ସୀତାପୁର ଅଞ୍ଚଳର ଜଣେ ୧୫ ବର୍ଷୀୟା ନାବାଳିକାକୁ ଇଂଷ୍ଟାଗ୍ରାମ ଜରିଆରେ ପ୍ରେମ କଲେ। ଦୁହେଁ ଏକାଠି ରହିବା ପାଇଁ ଘରଛାଡି ଚାଲିଗଲେ। ନାବଳିକା ଜଣଙ୍କ ରାଉରକେଲା ପର୍ଯ୍ୟନ୍ତ ଆସିଲେ। ତାପରେ ସେଠାକୁ ଯାଇ ତାଙ୍କୁ ଛତିଶଗଡ ନେଇଆସିଲେ ନାବାଳକ। ସେପଟେ ନାବାଳିକାଙ୍କୁ ଅପହରଣ ନେଇ ମାର୍ଚ୍ଚ ମାସ ୨୮ ତାରିଖରେ ଏନେଇ ସୀତାପୁର ଥାନାରେ ଏତଲା ଦେଇଥିଲେ ପରିବାର ଲୋକେ। ବୁଧବାର ଛତିଶଗଡ଼ ପୋଲିସ ଯୋଡ଼ାରେ ପହଞ୍ଚିଥିଲା ଏବଂ ସ୍ଥାନୀୟ ପୋଲିସର ସହାୟତାରେ ଉଭୟଙ୍କୁ ଧରି ଯୋଡ଼ା ଥାନାକୁ ଆଣିଥିଲେ। ଏହାପରେ ଆରମ୍ଭ ହେଲା ହାଇଡ୍ରାମା। ମାଟ୍ରିକ୍ ଛାତ୍ର ବାପା ମାଆ ଛେଉଁଣ୍ଡ। ତାର ଭବିଷ୍ୟତକୁ ଦୃଷ୍ଟିରେ ରଖି ଗାଁ ଲୋକେ ନାବାଳକକୁ ଛାଡିଦେବାକୁ ପୋଲିସକୁ ଅନୁରୋଧ କରିଥିଲେ।

ତେବେ ଥାନାର ପଛ ଦ୍ବାର ଦେଇ ଉଭୟଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ ହେଁ ଶେଷରେ ଛତିଶଗଡ଼ ପୋଲିସକୁ ବିଫଳ ହେବାକୁ ପଡିଥିଲା। କାରଣ ପରସ୍ପରକୁ ଛାଡିବାକୁ ପ୍ରସ୍ତୁତ ନଥିଲେ ପ୍ରେମୀ ଯୁଗଳ। ପୋଲିସ୍ ଦୁହିଁଙ୍କୁ ଅଲଗା କରିବା ପରେ ପରିସ୍ଥିତି ହୋଇଥିଲା ଭୟଙ୍କର। କିନ୍ଦ ଚିତ୍କାରରେ ଫାଟି ପଡିଥିଲା ପରିବେଷ। ଦୁଇ ପ୍ରେମ ପକ୍ଷୀ ଅଲଗା ହେବାକୁ ନାରାଜ। ଦୌଡି ଯାଇ ପରସ୍ପରକୁ କୁଣ୍ଠାଇ ପକାଇବାକୁ ଚାହୁଁଛନ୍ତି। ପରିବାର ଲୋକେ ଏଥିରେ ସେମାନଙ୍କୁ ବିରୋଧ କରୁଛନ୍ତି। ବେଶ କରୁଣ ଦୃଶ୍ୟ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।