ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

“ମୋ ଧାମ ମୋ ଗର୍ବ” ସ୍ୱଛତା ସଚେତନତା କାର୍ଯ୍ୟରେ ପୁରୀରୁ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତ ଏକ ସପ୍ତାହ ବ୍ୟାପି ସ୍ୱଛତା ସମ୍ବନ୍ଧୀୟ ସଚେତନତା ଧର୍ମୀ ଅଭିଯାନ ‘ ମୋ ଧାମ ମୋ ଗର୍ବ ‘ର ଆଜି ଉଦଯାପନୀ ଉତ୍ସବ ବ୍ଲୁ ଫ୍ଲାଗ ବିଚ ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହୋଇଯାଇଛି । ସମାଜର ସମସ୍ତ ବର୍ଗର ଲୋକଙ୍କ ପ୍ରୟାସ ତଥା ପୁରିବାସୀ ଙ୍କ ସହାୟତାରେ ସ୍ଵଛାତ ବଜାୟ ରହିବା ସହ ପୁରୀ ଐତିହ ନଗରୀ ହେବାର ପରିକଳ୍ପନା ସମ୍ଭବ ହୋଇପାରିବ । ଓଡ଼ିଶା ସରକାରଙ୍କ ସହଯୋଗ ତଥା ପ୍ରଶାସନ ର ପ୍ରଚେଷ୍ଟା ଫଳରେ ଏହି ଅଭିଯାନ ସଫଳ ରୂପ ନେଇଛି ।

ସାତ ଦିନ ଧରି ସହରରେ ସଫେଇ ଅଭିଯାନ ଜୋରଦାର କରାଯାଇଥିବ ବେଳେ ବେଶ ଫଳପ୍ରଦ ହୋଇଥିବା ବେଳେ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ କରାଯାଇଛି । ବର୍ଯ୍ୟବସ୍ତୁ ସଂଗ୍ରହ ଦିଗରେ ସହରବାସୀ ସଚେତନ ହେବା ସହ ଦେଶର ସ୍ଵଚ୍ଛତାରେ ଏକ ନମ୍ବର ସହର କରିବା ଦିଗରେ ସହଯୋଗ ପୁରୀର ଭବିଷ୍ୟତ ବଦଳାଇବାରେ ସହାୟକ ହେଇବା ।

ଏହି ଅଭିଯାନ ଦ୍ୱାରା ସାଧାରଣ ଲୋକଙ୍କ ମଧ୍ୟରେ ସ୍ୱଚ୍ଛତା ସମ୍ବନ୍ଧରେ ଅସାଧାରଣ ସଚେତନତା ସୃଷ୍ଟି ହୋଇଥିବା ବେଳେ ଦସ୍ତଖତ ଅଭିଯାନରେ ସହରବାସୀ ସାମିଲ ହୋଇଛନ୍ତି । ସରକାରଙ୍କ ପ୍ରଚେଷ୍ଟାକୁ ବେଶ ସାଧୁବାଦ ପ୍ରଦାନ କରିବା ସହ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ପବିତ୍ରତା କିପରି ପୁରୀ ସହରକୁ ଏକ ଶ୍ରେଷ୍ଠ ସହର ତଥା ବିଶିଷ୍ଟ ଧାମରେ ପରିଣତ କରିବ ସେ ନେଇ ସମସ୍ତଙ୍କ ସହଯୋଗ । ପୁରୀକୁ ଐତିହ ନଗରୀ କରିବା ସହ ସହରର ସାମୁହିକ ବିକାଶ ଲକ୍ଷରେ ସ୍ଵଚ୍ଛତା ଅଭିଯାନ ଅନ୍ୟତମ ପ୍ରଚେଷ୍ଟା ।

Continue Reading

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ