ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋରବୀ ବ୍ରିଜ୍ ଟ୍ରାଜେଡି; ସୋମବାର ସୁପ୍ରିମକୋର୍ଟରେ ଶୁଣାଣି, ଯାଞ୍ଚ କମିଟି ଗଠନ ପାଇଁ ହୋଇଥିଲା ଆବେଦନ

ରାଜକୋଟ୍: ସୁପ୍ରିମକୋର୍ଟରେ ଆଜି ମୋରବୀ ବ୍ରିଜ୍ ଟ୍ରାଜେଡିର ଶୁଣାଣି । ଗୁଜରାଟ ମୋରବୀ ପୋଲ ଭୁଶୁଡ଼ିବା ଘଟଣାରେ ସୋମବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ଝୁଲା ପୋଲ ଭୁଶୁଡ଼ି ପଡ଼ିବା ଯୋଗୁ ୧୩୦ରୁ ଅଧିକ ଲୋକଙ୍କ ଜୀବନ ଯାଇଛି । ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ଜନ ସ୍ବାର୍ଥ ମାମଲା ଦାୟର ହୋଇଥିଲା । ପ୍ରଧାନ ବିଚାରପତିଙ୍କ ନେତୃତ୍ବରେ ଦୁଇ ଜଣିଆ ଖଣ୍ଡପୀଠ ଆଜି ଶୁଣାଣି କରିବେ ।

ଅକ୍ଟୋବର ୩୦ରେ ମଚ୍ଛୁ ନଦୀ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଝୁଲା ପୋଲ ଭୁଶୁଡ଼ିବା ଫଳରେ ୧୩୦ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଅନେକ ଲୋକ ଗୁରୁତର ଭାବେ ଆହତ ହୋଇଥିଲେ । ଏହି ଘଟଣାରେ ଏକ ସ୍ବତନ୍ତ୍ର କମିଟି ଗଠନ କରି ଯାଞ୍ଚ କରିବାକୁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଏଥିରେ ପ୍ରଶାସନିକ ଅଧିକାରୀଙ୍କ ବିଫଳତା ଯୋଗୁ ବ୍ରିଜ୍ ଭୁଶୁଡିଲା ବୋଲି ଉଲ୍ଲେଖ ରହିଛି । ତେବେ ଦାୟର ଯାଚିକାର ସୋମବାର ସର୍ବୋଚ୍ଚ ଅଦାଲତ ଶୁଣାଣି କରିବେ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ଼ା ଓ ଜଷ୍ଟିସ୍ ହିମା କୋହଲୀଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ବ୍ରିଟିଶ୍ ଅମଳର ଝୁଲା ପୋଲ ଦୀର୍ଘ ଦିନ ହେଲା ମରାମତି ହୋଇନଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ