ଅପରାଧ ରାଜ୍ୟ

ମୋରଡାରେ ନାବାଳିକାଙ୍କୁ କଚାଡି ମାରିଲା ଦନ୍ତା, କାନ୍ଥ ତଳେ ଚାପି ହୋଇ ବୃଦ୍ଧଙ୍କ ମୃତ୍ୟୁ

ମୋରଡା ୩୦।୬: ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକ୍ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ହାତୀ ଉପଦ୍ରବରେ ବ୍ୟାପକ କ୍ଷୟକ୍ଷତି ଘଟୁଥିବା ବେଳେ ଅକାଳରେ ନୀରିହ ଜୀବନ ଯାଉଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଏକ ଦନ୍ତା ହାତୀ ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ମୋରଡା ବ୍ଲକ୍‌ର ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ସମାଇଡ଼ିହି ଗ୍ରାମରେ ପଶି ଲୋକଙ୍କୁ ଆତଙ୍କିତ କରିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା ।

ଏହା ସହ ଜଣେ ନାବାଳିକାଙ୍କୁ କଚାଡି ଜୀବନରୁ ମାରି ଦେଇଥିବା ଜଣାପଡିଛି । ଉକ୍ତ ଗ୍ରାମର ପୀତାମ୍ବର ପରମାଣିକଙ୍କ ପରିବାର ଶୋଇଥିବା ବେଳେ ହଠାତ ଦନ୍ତା ହାତୀ ଘରେ ପଶି ନାବାଳିକା ଝିଅ ଗୁନୁ ପରମାଣିକଙ୍କୁ ଶୁଣ୍ଢରେ କଚାଡି ଗୋଡ଼ରେ ଦଳି ଦେଇଥିଲା । ଫଳରେ ନାବାଳିକାଙ୍କ ମୃତ୍ୟୁ ହୋଇଛି । ନାବାଳିକା ଜଣଙ୍କ ଦିବ୍ୟାଙ୍ଗ ହୋଇଥିବା ବେଳେ ମା’ ତାଙ୍କୁ ଧରି ଦୌଡି ପଳାଉଥିବା ବେଳେ ଦନ୍ତା ହାତୀଟି ଶୁଣ୍ଢରେ କଚାଡି ଦେବାରୁ ମା’ ଆହତ ହୋଇଥିଲେ । ଏହି ସମୟରେ ଝିଅ ଗୁନୁଙ୍କୁ ହାତୀଟି କଚାଡି ଦଳିଦେଇଥିଲା ।

ସେପଟେ ମୋରଡା ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ତାଡକି ଗ୍ରାମର ଖଡିଆସାହିରେ ହାତୀ ପକ୍କା ଘର କାନ୍ଥ ଠେଲି ଦେବାରୁ କାନ୍ଥରେ ଚାପି ହୋଇ ବୃଦ୍ଧ ଦେବ ଦେହୁରୀଙ୍କ ମୃତ୍ୟୁ ହୋଇଥିବା ବେତନଟୀ ରେଞ୍ଜର ଘନଶ୍ୟାମ ସିଂ ସୂଚନା ଦେଇଛନ୍ତି । ତେବେ ଗୋଟିଏ ପଟେ ନାବାଳିକାଙ୍କ ପରିବାର ସମ୍ପୂର୍ଣ୍ଣ ରୂପେ ଦୁଃଖରେ ଭାଙ୍ଗିପଡିଥିବା ବେଳେ ଅନ୍ୟପଟେ ବୃଦ୍ଧାଙ୍କ ମୃତ୍ୟୁରେ ତାଙ୍କ ପରିବାର ବି ଭାଙ୍ଗି ପଡିଛନ୍ତି । ହାତୀ ଭୟରେ ଗ୍ରାମବାସୀମାନେ ଆତଙ୍କିତ ଏବଂ ଉଜାଗର ରହିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।