ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀଙ୍କ ବିଦେଶ ଗସ୍ତରେ ଦେଖିବାକୁ ମିଳୁଥିବା ମହିଳା ଜଣକ କିଏ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ବିଶ୍ବନେତା ଯେ କି ବିଦେଶ ଗସ୍ତ ସମୟରେ ଅନେକ ରାଷ୍ଟ୍ରମୁଖ୍ୟଙ୍କୁ ଭେଟିଥାନ୍ତି। ପ୍ରତିଥର ମୋଦୀଙ୍କ ବିଦେଶ ଗସ୍ତ ସମୟରେ ଗୁରୁତ୍ବପୂର୍ଣ୍ଣ ବୈଠକଗୁଡ଼ିକରେ ଜଣେ ମହିଳାଙ୍କୁ ଦେଖିବାକୁ ମିଳେ। ତାଙ୍କ ନାମ ହେଉଛି ଗୁରଦୀପ କୌର ଚାୱଲା। ଚାୱଲା ଆମେରିକାର ସିଲିକନ ଭାଲିରେ ରହୁଥିବା ଜଣେ ସଫଳ ଶିଳ୍ପୋଦ୍ୟୋଗୀ। ସେ ମଧ୍ୟ ଜଣେ ଭଲ ବ୍ୟାଖ୍ୟାକାର ଓ ଅନୁବାଦିକା ଏବଂ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ ବରିଷ୍ଠ ନେତାମାନଙ୍କୁ ସରଳ ଭାଷାରେ ବୁଝାଇଦେଇଥାନ୍ତି। ଚାୱଲା ହେଉଛନ୍ତି ଭାରତୀୟ ଭାଷା ସେବା ଏଲ୍‌ଏଲ୍‌ପିର ନିର୍ଦ୍ଦେଶିକା। ଅନୁବାଦ ଓ ବ୍ୟାଖ୍ୟାକରଣ ବୃତ୍ତିରେ ତାଙ୍କର ୩୦ ବର୍ଷର ଅଭିଜ୍ଞତା ରହିଛି। କୂଟନୈତିକ ଓ ଶିଳ୍ପ ଜଗତକୁ ସେ ଅନୁବାଦ ସେବା ଯୋଗାଇ ଦେଇଥାନ୍ତି। ଗୁରଦୀପ କୌର ଚାୱଲା ସେଣ୍ଟ ଷ୍ଟିଫେନ୍ସ କଲେଜ, ଦିଲ୍ଲୀରୁ ଇଂରାଜୀ ଭାଷା ସାହିତ୍ୟରେ ବିଏ (ସମ୍ମାନ) ଏବଂ ରାଜନୀତି ବିଜ୍ଞାନରେ ଏମ୍‌ଏ ଓ ପିଏଚ୍‌ଡି ଡିଗ୍ରି ହାସଲ କରିଛନ୍ତି। ଭାରତୀୟ ପାର୍ଲାମେଣ୍ଟ, କାଲିଫର୍ଣ୍ଣିଆର ଜୁଡ଼ିସିଆଲ କାଉନ୍‌ସିଲ ଏବଂ ଆମେରିକା ବୈଦେଶିକ ବିଭାଗରୁ ସେ ପ୍ରଶିକ୍ଷଣ ନେଇଛନ୍ତି।

ଚାୱଲା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହିନ୍ଦୀ ଭାଷଣକୁ ଇଂରାଜିରେ ଅନୁବାଦ କରିଥାନ୍ତି। ମୋଦୀ ଯେତେବେଳେ ଆମେରିକାର ରାଷ୍ଟ୍ରପତି ବାରାକ ଓବାମା, ଡୋନାଲ୍‌ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କୁ ଭେଟିଛନ୍ତି, ସେତେବେଳେ ଚାୱଲା ଉପସ୍ଥିତ ଥିବା ଦେଖାଯାଇଛି। ୧୯୯୦ ମସିହାରେ ୨୧ ବର୍ଷ ବୟସରେ ଭାରତୀୟ ପାର୍ଲାମେଣ୍ଟରେ ଭାଷା ବ୍ୟାଖ୍ୟାକାର ଭାବେ ଚାଓଲା ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ୧୯୯୬ ମସିହାରେ ତାଙ୍କ ସ୍ବାମୀ ଆମେରିକା ବଦଳି ହୋଇ ଯିବା ପରେ ଚାଓଲା ସେଠାକୁ ଯାଇ ଏକ ବ୍ୟବସାୟ ଆରମ୍ଭ କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଭେଟିବା ପାଇଁ ପ୍ରଥମ ଭାରତ ଗସ୍ତରେ ଆସିବା ବେଳେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଟିମ୍ ୨୦୧୦ ମସିହାରେ ଚାୱଲାଙ୍କୁ ଆମନ୍ତ୍ରଣ କରିଥିଲେ। ୨୦୧୫ ମସିହାରେ ସାଧାରଣତନ୍ତ୍ର ଦିବସ ପରେଡରେ ବାରାକ ଓବାମାଙ୍କ ଭାଷଣର ସେ ବ୍ୟାଖ୍ୟା କରିଥିଲେ। ସମ୍ପ୍ରତି ଆମେରିକା, କାନାଡ଼ା ଓ ଭାରତରେ ହେଉଥିବା ସମସ୍ତ ହାଇ-ପ୍ରୋଫାଇଲ ବୈଠକରେ ଚାୱଲାଙ୍କୁ ଦେଖିବାକୁ ମିଳୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ