ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋଜା ପିନ୍ଧି ମହାପ୍ରସାଦ ସେବନ: ଗଜପତିଙ୍କ ବିରୋଧରେ ଥାନାରେ ଅଭିଯୋଗ

ପୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହିତ ରାଜଭବନରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ମୋଜା ପିନ୍ଧି ମହାପ୍ରସାଦ ସେବନ କରିଥିବା ନେଇ ସୋମବାର ସନ୍ଧ୍ୟାରେ ସମୁଦ୍ରକୂଳ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଗ୍ରହଣ କରିବା ସହିତ ଏହାର ତଦନ୍ତ କରାଯିବ ବୋଲି ସମୁଦ୍ରକୂଳ ଥାନା ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗ କମିଟିର କାର୍ଯ୍ୟକାରୀ ସଦସ୍ୟ ସେବାୟତ ହରଚଣ୍ଡୀ ସାହିର ଦାମୋଦର ମହାସୁଆର ଆଜି ସନ୍ଧ୍ୟାରେ ସମୁଦ୍ରକୂଳ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ ଦର୍ଶାଇଛନ୍ତି, ଗତ ୧୦ ତାରିଖ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଗସ୍ତରେ ଆସିଥିବା ବେଳେ ରାଜଭବନରେ ସେ ଗଜପତି ଦିବ୍ୟସିଂହ‌ ଦେବ ଓ ମହାରାଣୀଙ୍କ ସହିତ ମହାପ୍ରସାଦ ସେବନ କରିଥିଲେ। ଏହି ସମୟରେ ଗଜପତି ମହାପ୍ରସାଦକୁ ଅପମାନ କରି ପାଦରେ ମୋଜା ପିନ୍ଧି ମହାପ୍ରସାଦ ସେବନ କରିଥିଲେ। ମହାପ୍ରସାଦ ପ୍ରତି ଏଭଳି ନିନ୍ଦନୀୟ ବ୍ୟବହାର କୋଟି କୋଟି ଜଗନ୍ନାଥ ପ୍ରେମୀ ଓ ହଜାର ହଜାର ସେବାୟତଙ୍କୁ କଷ୍ଟ ଦେଇଛି। ତେଣୁ କୋଠଭୋଗ ମହାସୁଆର ହିସାବରେ ସେ ଏହି ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।