ରାଜ୍ୟ ସ୍ପେଶାଲ ରିପୋର୍ଟ

ମୋକିମ୍‌ଙ୍କୁ ସମାଲୋଚନା କଲେ ନଗର କଂଗ୍ରେସ ସଭାପତି

କଟକ: ଭୁବନେଶ୍ବରରେ ଗତକାଲି ଆୟୋଜିତ ‘ଜାନକୀ ବାବୁ ଓ ବସନ୍ତବାବୁଙ୍କ ଯୋଡ଼ି: ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଆଲୋଚନାଚକ୍ର କାର୍ଯ୍ୟକ୍ରମକୁ ତୀବ୍ର ସମାଲୋଚନା କରିଛନ୍ତି କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର। ବାରବାଟୀ-କଟକ ବିଧାୟକ ଇଂଜିନିୟର ମହମ୍ମଦ ମୋକିମ୍ ଏହି କାର୍ଯ୍ୟକ୍ରମର ଆୟୋଜକ ଥିବା ବେଳେ ତାଙ୍କୁ କଡ଼ା ଭାଷାରେ ସମାଲୋଚନା କରି ସୁରେଶ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିବୃତି ରଖିଛନ୍ତି। ଏଭଳି କାର୍ଯ୍ୟକ୍ରମର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ କରିବା ସହିତ ସେ କହିଛନ୍ତି ଯେ ଏହା ପଛରେ କିଛି ଅନ୍ୟ ଉଦ୍ଦେଶ୍ୟ ରହିଛି। ବର୍ତ୍ତମାନ ଜାନକୀ ବାବୁ ଅଥବା ବସନ୍ତ ବାବୁଙ୍କର କୌଣସି ଜୟନ୍ତୀ ଅଥବା ପୁଣ୍ୟତିଥି ନଥିଲା।ଏଭଳି ସମୟରେ ଏହି ଆଲୋଚନାଚକ୍ର କାହିଁକି ହେଲା? ବିଧାୟକ ଇଂଜିନିୟର ମହମ୍ମଦ ମୋକିମଙ୍କୁ ସମାଲୋଚନା କରି ସୁରେଶ କହିଛନ୍ତି ଯେ ସେ କଂଗ୍ରେସରେ ଅଛନ୍ତି କି ନାହିଁ ତାହା ଆମେ ଜାଣିନୁ। କଂଗ୍ରେସର କୌଣସି କାର୍ଯ୍ୟକ୍ରମରେ ସେ ଆଉ ଦେଖାଯାଉ ନାହାନ୍ତି। ରାଷ୍ଟ୍ରପ୍ରତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ତାଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଛି ଏବଂ ସେ ସଂପର୍କରେ ଦଳ ଖୁବଶୀଘ୍ର ନିଷ୍ପତ୍ତି ନେବ। ‌

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।