ରାଜ୍ୟ ସ୍ୱାସ୍ଥ୍ୟ

ମେ’ ତୃତୀୟ ସପ୍ତାହରେ ପିକ୍‌ରେ ଥିବ କରୋନା, ଓଡିଶାରେ ଦୈନିକ ବାହାରିବ ୧୦ ହଜାରରୁ ଅଧିକ କେସ୍ !

ଭୁବନେଶ୍ୱର,୨୦/୦୪: ଆଗକୁ ଆହୁରି ଭୟଙ୍କର ହେବ କରୋନା । ଆଉ ୪/୬ ସପ୍ତାହ ଅର୍ଥାତ ମେ’ ମାସ ତୃତୀୟ ସପ୍ତାହ ବେଳକୁ ଓଡିଶାରେ ଦୈନିକ ୧୦ ହଜାରରୁ ଅଧିକ ପଜିଟିଭ୍‌ ବାହାରିବେ । ମେ’ ଶେଷ ଆଡ଼କୁ ହିଁ ରାଜ୍ୟରେ ପିକ୍‌ରେ ଥିବ କରୋନା । ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) କୁଳପତି ତଥା ବିଶିଷ୍ଟ ପ୍ରଫେସର ଡାକ୍ତର ଅଶୋକ ମହାପାତ୍ର କରୋନାକୁ ନେଇ ଏମିତି ଭୟଙ୍କର ଆକଳନ କରିଛନ୍ତି ।

ଡାକ୍ତର ମହାପାତ୍ର କହିଛନ୍ତି ଯେ, ମୁମ୍ବାଇରେ ଏବେ କରୋନା ଭାଇରସ ପିକ୍‌ରେ ରହିଛି । ସେଠି ମଧ୍ୟ ସଂକ୍ରମଣ ଏକଦମ୍‌ ରକେଟ୍‌ ବେଗରେ ବ୍ୟାପିଥିଲା । ଓଡ଼ିଶାରେ ମଧ୍ୟ ସମାନ ଅବସ୍ଥା ହେବ । ତେବେ ୧୦/୧୫ଦିନ ପରେ ସଂକ୍ରମଣ ଧିରେ ଧିରେ ଖସିବ । ଏମିତି ଆଶଙ୍କା ରହୁଛି । ତଥାପି କରୋନକୁ ନେଇ କୌଣସି ପୁର୍ବାନୁମାନ କରିବା ସହଜ ନୁହେଁ ।

ଡିଏମ୍‌ଇଟି ନିର୍ଦ୍ଦେଶକ ପ୍ରଫେସର ସି ବି କେ ମହାନ୍ତି ମଧ୍ୟ ସମାନ କଥା ଦୋହରାଇଛନ୍ତି ।ତଥାପି କରୋନକୁ ନେଇ କୌଣସି ପୁର୍ବାନୁମାନ କରିବା ସହଜ ନୁହେଁ। କାନପୁର ଆଇଆଇଟି ରିପୋର୍ଟକୁ ଆଧାର କରି ସେ ମଧ୍ୟ ମେ’ ମଧ୍ୟ ଭାଗରେ କରୋନା ପିକ୍‌କୁ ଯିବ ବୋଲି କହିଛନ୍ତି । ତେବେ ସତର୍କ ନରହିଲେ, ସଂକ୍ରମଣ ଆଶାଠୁ ଅଧିକ ଜୋର୍‌ରେ ବ୍ୟାପିପାରେ । ତେଣୁ ଆମକୁ ଏ ଦିଗରେ ସଚେତନ ହେବାକୁ ହେବ ବୋଲି ସେ ପରାମର୍ଶ ଦେଇଛନ୍ତି ।

ଆର୍‌ଏମ୍‌ଆରସି ନିର୍ଦ୍ଦେଶକ ଡାକ୍ତର ସଂଘମିତ୍ରା ପତି କିନ୍ତୁ କରୋନାକୁ ନେଇ କୌଣସି ପୂର୍ବାନୁମାନ ଲଗାଇବା ଠିକ୍‌ ହେବନି ବୋଲି କହିଛନ୍ତି । ନୂଆ ଷ୍ଟ୍ରେନ୍‌ କେତେ ଭୟଙ୍କର ହେଉଛି, ତାହାର ଅନୁମାନ ଲଗାଇ ହେବନି ।

ଆଇଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି, କରୋନାର ନୂଆ ରୂପ ଅଧିକ ବେଗରେ ବ୍ୟାପୁଛି । ତେବେ କ’ଣ ହେବ, କ’ଣ ନାହିଁ । କିଛି କହି ହେବନି । ଏବେ ୫% ପଜିଟିଭ୍‌ଙ୍କ ଜେନ୍‌ମ ସିକ୍ୟୁଏନ୍ସି ହେଉଛି । ଟିକା ନେଇ ପଜିଟିଭ୍‌ ହେଉଥିବା ଲୋକ ଓ ପୁନଃ ସଂକ୍ରମଣ ହେଉଥିବା ଲୋକଙ୍କ ମଧ୍ୟ ଜେନମ୍‌ ସିକ୍ୟୁଏନ୍ସି କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ