କଳା ଓ ସଂସ୍କୃତି ଧର୍ମ

ମେ’୨୬ ତାରିଖ ବୈଶାଖ ପୂର୍ଣ୍ଣିମା: ବିଛା ରାଶିରେ ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

ଭୁବନେଶ୍ୱର ୨୨/୦୩ : ମେ’ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ବୈଶାଖ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣମୀ ତିଥୀରେ ଅନୁଷ୍ଠିତ ହେବ ଏହି ଗ୍ରହଣ। ଏହି ଦିନ ଚନ୍ଦ୍ରମା ବିଛା ରାଶିରେ ଦଣ୍ଡାୟମାନ ହେବେ। ସେଥିପାଇଁ ବିଛାରାଶି ବ୍ୟକ୍ତିବିଶେଷଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଏହି ଗ୍ରହଣ ସମୟରେ ବୃଷ ରାଶିରେ ବୁଧ, ଶୁକ୍ର, ସୂର୍ୟ୍ୟ, ଓ ରାହୁ ଭଳି ୪ ଗ୍ରହର ଉପସ୍ଥିତି ଦେଖିବାକୁ ମିଳିବ। ମିଥୁନ ରାଶିରେ ମଙ୍ଗଳ ଗ୍ରହ, ବିଛା ରାଶିରେ କେତୁ ଓ ଚନ୍ଦ୍ରମା, ମକର ରାଶିରେ ଶନିଦେବ ଏବଂ କୁମ୍ଭ ରାଶିରେ ଦେବଗୁରୁ ବୃହସ୍ପତି ବିରାଜମାନ ହେବେ। ସେହିଭଳି ବିଛା ରାଶିରେ କେତୁ ଏବଂ ଚନ୍ଦ୍ରମା ଏକାଠି ରହିବେ।

ଗ୍ରହଣ ସମୟରେ ଚନ୍ଦ୍ରମା କେତୁ ଦ୍ବାରା ପୀଡିତ ହେବ। ଫଳରେ ଏହି ସମୟରେ ରାହୁର ପ୍ରକୋପ ଦେଖିବାକୁ ମିଳିବ. ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଚନ୍ଦ୍ରମା ଏବଂ କେତୁ ଯୁଗଳବନ୍ଦୀରେ ଶୁଭଫଳ ପ୍ରାପ୍ତି ନହେଲେ ଭଲ। ଏହି ସମୟରେ ଭଗବାନ ଶିବ ଏବଂ ଗଣେଷଙ୍କ ପୂଜା କରିବାକୁ କୁହାଯାଇଛି। ଏହି ଦିନ ଅପରାହ୍ନ ୨ଟା ୧୭ରୁ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୭ଟା ୧୯ରେ ଶେଷ ହେବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ