ଦେଶ ବିଦେଶ ମନୋରଞ୍ଜନ

ମୌନିଙ୍କ ବଧୂ ବେଶ ଦେଖି ନିଜକୁ ଅଟକାଇ ପାରିଲେ ନାହିଁ ସୁରଜ, ଭାବି ପତ୍ନୀଙ୍କ ଗାଲରେ ଦେଲେ ଚୁମ୍ବନ

ନୂଆଦିଲ୍ଲୀ : ବଲିଉଡ୍‌ ଅଭିନେତ୍ରୀ ତଥା ନାଗିନ୍‌ ଫେମ୍‌ ମୌନୀ ରୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସୁରଜ ନାମ୍ବିଆର ଓ ମୌନୀ ରାୟ ଗୋଆରେ ମାଲାୟାଲୀ ଏବଂ ବଙ୍ଗାଳୀ ରୀତିନୀତି ସହିତ ସାତ ଫେରା ନେଇଥିଲେ। ଦୁହିଁଙ୍କ ବିବାହ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବଲିଉଡର ଅନେକ ସେଲିବ୍ରିଟି ମୌନି ଓ ସୁରଜଙ୍କୁ ଶୁଭକାମନା ଜଣାଇଛନ୍ତି।

ଭାଇରାଲ ହେଉଥିବା ପ୍ରଥମ ଫଟୋରେ ଦେଖିବାକୁ ମିଳୁଛି ଯେ ବିବାହ ସମୟରେ ଏକ ପାରମ୍ପରିକ ଧଳା ନାଲି ଶାଢି ପିନ୍ଧିଥିଲେ ମୌନି। ଆଉ ଏହି ଶାଢ଼ିରେ ବହୁତ ସୁନ୍ଦର ଦେଖାଯାଉଥିଲେ ମୌନୀ। ବିବାହର ଗୋଟିଏ ଦିନ ପୂର୍ବରୁ ମୌନିଙ୍କ ମେହେନ୍ଦି ଏବଂ ହଳଦୀର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ଫଟୋରେ ମୌନି ଏବଂ ସୁରଜ ନାମ୍ବିଆର ଏକାଠି ବସିଥିବା ଦେଖିବାକୁ ମିଳିଛି । ଏଥିସହିତ ତୃତୀୟ ଫଟୋରେ ସୁରଜ ମୌନି ରାଏଙ୍କୁ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି । ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। କୁହାଯାଉଛି ମୌନିଙ୍କୁ ବଧୂ ବେଶରେ ଦେଖି ନିଜକୁ ଅଟକାଇ ପାରି ନଥିଲେ ସୁରଜ। ତେଣୁ ସେ ତାଙ୍କ ଭାବି ପତ୍ନୀଙ୍କ ଗାଲରେ ଏକ ଚୁମ୍ବନ ଦେଇଥିଲେ।

ଦେଶର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ମୌନି ଏବଂ ସୁରଜଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ‘ଏହି ଝିଅ ୧୭ ବର୍ଷ ପୂର୍ବେ ମୋ ଜୀବନରେ ଆସିଥିଲା । ମୋ ଜୀବନରେ ମୌନି ଆସିବା ମୋର ସୌଭାଗ୍ୟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ