ଖେଳ

‘ମୋ ବଦଳରେ ଧୋନୀଙ୍କୁ ଅଧିନାୟକ କରିଥିଲା ଟିମ୍’, କ୍ୟାରିଅର୍‌ର ଅନେକ ଅକୁହା କଥା କହିଲେ ଯୁବରାଜ…

ନୂଆଦିଲ୍ଲୀ, ୧୧/୦୬: ଯୁବରାଜ ସିଂ ହେଉଛନ୍ତି ଭାରତୀୟ ଦଳର ପୂର୍ବତନ ଷ୍ଟାର୍ ଅଲରାଉଣ୍ଡର । ସେ ୨୦୦୭ ଟି୨୦ ବିଶ୍ୱକପ୍ ଓ ୨୦୧୧ ବିଶ୍ୱକପ୍ ଟିମରେ ଦଳର ସଦସ୍ୟ ରହିଥିଲେ । ଏହି ବାମହାତୀ ବ୍ୟାଟସମ୍ୟାନ୍ ଉଭୟ ଟୁର୍ଣ୍ଣାମେଣ୍ଟରେ ଦମଦାର୍ ପ୍ରଦର୍ଶନ କରିଥିଲେ । ୨୦୧୯ ମସିହା ଜୁନ ୧୦ ତାରିଖରେ ଯୁବରାଜ ଅନ୍ତର୍ଜାତୀୟ ଦିନିକିଆରୁ ଅବସର ଘୋଷଣା କରିଥିଲେ । ଏବେ ସେ ନିଜ କ୍ୟାରିଅର ସହ ଜଡିତ ଅନେକ ଗୁମର ଖୋଲିଛନ୍ତି ।

ଯୁବି ୨୨ ୟାର୍ଡସ୍ ଓ୍ୱିଥ୍ ଗୌରବ୍ କୁମାର ସୋରେ କହିଛନ୍ତି ଯେ, ଭାରତ ୨୦୦୭ ଦିନିକିଆ ବିଶ୍ୱକପରୁ ବାଦ୍ ପଡିଥିଲା । ଏହାପରେ ଦଳ ଦକ୍ଷିଣ ଆଫ୍ରିକା ଓ ଆୟାର୍ଲାଣ୍ଡ ଗସ୍ତ କରିଥିଲା । ଏପରି ଭାବେ ୪ ମାସ ବିଦେଶରେ ରହିବାକୁ ପଡିଥିଲା । ଟି୨୦ ବିଶ୍ୱକପ ପୂର୍ବରୁ ସିନିଅର ଖେଳାଳିଙ୍କୁ ବ୍ରେକ୍ ଦିଆଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସେ ଅଧିନାୟକ ହେବେ ବୋଲି ଆଶା କରିଥିଲେ । କିନ୍ତୁ ପରେ ମହେନ୍ଦ୍ର ସିଂ ଧୋନୀ ଭାରତର ଅଧିନାୟକ ହେବେ ବୋଲି ଘୋଷଣା କରାଯାଇଥିଲା ।

୨୦୦୭ ଟି୨୦ ବିଶ୍ୱକପରେ ୬ ବଲରୁ ୬ ଛକ୍କା ନେଇ ସେ କହିଛନ୍ତି ଯେ, ପଡିଆରେ ତାଙ୍କୁ ଆଣ୍ଡ୍ର୍ୟୁ ଫ୍ଲିଣ୍ଟପ୍ ଧମକ ଦେଇଥିଲେ । ପାଖକୁ ଆସିଲେ ତୁମ ବେକ ଭାଙ୍ଗିଦେବେ ବୋଲି ଫ୍ରିଣ୍ଟପ କହିଥିଲେ । ଏହାପରେ ସେ ଷ୍ଟୁଆର୍ଟ ବ୍ରଡଙ୍କ ୬ ବଲରୁ ୬ ବିଶାଳ ଛକା ଲଗାଇଥିଲେ ।

ଅନେକ ସମୟରେ ଧୋନୀଙ୍କ ସହ ତାଙ୍କର ମତଭେଦ ଥିବା ଚର୍ଚ୍ଚା ହୁଏ । କିନ୍ତୁ ଯିବି ମତଭେଦକୁ ଖଣ୍ଡନ କରିଛନ୍ତ। ଯ ମାହିଙ୍କ ସହ କୌଣସି ତିକ୍ତତା ନଥିଲା । ସେ ଯେବେ ୬ ଛକା ଲଗାଇଥିଲେ ଧୋନୀ ଖୁବ୍ ଖୁସି ଥିଲେ । ସବୁ ଅଧିନାୟକଙ୍କୁ ପଡିଆରେ ସହଯୋଗ କରିଥିବା ଯୁବି କହିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ