ଖେଳ ଦେଶ ବିଦେଶ

ମୋହାଲି ଟେଷ୍ଟରେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିବେ ଅଶ୍ୱୀନ ! ଦରକାର ଆଉ ମାତ୍ର ୫ ଓ୍ୱିକେଟ୍

ନୂଆଦିଲ୍ଲୀ, ୦୪/୦୩: ଭାରତୀୟ ଟିମ୍ ମୋହାଲିରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ୍ ସିରିଜର ପ୍ରଥମ ମ୍ୟାଚ୍ ଖେଳିବ । ଏହା ହେବ ବିରାଟ କୋହଲିଙ୍କ ପାଇଁ ଶହେତମ ଟେଷ୍ଟ । ସେହିପରି ବୋଲର ଆର ଅଶ୍ୱୀନ ମଧ୍ୟ ଏକ ବଡ ରେକର୍ଡ ପ୍ରତିଷ୍ଠା କରିପାରନ୍ତି । ପୂର୍ବତନ ଭାରତୀୟ ଖେଳାଳି କପିଲ ଦେବଙ୍କୁ ପଛରେ ପକାଇବାର ସୁଯୋଗ ଅଶ୍ୱୀନଙ୍କ ପାଖରେ ରହିଛି ।

କପିଲଙ୍କୁ ପଛରେ ପକାଇବା ପାଇଁ ଅଶ୍ୱୀନଙ୍କୁ ଆଉ ୫ଟି ଓ୍ୱିକେଟ୍ ଦରକାର । କପିଲ ୧୩୧ଟି ମୁକାବିଲା ଖେଳି ୪୩୪ ଓ୍ୱିକେଟ୍ ହସାଲ କରିଥିଲେ । ଅଶ୍ୱୀନ ୮୪ଟି ମୁକାବିଲାରେ ୪୩୦ ଓ୍ୱିକେଟ୍ ନେଇଛନ୍ତି । ଏବେ କପିଲ ଦେବ ଭାରତୀୟ ଦଳର ସର୍ବାଧିକ ଓ୍ୱିକେଟ ହାସଲକାରୀ ତାଲିକାରେ ଦୁଇ ନମ୍ବରରେ ଅଛନ୍ତି । ପ୍ରଥମ ସ୍ଥାନରେ ଅନିଲ କୁମ୍ବଲେ ରହିଛନ୍ତି ।

କୁମ୍ବଲେ ମୋଟ ୧୩୨ ମ୍ୟାଚ୍ ଖେଳି ୬୧୯ ଓ୍ୱିକେଟ୍ ନେଇଛନ୍ତି । ଅଶ୍ୱୀନ ଆଉ ୫ ଓ୍ୱିକେଟ୍ ନେଲେ କପିଲ ଦେବଙ୍କୁ ପଛରେ ପକାଇଦେବେ । ସେ ୨୦୧୧ରୁ ଟେଷ୍ଟ୍ କ୍ରିକେଟରେ ପଦାର୍ପଣ କରିଥିଲେ । ଏପରିକି ସେ ୩୦ ଥର ଗୋଟିଏ ଇନିଂସରେ ୫ରୁ ଅଧିକ ଓ୍ୱିକେଟ୍ ନେଇଛନ୍ତି । ତେବେ ଗତ ଦକ୍ଷିଣ ଆଫ୍ରିକା ସିରିଜରେ ଅଶ୍ୱୀନଙ୍କ ପ୍ରଦର୍ଶନ ସେତେଟା ଖାସ୍ ନଥିଲା । ଶ୍ରୀଲଙ୍କା ବିପକ୍ଷରେ ସେ ଦମଦାର ପ୍ରଦର୍ଶନ କରିବେ ବୋଲି ଆସା କରାଯାଉଛି ।

ଟେଷ୍ଟ କ୍ରିକେଟରେ ସର୍ବାଧିକ ଓ୍ୱିକେଟ୍ ନେଇଥିବା ବୋଲର ତାଲିକାରେ ଅଶ୍ୱୀନ ଏବେ ୧୨ ନମ୍ବର ସ୍ଥାନରେ ଅଛନ୍ତି । ତାଙ୍କ ପାଖରେ ରିଚାର୍ଡ ହେଡଲୀ, ରଙ୍ଗନା ହେରାଥ ଓ ଡେଲ୍ ଷ୍ଟେନଙ୍କୁ ଅତିକ୍ରମ ପାଇଁ ସୁଯୋଗ ରହିଛି । ଭାରତୀୟ ପିଚରେ ଅଶ୍ୱୀନଙ୍କ ଆଭରେଜ ୨୧ ଥିବା ବେଳେ ୪୯ ଟେଷ୍ଟ୍ ମୁକାବିଲାରେ ୩୦୦ ଓ୍ୱିକେଟ୍ ନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ