ଖେଳ

ମୋନାକୋ ଗ୍ରାଁ ପ୍ରି ଜିତିଲେ ଭର୍ସ୍ତାପେନ

ମୋନାକୋ: ରେଡ୍‌ ବୁଲ୍‌ ରେସିଂର ମ୍ୟାକ୍ସ ଭର୍ସ୍ତାପେନ ରବିବାର ଫର୍ମୁଲା ୱାନ୍‌ ରେସ୍‌ର ମୋନାକୋ ଗ୍ରାଁ ପ୍ରି ବିଜେତା ହୋଇଛନ୍ତି। ଏହି ବିଜୟ ତାଙ୍କୁ ପ୍ରଥମ ଥର ଲାଗି ବିଶ୍ବ ଚାମ୍ପିଅନ୍‌ସିପ୍‌ ତାଲିକାର ଶୀର୍ଷରେ ପହାଞ୍ଚାଇଛି। ୨୩ ବର୍ଷୀୟ ଏହି ନେଦରଲାଣ୍ଡ ଚାଳକ ରବିବାର ୭ ଥରର ବିଶ୍ବ ବିଜେତା ମର୍ସିଡିଜ୍‌ର ଲୁଇସ ହାମିଲଟନ୍‌ଙ୍କୁ ୧୪ ପଏଣ୍ଟ୍‌ ପଛ‌ରେ ରହି ରେସ୍‌ ଆରମ୍ଭ କରିଥିଲେ। ଭର୍ସ୍ତାପେନ୍‌ ଦ୍ରୁତ ରେସ୍‌ ଶେଷ କରିଥିବାରୁ ଅତିରିକ୍ତ ପଏଣ୍ଟ୍‌ ପାଇ ନିଜ ପଏଣ୍ଟ ସଂଖ୍ୟା ୧୦୫ରେ ପହଞ୍ଚାଇଥିଲେ।

‌ଅନ୍ୟପକ୍ଷରେ ସପ୍ତମ ସ୍ଥାନରେ ରେସ୍‌ ଶେଷ କରିଥିବା ହାମିଲଟନ୍‌ (୧୦୧ ପଏଣ୍ଟ୍‌) ଚାଳକ ତାଲିକାରେ ଦ୍ବିତୀୟ ସ୍ଥାନକୁ ଖସିଥିଲେ। ମୋନାକୋରେ ଭର୍ସ୍ତାପେନ ୧:୩୮:୫୬.୮୨୦ ସମୟ ନେଇ ଶୀର୍ଷ ସ୍ଥାନ ଦଖଲ କରିଥିଲା ବେଳେ ତାଙ୍କ ପଛକୁ ଫେରାରିର କାର୍ଲୋସ ସେଞ୍ଜ ଏବଂ ମ୍ୟାକ୍‌ଲରେନ୍‌ର ଲାଣ୍ଡୋ ନୋରେସ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହି ପୋଡିୟମ ଫିନିସ କରିଥିଲେ। ରେଡ୍‌ ବୁଲ୍‌ ରେସିଂର ସର୍ଜିଓ ପେରେଜ ଚତୁର୍ଥ ଏବଂ ଆଷ୍ଟନ ମାର୍ଟିନର ସେବସ୍ତିଆନ୍‌ ‌ଭେଟେଲ ପଞ୍ଚମ ସ୍ଥାନରେ ରହିଥିଲେ। ଚଳିତ ଋତୁରେ ଭର୍ସ୍ତାପେନ୍ ଦ୍ବିତୀୟ ରେସ, ମୋନାକୋରେ ପ୍ରଥମ ଏବଂ ଖେଳ ଜୀବନର ୧୨ତମ ବିଜୟ ପାଇଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ