ରାଜ୍ୟ ସ୍ପେଶାଲ ରିପୋର୍ଟ

ମେହେର ସଂପ୍ରଦାୟର ନିଆରା ପରମ୍ପରା; ଦୀପାବଳିରେ ଆଲୋକ ଦେଖାଇ ପିତୃପୁରୁଷଙ୍କୁ ଦେଲେ ବିଦାୟ

ବୀରମହାରାଜପୁର: ଦୀପାବଳିକୁ ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଥାନ୍ତି। ମେହେର (ଭୁଲିଆ) ବୁଣାକାରମାନେ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ନିକଟସ୍ଥ କେନ୍ଦୁପାଲି ଗ୍ରାମରେ ରବିବାର ରାତିରେ ଦୀପାବଳି ନିଆରା ଢ଼ଙ୍ଗରେ ପାଳିତ ହୋଇଯାଇଛି। ସମସ୍ତ ମେହେର ପରିବାର ସ୍ତ୍ରୀଲୋକମାନେ ସୁଦ୍ଧ ସ୍ନାନ ସାରି ଅରୁଆ ଚାଉଳ ବାଟିଥିଲେ। ଏହାପରେ ତାକୁ ମାଟି ହାଣ୍ଡି ଓ କାଠର ଡାଙ୍ଗ ଓ ଗୁଡଦେଇ ଖଳି କରିଥିଲେ। ଏହି ଚାଉଳ ବଟା ଖଳି ଗରମଥିବା ଅବସ୍ଥାରେ ନଡ଼ିଆ କୋରାରେ ଗୁଡ଼, ଅଳାଇଚ, ଲବଙ୍ଗ, କର୍ପୁର ମିଶାଇ ସିଧା ମଣ୍ଡା ଭଳିଆ ସ୍ବାଦିଷ୍ଟ (‌ଭୁଲିଆ ଭାଷାରେ ଗଇଠା) ପିଠା ତିଆରି କରିଥିଲେ। ଏହାପରେ ସାତଟି ଦ୍ବୀପରେ ଏକ ଥାଳିରେ ନିଜର ଇଷ୍ଟ ଦେବତା ଓ ପିତୃପୁରୁଷଙ୍କୁ ଅର୍ପଣ କରିଥିଲେ।

ତେବେ ଏହି ପର୍ବ ପାଳନ ସମୟରେ ସେମାନେ ଏକ ଗୀତକୁ ସାତଥର ଗାଇଥିଲେ। ମେହେର ଭାଷାରେ ସମସ୍ତ ପରିବାର ଏକତ୍ର ହୋଇ ଏହାକୁ ଗାନ କରିଥିଲେ। ‘‘ରଜା ବାହାବେ ଆବେ, ଖଣ୍ଡ ଖଜା ଖାବେ, ଅନ୍ଧାରେ ଆବେ, ଉଜାଲେ ଜାବେ, ନଡ଼ିଆ ମହା ପ୍ରସାଦ ଖାବେ, ରଜା ବାହାବେ ଆବେ।’’ ପିଲାମାନେ ଏହାକୁ ଘୋଷା ନେଇଥିଲେ।ଏହାର ଅର୍ଥ ହେଲା ଆଶ୍ବୀନ ମାସ କୃଷ୍ଣପକ୍ଷରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରାଯାଇଥାଏ। ସେମାନଙ୍କୁ ନିମନ୍ତ୍ରଣ କରାଯାଇଥାଏ।  କାର୍ତ୍ତିକ ମାସରେ ଦୀପାବଳି ଦିନ ଏହି ପିତୃପୁରୁଷଙ୍କୁ ସ୍ବାଦିଷ୍ଟ ଖାଦ୍ୟ ଗଇଠା ଅର୍ପଣ କରାଯିବାପରେ ଏକ ଆଖୁ ଖଣ୍ଡ ଉପରେ ଉକ୍ତ ଗଇଠା ଉପରେ ଏକ ଦୀପ ଜାଳି ନିଜ ଘରୁ ବାହାରିଥାନ୍ତି। ଗାଁ ଦାଣ୍ଡରେ ଗୀତ ଗାଇଗାଇ ପିତୃପୁରୁଷଙ୍କୁ ବିଦାୟ ଦେଇଥାନ୍ତି ଗାଁ ମୁଣ୍ଡରେ।

ଏଥିରେ ତାଙ୍କ ବିଶ୍ବାସ ରହିଛି ପିତୃପୁରୁଷଙ୍କୁ ପରିବାର ଉପରେ ଆଶୀର୍ବାଦ କରିଥାନ୍ତି। ଆଧୁନିକ ଯୁଗର ଯୁବ ସମାଜ ଏବେ ବାଣ ଫଟକରାରେ ପରିବେଶକୁ ପ୍ରଦୂଷିତ କରୁଛନ୍ତି । କିନ୍ତୁ ମେହେର ସମ୍ପ୍ରଦାୟର ଲୋକେ ଏହି ନିଆରା ପରମ୍ପରା ମାଧ୍ୟମରେ ତଥା ଦୀପାବଳି ଅବସରରେ ପିତୃପୁରୁଷଙ୍କୁ ବିଦାୟ ଦେଇ ପ୍ରଦୂଷଣ ମୁକ୍ତ କରିପାରୁଛନ୍ତି। ତାଙ୍କ ଠାରୁ ଶିଖିବା କଥା। ଗାଁର ସମସ୍ତ ପରିବାର ମୁଖିଆମାନେ ନୂତନ ଯୁବ ପିଢିଙ୍କୁ ସାଙ୍ଗରେ ନେଇ ଏହି କାର୍ଯ୍ୟ କରିଥାନ୍ତି। ତାର କାରଣ ହେଲା ଭବିଷ୍ୟତ ପାଇଁ ଯୁବ ପିଢି ଏହି କାର୍ଯ୍ୟ କରିବେ। ନିଜ ଘରୁ ସମସ୍ତେ ବାହାରି ଜଗନ୍ନାଥ ମନ୍ଦିରରେ ପ୍ରଥମେ ଦୀପ ଜ।ଳି ଥିଲେ। ଏହି କାର୍ଯ୍ୟକ୍ରମରେ ଦିନବନ୍ଧୁ ମେହେର, ଗଙ୍ଗାଧର ମେହେର, ଜୟ ମେହେର, ଦଶରଥ ମେହେର, କାମିନୀ ମେହେର, ଜଗନ୍ନାଥ ମେହେରଙ୍କ ସମେତ ସତାଧିକ ଗ୍ରାମବାସୀ ସାମିଲ ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।