ଦେଶ ବିଦେଶ ମନୋରଞ୍ଜନ

‘ମେରୀ ଆଓ୍ୱାଜ ହି ପେହଚାନ ହେ’: ଏହି ଆଇକନିକ ଗୀତ ପାଇଁ ବନିଯାଇଥିଲେ ଦେଶର ସ୍ୱର

ନୂଆଦିଲ୍ଲୀ ୨୮/୦୯: ଲତା ମଙ୍ଗେସକର । ନାଁ ହିଁ ଯଥେଷ୍ଟ । ଦରକାର ନଥାଏ କୌଣସି ପରିଚୟ । କଣ୍ଠରେ ବିଜେ କରନ୍ତି ସ୍ୱୟଂ ମାଆ ସରସ୍ୱତୀ । ଯେତେ ଆଧୁନିକ ହେଲେ ବି ଘରେ ଘରେ ଶୁଭିଥାଏ ତାଙ୍କ ସ୍ୱର । ସେ କୋଟି କୋଟି ଲୋକଙ୍କ ସ୍ୱର କୋକିଳ କଣ୍ଠୀ ଲତା ମଙ୍ଗେସକର । ୧୯୨୯ ମସିହା ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ଲତା । ଆଜି ସେ ୯୨ ବର୍ଷରେ ପାଦ ଥାପିଛନ୍ତି ।

ମଧ୍ୟପ୍ରଦେଶର ଇନ୍ଦୋରରେ ସେପ୍ଟେମ୍ୱର ୨୮ରେ ଜନ୍ମଗ୍ରହଣ କରିଥିଲେ କୋକିଳକଣ୍ଠୀ । ପିତା ଦିନାନାଥ ମଙ୍ଗେସକର ଜଣ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଓ ଥିଏଟର ଆର୍ଟିଷ୍ଟ ଥିଲେ । ଘରେ ସଂଗୀତର ମାହୋଲ ଥିବାରୁ ପିଲା ବେଳୁ ଗୀତ ଗାଇବାରେ ବଳିଥିଲା ମନ । ତାଙ୍କ ସହ ତାଙ୍କ ଭାଇ ଓ ଭଉଣୀମାନେ ମଧ୍ୟ ଗୀତ ଶିଖୁଥିଲେ । ହେଲେ ଲତାଙ୍କୁ ୧୩ ବର୍ଷ ବୟସ ହୋଇଥିବା ବେଳେ ହୃଦଘାତରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା ।


ଆଉ ପରିବାର ଚଳାଇବା ପାଇଁ ଶେଷରେ ୧୯୪୨ ମସିହାରେ ସଙ୍ଗୀତ ଜଗତରେ ପାଦ ଦେଇଥିଲେ ଲତା ମଙ୍ଗେସକର । ୧୯୪୨ରୁ ୧୯୪୮ ମସିହା ମଧ୍ୟରେ ଲତା ହିନ୍ଦୀ ଓ ମରାଠୀ ସହ ୮ଟି ଭାଷାରେ କଣ୍ଠଦାନ କରିଥିଲେ । ୧୯୪୨ ମସିହାରେ ମରାଠୀ ଚଳଚ୍ଚିତ୍ରରୁ ସେ ଆରମ୍ଭ କରିଥିଲେ କ୍ୟାରିୟର । ତେବେ ୧୯୬୩ ମସିହାରେ ସେ ଗାଇଥିବା ଭାରତ-ଚୀନ ଯୁଦ୍ଧ ସମୟରେ ଦେଶାତ୍ମବୋଧ ଗୀତ ଏ ମେରେ ବତନ କେ ଲୋଗୋଁ ଦର୍ଶକଙ୍କ ମନକୁ ଛୁଇଁଥିଲା ।

ସେତେବେଳର ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଏହି ଗୀତ ଶୁଣି ଭାବ ବିହ୍ୱଳ ହୋଇପଡିଥିଲେ । ଏହି ଗୀତ ପାଇଁ ତାଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହାପରେ ପରେ ଲତା ମଙ୍ଗେସକର ଲଗଜା ଗଲେ, ପ୍ୟାର କା ନଗମା, ସିସା ହୋୟା ଦିଲ, ତେରେ ବିନା ଜିନ୍ଦେଗୀ ସେ କୋଇ ସିଖବା ନେହିଁ ଭଳି ଗୀତ ଗାଇ ଘରେ ଘରେ ପରିଚିତ ହୋଇଥିଲେ । କେବଳ ହିନ୍ଦୀ ନୁହେଁ ଅନ୍ୟ ଆଞ୍ଚଳିକ ଗୀତରେ କଣ୍ଠଦାନ କରି ସେ ପ୍ରସିଦ୍ଧିଲାଭ କରିଛନ୍ତି । ସଙ୍ଗୀତରେ ତାଙ୍କର ବଳିଷ୍ଠ ଅବଦାନ ପାଇଁ ସେ ଅନେକ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ