ମନୋରଞ୍ଜନ ରାଜ୍ୟ

ମେଗା ଧାରାବାହିକ ‘ସର୍ବଜିତା ଅନୁ’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ

ଓଡ଼ିଆ ଚଳଚ୍ଚିତ୍ର ଦୁନିଆର ପରିଚିତ ନାମ ଅନୁ ଚୌଧୁରୀ। ବଡ଼ ପରଦାରେ ହସାଉଥିବା ଓ କନ୍ଦାଉଥିବା ଏହି ଅଭିନେତ୍ରୀ ଏବେ ଟେଲିଭିଜନ୍‌ରେ ଦେଖିବାକୁ ମିଳିବେ। ଦୁଇ ଦଶନ୍ଧି ଧରି ଅନ୍ୟୂନ ୬୫ଟି ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି ଅନୁ। ତାଙ୍କ ସୁନ୍ଦର ଅଭିନୟ ଓ ନୃତ୍ୟରେ ଦର୍ଶକ ମନ୍ତ୍ରମୁଗ୍ଧ ହେଇଛନ୍ତି। ସେ କେବଳ ଓଲିଉଡ୍‌ରେ ଅଭିନୟ କରିନାହାନ୍ତି, ବଙ୍ଗାଳୀ, ତେଲୁଗୁ ଏବଂ ହିନ୍ଦୀ ଫିଲ୍ମରେ ମଧ୍ୟ ଦର୍ଶକ ତାଙ୍କ ଅଭିନୟ ଦେଖିଛନ୍ତି।

ଗ୍ଲାମର ଶିଳ୍ପରେ ବେଶ୍ ସୁନାମ ଅର୍ଜନ କରିଥିବା ଅନୁଙ୍କୁ ୨୦୦୫ ମସିହାରେ ‘ଶାଶୂଘର ଚାଲିଯିବି’ ଚଳଚ୍ଚିତ୍ରରେ ଆକର୍ଷଣୀୟ ଅଭିନୟ ପାଇଁ ମିଳିଥିଲା ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର। ଅନୁ ଏବେ ଜୀ ସାର୍ଥକର ମେଗା ଧାରାବାହିକ ‘ସର୍ବଜିତା ଅନୁ’ରେ ମୁଖ୍ୟ ଭୂମିକାରେ ଆସୁଛନ୍ତି। ଆଗରୁ ‘କେମିତି କହିବି କହ’ରେ ସୁପରଷ୍ଟାର ସିଦ୍ଧାନ୍ତ ଓ ‘ଦାଦାଗିରି’ରେ ଅନୁଭବଙ୍କ କରିସ୍ମା ଦେଖିବା ପରେ ଏବେ ‘ସର୍ବଜିତା ଅନୁ’ରେ ଦର୍ଶକ ଦେଖିବେ ଅନୁ ଚୌଧୁରୀଙ୍କୁ। ଆସନ୍ତା ୧୪ ତାରିଖରୁ ସନ୍ଧ୍ୟା ୮ଟାରେ ଏହି ମେଗା ଧାରାବାହିକ ପ୍ରସାରିତ ହେବ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ