ଅପରାଧ ରାଜ୍ୟ

ମୃତ ମା’ ସହ ୫ ଦିନ, ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ କବାଟ ଭାଙ୍ଗି ପୋଲିସ ଦେଖିଲା ଛାତିଥରା ଦୃଶ୍ୟ

ରାଉରକେଲା ୨୪।୦୫ : ମୃତ ମା ସହ ୫ ଦିନ । ମା’ର ମୃତଦେହ ନିକଟରେ ପାଞ୍ଚ ଦିନ ବସିରହିଲା ଦିବ୍ୟାଙ୍ଗ ଝିଅ । ରାଉରକେଲା ବାସନ୍ତି କଲୋନୀର ଘଟିଛି ଏପରି ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଝିଅକୁ ଚିକିତ୍ସା ଲାଗି ମେଡିକାଲକୁ ପଠାଇଛି ।

ଖବର ଅନୁଯାୟୀ, ରାଉରକେଲା ଇସ୍ପାତ କାରଖାନାରେ ଠିକା ଶ୍ରମିକ ଥିଲେ ନରୋତ୍ତମ ପୁରୀ । ସେ ବାସନ୍ତୀ କଲୋନୀର କ୍ୱାର୍ଟର୍ସ ନଂ.ଏଫ୍‌ଏଲ୍‌/୨୨୩ରେ ପତ୍ନୀ ମଞ୍ଜୁ ପୁରୀ (୭୦) ଓ ଝିଅ ପ୍ରିୟଙ୍କା (ଚିନୁ)ଙ୍କ ସହ ରହୁଥିଲେ । ଗତବର୍ଷ କରୋନାରେ ନରୋତ୍ତମ ଆଖି ବୁଜି ଦେଇଥିଲେ । ବାପାଙ୍କ ମୃତ୍ୟୁ ପରେ ଝିଅ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଅନେକ ସମୟରେ ପ୍ରିୟଙ୍କା ଘର ଭିତରେ ପ୍ରଳାପ କରୁଥିଲେ । ମଞ୍ଜୁ ବାହାରକୁ କୁଆଡେ ଯାଉଥିଲେ ବାହାର ପଟୁ ତାଲା ପକାଇ ଯାଉଥିଲେ । କାରଣ କାଳେ ଝିଅ କବାଟ ଖୋଲି କୁଆଡ଼େ ପଳାଇଯିବ । ହେଲେ ୫ ଦିନ ଘରଟି ବନ୍ଦ ରହିଥିଲା । ବାହାରୁ ତାଲା ପଡ଼ିନଥିଲା ।

ତେବେ କିଛି ଦିନ ହେଲା ଭିତରୁ କୌଣସି ଶବ୍ଦ ପାଖ ପଡୋଶୀ ଶୁଣି ନଥିବା କହିଛନ୍ତି । ସୋମବାର ସଂଧ୍ୟାରେ ଘର ଭିତରୁ ଦୁର୍ଗନ୍ଧ ବାହାରୁଥିବା ପଡ଼ୋଶୀ ପୁଲିସ୍‌କୁ ସୂଚନା ଦେଇଥିଲେ । ଉଦିତନଗର ଥାନା ପୁଲିସ୍‌ କବାଟ ଖୋଲି ଗୋଟିଏ ଖଟରେ ମାଆର ଗଳିତ ମୃତଦେହ ଏବଂ ଅନ୍ୟ ଏକ ଖଟରେ ଝିଅଟି ଏକାକୀ ବସିଥିବା ଦେଖିଥିଲା । ପୁଲିସ୍‌ ମୃତଦେହ ଜବତ କରି ରାଉରକେଲା ସରକାରୀ ଡାକ୍ତରଖାନାର ମର୍ଗ ହାଉସ୍‌ ନେଇଥିବା ବେଳେ ଝିଅକୁ ଚିକିତ୍ସା ଲାଗି ଡାକ୍ତରଖାନାକୁ ନିଆଯାଇଛି । ମାଆର ମୃତ୍ୟୁ ବିଷୟରେ ଝିଅ କିଛି କହୁନଥିବାରୁ ପୁଲିସ୍‌ ଚିନ୍ତାରେ ପଡ଼ିଯାଇଛି । ପୁଲିସ୍‌ ସମ୍ପୃକ୍ତ ଘରକୁ ବନ୍ଦ କରିଛି । ମଙ୍ଗଳବାର ଘର ଭିତରେ ଛାନ୍‌ଭିନ୍‌ କରିବା ପରେ ସୁରାକ ଖୋଜିବାକୁ ଚେଷ୍ଟା କରିବ ପୁଲିସ୍‌ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।