ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ମୃତ୍ୟୁ ପରେ ଫେରି ଆସିଲେ ସ୍ୱାମୀ : ଦ୍ୱିତୀୟ ଥର ପାଇଁ ବେଦୀରେ ବସି ନିଜ ସ୍ତ୍ରୀଙ୍କୁ କଲେ ବିବାହ

ପୁଣି ସଧବା ହେଲେ ବିଧବା ପତ୍ନୀ । ନିଜ ସ୍ୱାମୀଙ୍କୁ କଲେ ଦ୍ୱିତୀୟ ବିବାହ । ହୋମଯଜ୍ଞ ଓ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଭିତରେ ପୁଣିଥରେ ପଡିଲା ହାତଗଣ୍ଠି । ହାତରେ ଶଙ୍ଖା ପିନ୍ଧିଲେ ସୁବର୍ଣ୍ଣ । ଦ୍ୱିତୀୟଥର ପାଇଁ ସ୍ୱାମୀ ଘାସିଙ୍କୁ ବୈଦୀକ ରୀତିରେ କଲେ ବିବାହ । କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ପୋଡାପଦର ଗାଁର ଘାସି ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଇଥିଲେ । ପରେ ତାଙ୍କ ମୃତ୍ୟୁ ଖବର ପାଇ ପରିବାର ଲୋକ ଶୁଦ୍ଧିକ୍ରିୟା ସାରି ଦେଇଥିଲେ ।

ବିଧବା ହୋଇ ଯାଇଥିରେ ପତ୍ନୀ ସୁବର୍ଣ୍ଣ । ହେଲେ ଗୁରୁବାର ପୁଣି ଅଗ୍ନୀକୁ ସାକ୍ଷୀ ରଖି ଦୁହେଁ ବିବାହ କରିଛନ୍ତି । ୨ ବର୍ଷ ତଳେ ଘାସି ଅମାନ୍ୟତା ଗାଁର ଅନ୍ୟ କେତେକ ଲୋକଙ୍କ ସହ ମିଶି ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଉଥିଲେ । କିନ୍ତୁ ବାଟରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ସାଙ୍ଗମାନେ ବହୁଦିନ ଧରି ଖୋଜାଖୋଜି କରିବା ପରେ ବି ତାଙ୍କ ସନ୍ଧାନ ପାଇନଥିଲେ । ଯିବାର ୮ ମାସ ପରେ ଘାସିଙ୍କ ମୃତ୍ୟୁ ହୋଇଯାଇଥିବା ଖବର ପାଇଥିଲେ ପରିବାର ଲୋକ ।

ମୃତଦେହ ମିଳିନଥିଲେ ବି ଜାତିଭାଇ ଡାକି ଘାସିଙ୍କ ପୁତିଳା କରି ଶୁଦ୍ଧିକ୍ରିୟା କରିଥିଲେ । ସ୍ତ୍ରୀ ସୁବର୍ଣ୍ଣଙ୍କୁ ବିଧବା ସାଜିବାକୁ ପଡିଥିଲା । ହେଲେ ହଠାତ ୨ ମାସ ତଳେ ଘରକୁ ଫେରିଆସିଥିଲେ ଘାସି । ।ଙ୍କୁ ଜୀବନ୍ତ ଦେଖି ପରିବାର ଲୋକ ଖୁସିରେ ଆତ୍ମହରା ହୋଇପଡିଥିଲେ । ପରେ କୁଳ ସମାଜ ସଭାପତିଙ୍କ ଉପସ୍ଥିତିରେ ବୈଠକ ବସିଥିଲା । ପରମ୍ପରା ଅନୁଯାୟୀ ପୁଣିଥରେ ବୈଦୀକ ରୀତିରେ ସ୍ୱାମୀ-ସ୍ତ୍ରୀଙ୍କ ବିବାହ କରାଇବାକୁ ସ୍ଥିର ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।