ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମୃତ୍ୟୁର ମୁଖ୍ୟ କାରଣ କୋଭିଡ୍‌-୧୯ ନ ଲେଖିବାକୁ ଚୀନା ଡାକ୍ତରମାନଙ୍କୁ ନିର୍ଦେଶ

ବେଜିଙ୍ଗ୍‌: କରୋନାଭାଇରସ୍‌ଜନିତ ମୃତ୍ୟୁ ଯୋଗୁଁ ସମଗ୍ର ଚୀନ୍‌ରେ ଥିବା ଶବ ସତ୍କାର ଗୃହ ପୂର୍ଣ୍ଣ ହୋଇ ଶବ ବଳି ପଡୁଥିଲେ ବି ଚୀନ୍‌ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫୦୦୦ରୁ ସାମାନ୍ୟ ଅଧିକ ବୋଲି ଉଲ୍ଲେଖ କରୁଛି।

ସମ୍ବାଦ ସରବରାହ ସଂସ୍ଥାନ ‘ଏନ୍‌ଟିଡି’ ରିପୋର୍ଟ କରିଛି ଯେ, କୋଭିଡ୍‌-୧୯ ମୃତ୍ୟୁର ମୁଖ୍ୟ କାରଣ ବୋଲି ଉଲ୍ଲେଖ ନ କରିବାକୁ ଚୀନ୍‌ର ଡାକ୍ତରମାନଙ୍କୁ କୁହାଯାଇଛି।

‘ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟରୁ ତଥ୍ୟ ସଂଗ୍ରହ କରି ‘ଏନ୍‌ଟିଡି’ ରିପୋର୍ଟ କରିଛି ଯେ, ବେଜିଙ୍ଗ୍‌ସ୍ଥିତ ଏକ ଡାକ୍ତରଖାନାରେ ଡାକ୍ତରମାନଙ୍କୁ କୁହାଯାଇଛି ଯେ, ସେମାନେ କୋଭିଡ୍‌-୧୯କୁ ମୃତ୍ୟୁର ପ୍ରଧାନ କାରଣ ବୋଲି ନ ଲେଖନ୍ତୁ। ଚୀନା ସାମାଜିକ ଗଣମାଧ୍ୟମରେ ବି ଏହିଭଳି ଚେତାବନୀ ପ୍ରସାରଣ କରାଯାଉଛି।

କୋଭିଡ୍‌-୧୯ ‌ସଂକ୍ରମଣ ଯୋଗୁଁ ଶ୍ବାସପ୍ରଶ୍ବାସ ଧାରା ଅକାମିକା ହୋଇଯିବାରୁ ଯେଉଁମାନଙ୍କର ମୃତ୍ୟୁ ଘଟୁଛି, କେବଳ ସେମାନଙ୍କ ମୃତ୍ୟୁକୁ କୋଭିଡ୍‌-୧୯ଜନିତ ମୃତ୍ୟୁ ବୋଲି ଚୀନ୍‌ରେ ଉଲ୍ଲେଖ କରାଯାଉଛି। କରୋନାଭାଇରସ୍‌ ସଂକ୍ରମଣ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ସାଙ୍ଘାତିକ ହୋଇଯାଇଥିଲେ ସୁଦ୍ଧା ପୂର୍ବରୁ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା କୋଭିଡ୍-୧୯ ରୋଗୀମାନଙ୍କ ମୃତ୍ୟୁକୁ କୋଭିଡ୍‌-୧୯ ମୃତ୍ୟୁ ବୋଲି ବିବେଚନା କରାଯାଉ ନ ଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଅଳ୍ପ ଦିନ ତଳେ ହସ୍ପିଟାଲ୍‌ ଡେସ୍କ୍‌ରେ ଟାଇପ୍‌ କରାଯାଇଥିବା ନୋଟ୍‌ ପାଇଥିବା କଥା ବେଜିଙ୍ଗ୍‌ସ୍ଥିତ ଏକ ଘରୋଇ ଡାକ୍ତରଖାନାର ଡାକ୍ତର ଏବଂ ତାଙ୍କ ସହକର୍ମୀ କହିଛନ୍ତି।

କୋଭିଡ୍‌ ଯୋଗୁଁ ଶ୍ବାସପ୍ରଶ୍ବାସ କ୍ରିୟା ଅକାମିକା ହୋଇଯିବା କଥା ଲେଖନ୍ତୁ ନାହିଁ ବୋଲି ଉକ୍ତ ନୋଟ୍‌ରେ ଉଲ୍ଲେଖ ଥିବା କଥା ‘ଦି ନ୍ୟୁୟର୍କ ଟାଇମ୍‌ସ୍‌’ ରିପୋର୍ଟ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ