ରାଜନୀତି ରାଜ୍ୟ

ମୃତ୍ୟୁବିଜୟିନୀ ସାବିତ୍ରୀ

ଆମ ଶାସ୍ତ୍ର-ପୁରାଣ ପରମ୍ପରାରେ ମୃତ୍ୟୁକୁ ଜୟ କରିଥିବା ତିନିଜଣଙ୍କର କାହାଣୀ ପ୍ରସିଦ୍ଧ। ସେହି ତିନିଜଣ ହେଉଛନ୍ତି- ନଚିକେତା, ମାର୍କଣ୍ଡେୟ ଓ ସାବିତ୍ରୀ।
‘କଠୋପନିଷଦ’ରେ ଅଛି ନଚିକେତାଙ୍କ କାହାଣୀ। ବାଳକ ନଚିକେତା ଯମଲୋକକୁ ଯାଇଥିଲେ ଏବଂ ମୃତ୍ୟୁଦେବତା ଯମରାଜଙ୍କ ଠାରୁ ବର ପାଇଥିଲେ। ମୃତ୍ୟୁ ଓ ଆତ୍ମାର ରହସ୍ୟ ଜାଣି ପାରିଥିଲେ। ତେଣୁ ତାଙ୍କୁ ମରଣଜୟୀ କୁହାଯାଏ। ମାର୍କଣ୍ଡେୟ ଜଣେ ଋଷି। ସେ ମୃକଣ୍ଡୁ ଋଷିଙ୍କର ପୁତ୍ର। ତାଙ୍କର ଆୟୁ ମାତ୍ର ୧୨ ବର୍ଷ ବୋଲି ଜାଣି ତାଙ୍କର ପିତାମାତା ଦୁଃଖିତ ହୋଇଥିଲେ। ତାହା ଜାଣି ଯମଙ୍କୁ ଜିତିବାପାଇଁ ସେ ତପସ୍ୟା କରିଥିଲେ। ତାଙ୍କର ତପସ୍ୟାରେ ବିଷ୍ଣୁ ପ୍ରୀତ ହୋଇ ତାଙ୍କୁ ମରଣଜୟୀ ହେବାର ବର ଦେଇଥିଲେ।

ସାବିତ୍ରୀ କିନ୍ତୁ ଏ ଦୁହିଁଙ୍କଠାରୁ ଭିନ୍ନ। ସ୍ୱାମୀ ସତ୍ୟବାନଙ୍କର ଆୟୁକାଳ ସ୍ୱଳ୍ପ ଜାଣି ମଧ୍ୟ ସେ ତାଙ୍କୁ ବିବାହ କରିଥିଲେ ଏବଂ ନିଜର ଦୃଢ଼ ମନୋବଳ ଏବଂ ନିଷ୍ଠା ଯୋଗେ ଯମଙ୍କୁ ଜିଣି ସତ୍ୟବାନଙ୍କୁ ପୁନର୍ଜୀବିତ କରିଥିଲେ। ତେଣୁ ସେ ମୃତ୍ୟୁଞ୍ଜୟା। ସାବିତ୍ରୀଙ୍କ ଉପାଖ୍ୟାନକୁ ନେଇ ଶ୍ରୀଅରବିନ୍ଦ ଲେଖିଛନ୍ତି ଏକ ଉତ୍ତରିତ ଚେତନାର ମହାକାବ୍ୟ। ତାଙ୍କ ଅନୁସାରେ, ସାବିତ୍ରୀ ଏକ କିଂବଦନ୍ତି ଏବଂ ଏକ ପ୍ରତୀକ। ତାହାର ଭୂମିକାରେ ସେ କହିଛନ୍ତି- ସତ୍ୟବାନ ହେଉଛନ୍ତି ନିଜ ଭିତରେ ସତ୍ତାର ଦିବ୍ୟସତ୍ୟ ଧାରଣ କରୁଥିବା ଆତ୍ମା; କିନ୍ତୁ ସେ ମୃତ୍ୟୁ ଓ ଅଜ୍ଞାନତାର ଆୟତ୍ତ ମଧ୍ୟକୁ ଅବତରିତ ହୋଇଛନ୍ତି। ସାବିତ୍ରୀ ହେଉଛନ୍ତି ଦିବ୍ୟ ବାକ୍। ସେ ସୂର୍ଯ୍ୟଙ୍କର କନ୍ୟା ଓ ପରମ ସତ୍ୟର ଦେବୀ। ସେ ଅବତରଣ କରିଛନ୍ତି ଏବଂ ରକ୍ଷା କରିବାକୁ ଜନ୍ମ ନେଇଛନ୍ତି।

ଏହିପରି ଭାବରେ ଶ୍ରୀଅରବିନ୍ଦ ସାବିତ୍ରୀଙ୍କ ପିତା ଅଶ୍ୱପତି, ସତ୍ୟବାନଙ୍କ ପିତା ଦ୍ୟୁମତ୍‌ସେନ ଆଦିଙ୍କୁ ମଧ୍ୟ ପ୍ରତୀକାତ୍ମକ ଭାବରେ ତାଙ୍କ ‘ସାବିତ୍ରୀ’ କାବ୍ୟରେ ଉପସ୍ଥାପିତ କରିଛନ୍ତି। ଶେଷରେ କହିଛନ୍ତି- ଏହି ପ୍ରତୀକମାନେ ଚରିତ୍ର ରୂପେ ମଣିଷର ସହାୟତା ନିମନ୍ତେ ମାନବ ଶରୀର ଗ୍ରହଣ କରିଛନ୍ତି। ମନୁଷ୍ୟକୁ ତାହାର ମର ଅବସ୍ଥାରୁ ଦିବ୍ୟ ଚେତନାକୁ ନେଇଯିବା ଏବଂ ଅମର ଜୀବନର ପଥ ପ୍ରଦର୍ଶନ କରାଇବା ଏହାର ଉଦ୍ଦେଶ୍ୟ। ତେବେ ସାଧାରଣ ଭାବରେ, ସ୍ତ୍ରୀମାନେ ନିଜ ନିଜର ସ୍ୱାମୀଙ୍କର ଦୀର୍ଘଜୀବନ କାମନା କରି ଜ୍ୟେଷ୍ଠ ଅମାବାସ୍ୟା ଦିନ ‘ସାବିତ୍ରୀ ବ୍ରତ’ କରିଥାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର