ରାଜ୍ୟ ସ୍ପେଶାଲ ରିପୋର୍ଟ

ମୃତଲୋକଙ୍କ ନାଁ କଟୁନି ଭୋଟର ତାଲିକାରୁ, ଏଣେ ଦୁଇଦୁଇଟି ନିର୍ବାଚନ ମଣ୍ଡଳୀରେ ରହିଛି ଜଣଙ୍କ ନାଁ

ଖଣ୍ଡଗିରି: ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ତାଲିକାରେ ଥିବା ଅନେକ ତ୍ରୁଟି ସଂଶୋଧନ କରାଯାଇ ପାରିନାହିଁ। ଭାତହାଣ୍ଡିରୁ ଗୋଟିଏ ଚିପିବା ଭଳି କେବଳ ବରମୁଣ୍ଡାରେ ଏହାର ମାଳମାଳ ଉଦାହରଣ ଦେଖିବାକୁ ମିଳିଛି। ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବରମୁଣ୍ଡାର ଶିବାନନ୍ଦ ପଣ୍ଡାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ମା’ ସରଳା ପଣ୍ଡାଙ୍କ ୨୦୧୯ ମସିହାରୁ ଦେହାନ୍ତ ହୋଇ ସାରିଛି। ମତଦାତା ତାଲିକାରୁ ମା’ଙ୍କ ନାମ କାଟିବା ପାଇଁ ୱାର୍ଡ ଦାୟିତ୍ବରେ ଥିବା କର୍ମଚାରୀଙ୍କୁ ଜଣାଇଥିଲେ। କିନ୍ତୁ କଟିନଥିଲା।

ବିଏମସି ନିର୍ବାଚନରେ କାଳେ ତାଙ୍କ ନାମରେ କେହି ମତଦାନ କରିବ, ଏହି ଆଶଙ୍କା କରି ବିଏମସି ନିର୍ବାଚନ ପୂର୍ବରୁ ମଧ୍ୟ ୱାର୍ଡ ଦାୟିତ୍ବରେ ଥିବା ନିର୍ବାଚନ କର୍ମଚାରୀଙ୍କୁ ସେ ଜଣାଇଥିଲେ। କିନ୍ତୁ ୨୦୨୪ ସାଧାରଣ ନିର୍ବାଚନର ଚୂଡ଼ାନ୍ତ ମତଦାତା ତାଲିକାରେ ମା’ଙ୍କ ନାମ ରହିଛି। କେବଳ ଏହି ଜଣେ ନୁହନ୍ତି, ବରମୁଣ୍ଡାକ କେଶବ ଚନ୍ଦ୍ର ସ୍ବାଇଁ, ବଂଶୀଧର ମହାନ୍ତି, ଦୋଳଗୋବିନ୍ଦ ପଟନାୟକ, ପ୍ରଶାନ୍ତ କୁମାରୀ ପାଣିଙ୍କ ସମେତ ପ୍ରାୟ ୧୦ ଜଣ ମୃତବ୍ୟକ୍ତିଙ୍କ ନାଁ ମତାଦାତା ତାଲିକାରେ ରହିଛି। ଏମାନଙ୍କ ମଧ୍ୟରୁ ଅନେକଙ୍କର ୨-୩ ବର୍ଷ ହେଲା ମୃତ୍ୟୁ ହୋଇଥିଲେ ହେଁ ତାଲିକାରୁ ସେମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ପରିବାର ଲୋକଙ୍କ ଅନୁରୋଧ ଓ ଦରଖାସ୍ତ ପରେ ମଧ୍ୟ ତାହା ହେଉନାହିଁ।

ଏଭଳି ସ୍ଥିତିରେ ଅନେକ ନକଲି ଭୋଟର ନିର୍ବାଚନରେ ଭୋଟ ଦେବାର ଆଶଙ୍କା ରହିଛି। ଭୋଟର ସର୍ଭିସ ପୋର୍ଟାଲ ଅଣ୍ଡାଳିଲେ ଆହୁରି ବିପଜ୍ଜନକ ଚିତ୍ର ଦେଖିବାକୁ ମିଳୁଛି। ଗଣ୍ଡମୁଣ୍ଡା ଓ ବରମୁଣ୍ଡାର ଅନେକ ମତଦାତାଙ୍କ ନାମ ଉଭୟ ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀରେ ରହିଛି। ଏପରିକି ଗଣ୍ଡମୁଣ୍ଡାର ଜଣେ ମତଦାତାଙ୍କ ନାମ ଉଭୟ ବେଗୁନିଆ ଓ ଏକାମ୍ର ନିର୍ବାଚନ ମଣ୍ଡଳୀରେ ରହିଛି।

ରାଜ୍ୟ ରାଜଧାନୀର ଚିତ୍ର ଯଦି ଏମିତି, ଅଭ୍ୟନ୍ତରରେ ଥିବା ଗାଁ ଗଣ୍ଡାର ସ୍ଥିତି କେମିତି ହୋଇଥିବ, ଚିନ୍ତା କରି ହେଉନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।