ରାଜ୍ୟ

ମୃତକଙ୍କୁ ନେଇ ବଢ଼ୁଛି ବିବାଦ: ଡିଏନ୍‌ଏ ପରୀକ୍ଷା ପାଇଁ ଦିଲ୍ଲୀ ଏମ୍‌ସ ଗଲା ୩୩ ରକ୍ତ ନମୁନା

ଭୁବନେଶ୍ବର : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ଶବ ନେଇ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ତେଣୁ ପ୍ରକୃତ ପରିଜନଙ୍କୁ ଚିହ୍ନଟ ପାଇଁ ୩୩ ରକ୍ତ ନମୁନା ଡିଏନଏ ଟେଷ୍ଟ ପାଇଁ ପଠାଯାଇଥିବା ସୂଚନା ଦେଇଛନ୍ତି ବିଏମ୍‌ସି କମିସନର ବିଜୟ ଅମୃତା କୁଲାଙ୍ଗେ। ଓଡ଼ିଶାରେ ଡିଏନଏ ପରୀକ୍ଷଣ ବ୍ୟବସ୍ଥା ନଥିବାରୁ ଭୁବନେଶ୍ବର ଏମ୍‌ସ ତତ୍ତ୍ବାବଧାନରେ ଦିଲ୍ଲୀ ଏମ୍‌ସକୁ ପଠାଯାଇଛି। ଗୋଟିଏ ଦିନ ମଧ୍ୟରେ ରିପୋର୍ଟ ପଠାଇ ଦେବା ପାଇଁ ଅନୁରୋଧ କରାଯାଇଥିବା କହିଛନ୍ତି ଏମ୍‌ସ ଭୁବନେଶ୍ବରର କାର୍ଯ୍ୟନିର୍ବାହୀ ନିର୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ବାସ।

ପୁଅ ପହଞ୍ଚିବା ବେଳକୁ ଆଉ ଜଣେ ନେଇ ଯାଇଥିଲେ ବାପାଙ୍କ ମୃତଦେହ
ପରିଜନଙ୍କୁ ଖୋଜି ଖୋଜି ନୟାନ୍ତ, ଟଙ୍କା ନ ଦିଅ ପଛେ ମୃତଦେହ ଦିଅ

ଏମ୍‌ସ ଭୁବନେଶ୍ବରରେ ପଶ୍ଚିମବଙ୍ଗ ଜୟନଗରର ପରଭେଜ ସହରଦ ଲାସ୍କା ନିଜକୁ ଆବୁବୋକା ଲାସ୍କାଙ୍କ ପୁଅର ପରିଚୟ ଦେଇଥିଲେ। ତାଙ୍କ ଅନୁସାରେ, ବାହାନଗା ରେଳ ଦୁର୍ଘଟଣାରେ ବାପାଙ୍କ ମୃତ୍ୟୁ ହୋଇଥିବା ଜାଣି ମୃତଦେହ ନେବା ପାଇଁ ଏଠି ପହଞ୍ଚିଛନ୍ତି। ମାତ୍ର ବାପାଙ୍କ ମୃତ୍ୟୁର ଫଟୋ ଅଛି କିନ୍ତୁ ମୃତଦେହ ଅନ୍ୟ କେହି ନେଇଯାଇଥିବା ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏମ୍‌ସ ପକ୍ଷରୁ ତାଙ୍କର ଡିଏନଏ ଟେଷ୍ଟ ପାଇଁ ରକ୍ତ ନମୁନା ସଂଗ୍ରହ କରାଯାଇଛି। ରିପୋର୍ଟ ପରେ ତାଙ୍କ ବାପା ଚିହ୍ନଟ ହୋଇଯିବେ ବୋଲି କୁହାଯାଇଛି।

ସେହିପରି ମାଲଦାର ନୀତମ ରାୟ ଏବଂ ଚନ୍ଦନ ରାୟଙ୍କୁ ଖୋଜିଖୋଜି ତାଙ୍କ ସମ୍ପର୍କୀୟ ଫୋନି ମଣ୍ଡଳ ବ୍ୟସ୍ତ ହୋଇ ସାରିଛନ୍ତି। ଦୁର୍ଘଟଣା ଖବର ପାଇବା ପରେ ବାଲେଶ୍ବର, ସୋରୋ ସମେତ ଅନେକ ଅଞ୍ଚଳ ବୁଲିଛନ୍ତି। ସେଠୁ ଜାଣିବାକୁ ପାଇଛନ୍ତି ଯେ ନୀତମ ଏବଂ ଚନ୍ଦନଙ୍କ ମୃତ୍ୟୁ ହୋଇ ସାରିଛି। ବାଲେଶ୍ବର ପ୍ରଶାସନ ପକ୍ଷରୁ ନୀତମଙ୍କ ମୃତଦେହ ଫଟୋ ଫୋନିଙ୍କୁ ଦେଇଥିଲେ। ମାତ୍ର ସେଥିରେ କୌଣସି ନମ୍ବର ଲାଗିନଥିଲା। ତେଣୁ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ସରକାର ହେଲ୍ପଡେସ୍କ କେହି ତାଙ୍କୁ ସହଯୋଗ କରୁନାହାନ୍ତି। ସେ କିମ୍‌ସ, ସମ୍‌ ବୁଲି ଆସିଲେ ମଧ୍ୟ କୌଣସି ଲାଭ ହେଉନାହିଁ। ସେମାନଙ୍କୁ କ୍ଷତିପୂରଣ ଟଙ୍କା ଦରକାର ନାହିଁ, ସେମାନଙ୍କ ଖୋଜଖବର ଜଣାଇ ଦିଆଯାଉ ବୋଲି ଫୋନି କହିଥିଲେ। ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ଅବଦୁଲ ୱାହାବ ଶେଖ ନିଜ ଭାଇ ଗିଆଉଦ୍ଦିନ ଶେଖଙ୍କୁ ୫ ଦିନ ହେଲା ଖୋଜି ଖୋଜି ନୟାନ୍ତ ହୋଇ ସାରିଲେଣି। କିନ୍ତୁ ସେ ମଧ୍ୟ ନିରାଶ ହେଲେଣି। ତେଣୁ ପଶ୍ଚିମବଙ୍ଗ ହେଲ୍ପଡେସ୍କର ପରାମର୍ଶରେ ଅବଦୁଲଙ୍କ ଡିଏନଏ ଟେଷ୍ଟ ପାଇଁ ଅବଦୁଲ ନିଜ ରକ୍ତ ନମୁନା ଦେଇଥିବା କହିଛନ୍ତି।

ଏହା କେବଳ ଉଦାହରଣ ମାତ୍ର ଆଜି ଏମ୍‌ସ ପରିସରରେ ଅନେକ ବ୍ୟକ୍ତି ନିଜ ପରିଜନଙ୍କୁ ପାଉନଥିଲେ କିମ୍ବା ପରିଜନଙ୍କ ମୃତଦେହ ଅନ୍ୟ କେହି ନେଇଯାଇଥିବା କହୁଥିଲେ। ଅନେକ ବ୍ୟକ୍ତି ବାଲେଶ୍ବରରୁ ତାଙ୍କ ପରିଜନଙ୍କ ମୃତଦେହ ଫଟୋ ଆଣିଛନ୍ତି। ଫଟୋର ଟ୍ୟାଗ ନମ୍ବରକୁ ବିଏମସ ହେଲ୍ପଡେସ୍କ ପକ୍ଷରୁ ଦେଖାଯାଉଥିବା ତାଲିକାରେ ସେ ଫଟୋ ମିଳୁନାହିଁ। ଏପରିକି ଅନେକ ଫଟୋର ଟ୍ୟାଗ ନମ୍ବର ହିଁ ନାହିଁ। ରେଳବାଇ ପକ୍ଷରୁ ମୃତକଙ୍କ ପାଇଁ ଅନୁକମ୍ପା ରାଶି ଦିଆଯାଉଥିବାରୁ ଅନେକ ନକଲି ସମ୍ପର୍କୀୟ ମଧ୍ୟ ପହଞ୍ଚିଛନ୍ତି। ତେଣୁ ଉପଯୁକ୍ତ ବ୍ୟକ୍ତିଙ୍କୁ ପରିଜନଙ୍କ ମରଶରୀର ହସ୍ତାନ୍ତରଣ ସହିତ ଅନୁକମ୍ପା ରାଶି ଦେବା ପାଇଁ ଡିଏନଏ ଟେଷ୍ଟ ବ୍ୟବସ୍ଥା କରାଯାଇଛି। ଏହାକୁ ନେଇ ଏମସ ପକ୍ଷରୁ କୁହାଯାଇଛି, ଦୁର୍ଘଟଣାର ପ୍ରତ୍ୟେକ ମୃତକଙ୍କ ରକ୍ତ ନମୁନା ପୂର୍ବରୁ ସଂଗୃହୀତ ହୋଇଛି। ଯେଉଁ ବ୍ୟକ୍ତିଙ୍କ ମରଶରୀର ନେଇ ଦ୍ବନ୍ଦ୍ବ ହେଉଛି ତାଙ୍କ ସମ୍ପର୍କୀୟଙ୍କ ରକ୍ତ ନମୁନା ନେଇ ଡିଏନଏ ପରୀକ୍ଷଣ କରାଯାଉଛି। ଯେତେ ସଂଖ୍ୟକ ଶବ ଏଠାରୁ ହସ୍ତାନ୍ତରିତ ହୋଇଛି ସେହି ତୁଳନାରେ ଦ୍ବନ୍ଦ୍ବ ଖୁବ କମ୍‌। ତେଣୁ ଏହାକୁ ନେଇ ବ୍ୟସ୍ତ ନ ହେବା ପାଇଁ ପରାମର୍ଶ ଦିଆଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।